Hindi News >>Home >>Odisha Trending

Mitchell Marsh: ଜିତିବା ପରେ ଟ୍ରଫି ଉପରେ ଗୋଡ ରଖି ଫଟୋ ଉଠାଇଲେ ମାର୍ସ, ଫ୍ୟାନ୍ସ କହିଲେ ଭାଙ୍ଗିବ ଗର୍ବ

Mitchell Marsh: କ୍ୟାପଟେନ ପ୍ୟାଟ କମିନ୍ସ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏହାକୁ ସେୟାର କରିଥିଲେ। ଦଳର ଷ୍ଟାର କ୍ରିକେଟର ମିଚେଲ ମାର୍ସ (Mitchell Marsh) ଏପରି ନିନ୍ଦନୀୟ କାମ କରିଛନ୍ତି । ଗୋଟିଏ ହାତରେ ବିୟର ଧରିଥିବା ବେଳେ ଜିତିଥିବା ଟ୍ରଫିକୁ ତଳେ ରଖି ତା ଉପରେ ଗୋଡ଼ ରଖିଥିବାର ନଜର ଆସିଛନ୍ତି ମିଚେଲ ମାର୍ସ ।   

Advertisement
Mitchell Marsh: ଜିତିବା ପରେ ଟ୍ରଫି ଉପରେ ଗୋଡ ରଖି ଫଟୋ ଉଠାଇଲେ ମାର୍ସ, ଫ୍ୟାନ୍ସ କହିଲେ ଭାଙ୍ଗିବ ଗର୍ବ
Stop
Rasmita Sahoo|Updated: Nov 20, 2023, 12:42 PM IST

Mitchell Marsh: ଆଇସିସି ୱାନଡେ ୱାର୍ଲଡ କପ୍ ୨୦୨୩ ର ବିଜୟ ଟିକା ପିନ୍ଧିସାରିଛି ଅଷ୍ଟ୍ରେଲିଆ ଟିମ୍ । ଏହି ଶକ୍ତିଶାଳୀ ଟିମ୍ ଭାରତୀୟ ଟିମକୁ ୬ ୱିକେଟରେ ହରାଇ ମୁକାବିଲା କୁ ନିଜ ନାମରେ କରିନେଇଛି । ଏହାସହ ଅଷ୍ଟ୍ରେଲିଆ ୬ ଥର ଜିତି ଏହି ଟାଇଟଲ ହାତେଇ ନେଇଛି। ରବିବାର ଖେଳାଯାଉଥିବା  ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ଚାପରେ ପକାଉଥିଲା ଏହା ସ୍ପଷ୍ଟ ବାରି ହୋଇପଡୁଥିଲା। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି  ୧୫୦ କୋଟି ଭାରତୀୟ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା । ୨୪୧ ରନ୍‌ର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୩ ଓଭରରେ ମ୍ୟାଚ ଜିତି ନେଇଥିଲା ।

ବିଶ୍ୱକପ୍ ମ୍ୟାଚରେ ବୋଲିଂ ଓ ବ୍ୟାଟିଂ କରିଥିବା ଏହି ଦଳର ଖେଳ ପ୍ରଦର୍ଶନକୁ ଭାରତୀୟ ପ୍ରଂଶସକ ବି ଖୁବ ପ୍ରଂଶସା କରିଥିଲେ । ହେଲେ ବିଜୟ ଟୀକା ପିନ୍ଧିବା ପରେ ଧିରେ ଧିରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ପ୍ରତି କ୍ରୋଧାନ୍ୱିତ ହେଲେଣି ପ୍ରଂଶସକ । କାରଣ ସୋସିଆଲ ମିଡିଆରେ ଏକ ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଦଳର କ୍ୟାପଟେନ ପ୍ୟାଟ କମିନ୍ସ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏହାକୁ ସେୟାର କରିଥିଲେ। ଦଳର ଷ୍ଟାର କ୍ରିକେଟର ମିଚେଲ ମାର୍ସ (Mitchell Marsh) ଏପରି ନିନ୍ଦନୀୟ କାମ କରିଛନ୍ତି । ଗୋଟିଏ ହାତରେ ବିୟର ଧରିଥିବା ବେଳେ ଜିତିଥିବା ଟ୍ରଫିକୁ ତଳେ ରଖି ତା ଉପରେ ଗୋଡ଼ ରଖିଥିବାର ନଜର ଆସିଛନ୍ତି ମିଚେଲ ମାର୍ସ । 

ଯାହାକୁ ନେଇ ରାଗିଯାଇଛନ୍ତି କ୍ରିକେଟ ପ୍ରେମୀ । ଏହି ଫଟୋ ଭାଇରାଲ ପରେ ସୋସିଆଲ ମିଡିଆରେ (Social Media)  ମିଚେଲ ମାର୍ସଙ୍କୁ ଖୁବ ଟ୍ରୋଲ ମଧ୍ୟ କରାଯାଉଛି। ଅଷ୍ଟ୍ରେଲିଆ ଦଳ ହେଉଛି ସେହି ଦଳ ଯିଏକି ବିଶ୍ୱକପରେ ସର୍ବାଧିକ ବିଶ୍ୱକପ ଟାଇଟଲ ଜିତିଛି । ଅନ୍ୟ କୌଣସି ଦଳ ଦୁଇଥରରୁ ଅଧିକ ଟାଇଟଲ୍ ଜିତି ନାହାଁନ୍ତି। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ପାଖେ ୬ଥର ଚାମ୍ପିୟନ ହେବା ପରେ ଟିମ୍ ଗର୍ବ ଅହଂକାରରେ ଡୁବି ଯାଇଥିବା କହିଛନ୍ତି ଫ୍ୟାନ୍ସ। ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ମିଚେଲ ମାର୍ସଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି, ଯାହାକୁ ନିଜ ଦଳର ଅଧିନାୟକ ପାଟ କମିନ୍ସ (Pat Cummins) ତାଙ୍କ ଇନଷ୍ଟାଗ୍ରାମ କାହାଣୀରେ ସେୟାର କରିଛନ୍ତି ।

ଗତକାଲିର ମ୍ୟାଚ୍ (India Vs Australia Final) ହାରିବା ପରେ ସାରା ଦେଶକୁ କାନ୍ଦିବାକୁ ପଡ଼ିଥିଲା । କାରଣ ଲଗାତାର ୧୦ ଟି ଲିଗ୍ ମ୍ୟାଚ୍ କୁ ନିଜ ନାଁରେ କରିନେଇଥିଲା ଭାରତୀୟ ଟିମ୍ । ବୋଲିଂ ବ୍ୟାଟିଂ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଆସିଥିଲା ଭାରତୀୟ ଟିମ୍ । ହେଲେ ଫାଇନାଲରେ ଟସ୍ ହାରିବା ପରେ ଅଷ୍ଟ୍ରେଲିଆ ସାମ୍ନାରେ ନିଜର ରଣନୀତି ଭଲ ଭାବେ ଦେଖାଇପାରିନଥିଲା ଭାରତ । ତଥାପି କେଏଲ ରାହୁଲ ଓ ଅନ୍ୟ ସମସ୍ତଙ୍କ ଦୃଢ ଚେଷ୍ଟା ସତ୍ତ୍ୱେ ଭାରତ ୨୪୦ ରନ୍ ହାତେଇ ଥିଲା । ପରେ ଏହାକୁ ଚେଜ୍ କରି ଅଷ୍ଟ୍ରେଲିଆ ଟିମ୍ ଭାରତକୁ ହରାଇଥିଲା । ମ୍ୟାଚ୍ ପୂର୍ବରୁ ହୋଇଥିବା ପ୍ରେସ କନଫରେନ୍ସରେ ଅଷ୍ଟ୍ରେଲିଆ ଦଳର କ୍ୟାପଟେନ କମିନ୍ସ କହିଥିଲେ' ଆସନ୍ତାକାଲି ଷ୍ଟାଡିୟମରେ ଚିୟର ଅପ୍ ଏକତରଫା ହେବ ହେଲେ ଏମିତି ଏକ ରଣନୀତି ଯାହା ଲକ୍ଷେ ୩୦ ହଜାର ଲୋକଙ୍କୁ ଚୁପ୍ କରାଇବାକୁ ବାଧ୍ୟ ହେବ'ଆଉ ତାହା ହି ହେଲା। ଯେଉଁଠି ଆମ ଦେଶ ପ୍ରତିଟି ବିଜୟରେ ନତମସ୍ତକ ଓ ସମ୍ମାନ ଦେଉଥିବା ବେଳେ ଅଷ୍ଟ୍ରେଲିଆ ଟିମ୍ ର ଷ୍ଟାର କ୍ରିକେଟରଙ୍କ ଏଭଳି ଫଟୋ କ୍ରିକେଟ ପ୍ରେମୀଙ୍କୁ ବହୁତ ଆଘାତ ଦେଇଛି। 

Read More
{}{}