Hindi News >>Home >>Odisha Trending

Axis Bank FD: ଫିକ୍ସ ଡିପୋଜିଟ୍ ସୁଧ ହାରରେ ପରିବର୍ତ୍ତନ, ଜାଣନ୍ତୁ କେତେ ହେଲା

Axis Bank FD: ଆପଣଙ୍କର ଆକ୍ସିସ୍ ବ୍ୟାଙ୍କରେ ଆକାଉଣ୍ଟ ଅଛି କି ? ତାହେଲେ ଆପଣଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆକ୍ସିସ ବ୍ୟାଙ୍କ ସ୍ଥିର ଜମା ଟଙ୍କା ଉପରେ ସୁଧ ହାର ପରିବର୍ତ୍ତନ କରିଛି । ବ୍ୟାଙ୍କ କିଛି ପ୍ଲାନରେ ସୁଧ ହାର କମ କରିଛି । କେବଳ ସେତିକି ନୁହେଁ ଅନ୍ୟ କିଛି ପ୍ଲାନରେ ସୁଧ ହାର ବଢିଥିବା ମଧ୍ୟ ଜଣାପଡିଛି ।

Advertisement
Axis Bank FD: ଫିକ୍ସ ଡିପୋଜିଟ୍ ସୁଧ ହାରରେ ପରିବର୍ତ୍ତନ, ଜାଣନ୍ତୁ କେତେ ହେଲା
Stop
Soubhagya Ranjan Mishra|Updated: Sep 16, 2023, 04:31 PM IST

Axis Bank FD: ଘରୋଇ ବ୍ୟାଙ୍କ କ୍ଷେତ୍ରରେ ଗ୍ରାହକଙ୍କୁ ସେବା ଯୋଗାଉଥିବା ଅଗ୍ରଣୀ ବ୍ୟାଙ୍କ ହେଉଛି ଆକ୍ସିସ ବ୍ୟାଙ୍କ । ଅନେକ ଲୋକ ଆକ୍ସିସ ବ୍ୟାଙ୍କକୁ ପସନ୍ଦ କରିଥାନ୍ତି । ଟଙ୍କା ରଖିବା (money transaction) ତଥା କାରବାରରେ ସହଜ ହୋଇଥାଏ ଆକ୍ସିସ ବ୍ୟାଙ୍କ । ତେବେ ଆକ୍ସିସ ବ୍ୟାଙ୍କକୁ ନେଇ ବର୍ତ୍ତମାନ ଏକ ନୂଆ ଖବର ଆସିଛି । ବ୍ୟାଙ୍କ କିଛି ଡିପୋଜିଟ୍ ପ୍ଲାନ (Deposit Plan)ରେ ଏଫଡି ହାର ପ୍ରତିଶତକୁ କମ୍ କରିଦେଇଛି । କେବଳ ସେତିକି ନୁହେଁ ବ୍ୟାଙ୍କ ପକ୍ଷରୁ କିଛି ପ୍ଲାନରେ ସୁଧ ହାରୁ ବୃଦ୍ଧି ମଧ୍ୟ କରାଯାଇଛି । ବ୍ୟାଙ୍କ ପକ୍ଷରୁ ଏହି ନୂଆ ନିୟମକୁ ୨୦୨୩ ସେପ୍ଟେମ୍ବର ୧୫ରୁ କାର୍ଯ୍ୟକାରୀ କରାଯାଇଛି ।

ବ୍ୟାଙ୍କର ପୂର୍ବ ପ୍ଲାନ ଅପେକ୍ଷା ଚଳିତ ପ୍ଲାନରେ ଅନେକ ଫରକ ଦେଖିବାକୁ ମିଳିଛି । ସୁଧ ହାରକୁ ୦.୫୦ ପ୍ରତିଶତ ହ୍ରାସ କରି ୩.୫୦ ପ୍ରତିଶତରୁ ୩ ପ୍ରତିଶତକୁ ୭ ଦିନରୁ ୨୯ ଦିନକୁ କମ କରିଛି । ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏଫଡି ଉପରେ ସୁଧ ହାରକୁ ୧ ବର୍ଷ, ୫ ଦିନରୁ ୧୫ ମାସକୁ ୦.୧୦ ପ୍ରତିଶତରୁ ୬.୭୦ ପ୍ରତିଶତକୁ ହ୍ରାସ କରିଛି। ଏଥି ସହିତ ବ୍ୟାଙ୍କ ଏଫଡି ଉପରେ ସୁଧ ହାରକୁ ୧ ବର୍ଷରୁ ୧ ବର୍ଷ ୪ ଦିନ ୦.୦୫ ପ୍ରତିଶତ ହ୍ରାସ କରି ୬.୭୦ ପ୍ରତିଶତକୁ ହ୍ରାସ କରିଛି। ବ୍ୟାଙ୍କ ୨ ବର୍ଷର କାର୍ଯ୍ୟକାଳ ସହିତ ଫିକ୍ସଡ୍ ଡିପୋଜିଟ୍ (FD) ଉପରେ ସୁଧ ହାରକୁ ୦.୧୦ ପ୍ରତିଶତ କମ୍ କରିଛି।

୪୬-୬୦ ଦିନର କାର୍ଯ୍ୟକାଳ ସହିତ ନିବେଶକମାନେ ଲାଭବାନ ହୁଅନ୍ତି ।
ବ୍ୟାଙ୍କ କାର୍ଯ୍ୟକାଳ ସହିତ ୪୬ ଦିନରୁ ୬୦ ଦିନ ପର୍ଯ୍ୟନ୍ତ FD ଉପରେ ସୁଧ ହାର ବୃଦ୍ଧି କରିଛି। ଏହି କାର୍ଯ୍ୟକାଳରେ ସୁଧ ହାର ୦.୨୫ ପ୍ରତିଶତ ବୃଦ୍ଧି ହୋଇ ୪.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ଆକ୍ସିସ୍ ବ୍ୟାଙ୍କ ଏଫଡି ହାର (୨ କୋଟି ଟଙ୍କାରୁ କମ୍)ରେ କେତେ ପ୍ରତିଶତ ସୁଧ ମିଳିବ ସେ ବିଷୟରେ ଜାଣି ରଖନ୍ତୁ । ୭ ଦିନରୁ ୧୪ ଦିନ ମଧ୍ୟରେ ୩.୦୦ ପ୍ରତିଶତ । ୧୫ ଦିନରୁ ୨୯ ଦିନ ମଧ୍ୟରେ ୩.୦୦ ପ୍ରତିଶତ । ୩୦ ଦିନରୁ ୪୫ ଦିନ ମଧ୍ୟରେ ୩.୫୦ ପ୍ରତିଶତ । ୪୬ ଦିନରୁ ୬୦ ଦିନ ମଧ୍ୟରେ ୪.୨୫ ପ୍ରତିଶତ । ୬୧ ଦିନରୁ ୩ ମାସ ମଧ୍ୟରେ ୪.୫୦ ପ୍ରତିଶତ । ୩ ମାସରୁ ୪ ମାସ ୪.୭୫ ପ୍ରତିଶତ । ୪ ମାସରୁ ୫ ମାସ ମଧ୍ୟରେ ୪.୭୫ ପ୍ରତିଶତ । ୫ ମାସରୁ ୬ ମାସ ୪.୭୫ ପ୍ରତିଶତ । ୬ ମାସରୁ ୭ ମାସ ମଧ୍ୟରେ ୫.୭୫ ପ୍ରତିଶତ । ୭ ମାସରୁ ୮ ମାସ ମଧ୍ୟରେ ୫.୭୫ ପ୍ରତିଶତ । ୮ ମାସରୁ ୯ ମାସ କମ୍ ମଧ୍ୟରେ ୫.୭୫ ପ୍ରତିଶତ । ୯ ମାସରୁ ୧୦ ମାସ ମଧ୍ୟରେ ୬.୦୦ ପ୍ରତିଶତ । ୧୦ ମାସରୁ ୧୧ ମାସ ମଧ୍ୟରେ ୬.୦୦ ପ୍ରତିଶତ । ୧୧ ମାସରୁ ୧୧ ମାସ ୨୫ ଦିନରୁ କମ ୬.୦୦ ପ୍ରତିଶତ । ୧୧ ମାସ ୨୫ ଦିନରୁ ୧ ବର୍ଷରୁ କମ୍ ମଧ୍ୟରେ ୬.୦୦ ପ୍ରତିଶତ । ୧ ବର୍ଷରୁ ୧ ବର୍ଷ ୪ ଦିନରୁ କମ ୬.୭୦ ପ୍ରତିଶତ । ୧ ବର୍ଷ ୫ ଦିନରୁ ୧ ବର୍ଷ ୧୧ଦିନ କମ ୬.୭୦ ପ୍ରତିଶତ । ୧ ବର୍ଷ ୧୧ ଦିନରୁ ୧ ବର୍ଷ ୨୪ ଦିନରୁ କମ ୬.୭୦ ପ୍ରତିଶତ । ୧ ବର୍ଷ ୨୫ ଦିନରୁ ୧୩ ମାସରୁ କମ୍ ୬.୭୦ ପ୍ରତିଶତ । ୧୩ ମାସରୁ ୧୪ ମାସ ମଧ୍ୟରେ ୬.୭୦ ପ୍ରତିଶତ । ୧୪ ମାସରୁ ୧୫ ମାସରୁ କମ୍ ୬.୭୦ ପ୍ରତିଶତ । ୧୫ ମାସରୁ ୧୬ ମାସ ମଧ୍ୟରେ ୭.୧୦ ପ୍ରତିଶତ । ୧୬ ମାସରୁ ୧୭ ମାସ ମଧ୍ୟରେ ୭.୧୦ପ୍ରତିଶତ । ୧୭ ମାସରୁ ୧୮ ମାସ ମଧ୍ୟରେ ୭.୧୦ ପ୍ରତିଶତ । ୧୮ ମାସରୁ ୨ ବର୍ଷରୁ ମଧ୍ୟରେ ୭.୧୦ ପ୍ରତିଶତ । ୨ ବର୍ଷରୁ ୩୦ ମାସ ମଧ୍ୟରେ ୭.୧୦ ପ୍ରତିଶତ । ୩୦ ମାସରୁ ୩ ବର୍ଷ ମଧ୍ୟରେ ୭.୧୦ ପ୍ରତିଶତ । ୩ ବର୍ଷରୁ ୫ ବର୍ଷ ମଧ୍ୟରେ ୭.୧୦ ପ୍ରତିଶତ । ୫ ବର୍ଷରୁ ୧୦ ବର୍ଷ ମଧ୍ୟରେ ୭.୦୦ ପ୍ରତିଶତ ।

Also Read- Success Story: ବାପାଙ୍କ ଆଇଏଏସ ଇଚ୍ଛାକୁ ପୁରଣ ନକରି ସଫଳ ବ୍ୟବସାୟୀ ହେଲା ପୁଅ

Read More
{}{}