Hindi News >>Home >>Odisha Trending

Ayodhya accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ, ୪୦ରୁ ଅଧିକ ଆହତ

Ayodhya Accident:  ଅଯୋଧ୍ୟାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ୟୁପିର ଅଯୋଧ୍ୟାରୁ ଆମ୍ବେଦକର ନଗର ଅଭିମୁଖେ ଯାଉଥିବା ଏକ ବସ୍ ଟ୍ରକ୍ ସହିତ ଧକ୍କା ହୋଇଥିଲେ। ଏଥିରେ ୪୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 22, 2023, 12:51 PM IST

Ayodhya Accident: ଉତ୍ତରପ୍ରଦେଶ ଅଯୋଧ୍ୟାରେ (Ayodhya Accident) ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଭୟାନକ ସଡ଼କ ଦୁର୍ଘଟଣା ୭ ଜଣଙ୍କର ମୃତ୍ୟୁ ହୋଇଛି। ୟୁପିର ଅଯୋଧ୍ୟାରୁ ଆମ୍ବେଦକର ନଗର (Ambedkar nagar news) ଅଭିମୁଖେ ଯାଉଥିବା ଏକ ବସ୍ ଟ୍ରକ୍ ସହିତ ଧକ୍କା ହୋଇଥିଲେ। ଏଥିରେ ୪୦ରୁ ଅଧିକ ଲୋକେ ଆହତ ହୋଇଥିବା ସୂଚନା ରହିଛି । ଦୁର୍ଘଟଣା ଲକ୍ଷ୍ନୌ- ଗୋରଖପୁର ରାଜପଥରେ ଘଟିଥିଲା । ପୋଲିସର ସୂଚନା ଅନୁଯାୟୀ, ଏକ ବସ୍ ଟ୍ରକ୍ ମଧ୍ଯରେ ମୁହାଁମୁହଁ ଧକ୍କା (Accident) ହୋଇଥିଲା । ଫଳରେ ଟ୍ରକଟି ବସ ଉପରକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଆମ୍ବୁଲାନ୍ସକୁ ଯୋଗେ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଅଯୋଧ୍ୟାରୁ (Ayodhya) ଆସୁଥିବା ଏକ ଘରୋଇ ବସ ଆମ୍ବେଦକର ନଗର (Ambedkar nagar) ଆଡ଼କୁ ଯିବା ପାଇଁ ରାଜପଥ ନିକଟରେ ବୁଲୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ବସଟି ଧକ୍କା ହୋଇଥିଲା । ଫଳରେ ବସ ଉପରେ ଟ୍ରକଟି ଓଲଟି ପଡ଼ିଥିଲା । ଏହି ଭୟଙ୍କର ଦୁର୍ଘଟଣା ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଏନେଇ ସୂଚନା ଦେଇ ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ, ପ୍ରାୟ ୧୨ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲ ପଠାଯାଇଛି । ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (yogi adityanath) ଶୋକବ୍ୟକ୍ତ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ (yogi adityanath) କାର୍ଯ୍ୟାଳୟ ପକ୍ଷରୁ ଟ୍ବଇଟ କରି ଲେଖାଯାଇଛି ଯେ, ଅଯୋଧ୍ୟା ଜନପଥରେ ହୋଇଥିବା ସଡ଼କ ଦୁର୍ଘଟଣାରେ (Accident) ଘଟିଥିବା ଜୀବନହାନୀ ଯୋଗୁଁ ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । “ସ୍ବର୍ଗତ ଆତ୍ମାଙ୍କ ଶାନ୍ତି କାମନା କରିବା ସହ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି” । ଆହତ ମାନଙ୍କୁ ହସ୍ପିଟାଲରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ-High Profile Sex Rackets: ସେକ୍ସ ରାକେଟରେ ଧରାପଡ଼ିଲେ ଏହି ଅଭିନେତ୍ରୀ, ଦେହ ବ୍ୟବସାୟ ଲାଗି ମଡ଼େଲଙ୍କୁ କରୁଥିଲେ ବାଧ୍ଯ

ସେପଟେ ଶନିବାର ଦିନ ସକାଳ ସମୟରେ କଟକ ବାଲିକୁଦା (Balikuda accident) ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲିକୁଦା ଛକକୁ ଚିପ୍ସ ବୋଝେଇ ହାଇୱା ଟ୍ରକ ବାହାରୁଥିବା ବେଳେ ଜାତୀୟ ରାଜପଥରେ ଦୃତ ଗତିରେ ଆସୁଥିବା ଏକ ମାଲ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦୁଇଟି ଟ୍ରକର ଡ୍ରାଇଭର ଓ ହେଲପର ଆହତ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଥାଉ କି, ଶୁକ୍ରବାର ଦିନ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ କେରେଡାଙ୍ଗ ରାସ୍ତାରେ ଦୁର୍ଘଟଣା ଘଟିଥିଲା । ଏଥି୍ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିଲେ । ମୃତକ ମଧ୍ୟରେ ଜଣେ ମହିଳା ଓ ପୁରୁଷ ଥିବା ଜଣାପଡ଼ିଛି । ସେମାନେ କୁଲେଶିଂ ଗାଁର କାଲା ବୁଢା ଓ ବଡ଼ପଦାରର ଡ଼ଲି କର ବୋଲି ସୂଚନା ରହିଛି । ଶୁକ୍ରବାର ଅପରାହ୍ନ ସମୟରେ ଅଟୋ କେରେଡ଼ାଙ୍ଗରୁ କିଛି ଯାତ୍ରୀ ନେଇ ନେଇ ନୂଆଗଡ଼ ଅଭିମୁଖେ ଯାଉଥିବା ବେଳେ ଏକ ବୁଲାଣି ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ୧୫ ମିଟର ତଳକୁ ଖସି ପଡ଼ିଥିଲା ।

 

 

 

 

Read More
{}{}