Hindi News >>Home >>Odisha Trending

Atal Pension Yojana: ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଖୁସି ଖବର, ମୋଦି ସରକାର ପ୍ରତିମାସରେ ଦେବେ ୫୦୦୦ ଟଙ୍କା!

Atal Pension Yojana: ଏହି ଯୋଜନା ମାଧ୍ୟମରେ ଲୋକଙ୍କ ଆର୍ଥିକ ସହାୟତା ଯୋଗାଇବା ହେଉଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ଏସବୁ ମଧ୍ୟରେ କେନ୍ଦ୍ର ସରକାର କୋଟି କୋଟି ଲୋକଙ୍କୁ ବହୁତ ଭଲ ଖବର ଦେଇଛନ୍ତି । ସରକାର ଏପରି ଯୋଜନା କରିଛନ୍ତି, ଯାହା ମାଧ୍ୟମରେ ପ୍ରତି ମାସରେ ୫୦୦୦ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ । ଖାସ୍ କଥା ହେଉଛି ଏହି ଟଙ୍କା ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟରେ ଆସିବ ।

Advertisement
Atal Pension Yojana: ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଖୁସି ଖବର, ମୋଦି ସରକାର ପ୍ରତିମାସରେ ଦେବେ ୫୦୦୦ ଟଙ୍କା!
Stop
Zee Odisha Desk|Updated: Mar 05, 2023, 02:30 PM IST

Atal Pension Yojana: ଦେଶର ସାଧାରଣ ଜନତାଙ୍କ ପାଇଁ ଅନେକ ଯୋଜନା (Government Scheme) କେନ୍ଦ୍ର ଓ ରାଜ୍ୟ ସରକାର ଚଳାଉଛନ୍ତି । ଏହି ଯୋଜନା ମାଧ୍ୟମରେ ଲୋକଙ୍କ ଆର୍ଥିକ ସହାୟତା ଯୋଗାଇବା ହେଉଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ଏସବୁ ମଧ୍ୟରେ କେନ୍ଦ୍ର ସରକାର କୋଟି କୋଟି ଲୋକଙ୍କୁ ବହୁତ ଭଲ ଖବର ଦେଇଛନ୍ତି । ସରକାର ଏପରି ଯୋଜନା କରିଛନ୍ତି, ଯାହା ମାଧ୍ୟମରେ ପ୍ରତି ମାସରେ ୫୦୦୦ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ । ଖାସ୍ କଥା ହେଉଛି ଏହି ଟଙ୍କା ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟରେ ଆସିବ । ଆସନ୍ତୁ ଜାଣିବା ମୋଦି ସରକାର (Modi Government) ଙ୍କ ଏହି ବିଶେଷ ଯୋଜନା ବିଷୟରରେ...

କେନ୍ଦ୍ର ସରକାରଙ୍କ ତରଫରୁ ଆପଣଙ୍କୁ ଅଟଳ ପେନସନ୍ ଯୋଜନା (Atal Pension Scheme) ରେ ଏହି ସୁବିଧା ମିଳିବ । ଏହା ଆପଣଙ୍କର ବୃଦ୍ଧାବସ୍ଥା ପାଇଁ ଭାରତ ସରକାର (Indian Government) ଙ୍କ ଦ୍ୱାରା ପରିଚାଳିତ ଏକ ଯୋଜନା । ଏହି ଯୋଜନାରେ ଆପଣ ୬୦ ବର୍ଷ ପରେ ପ୍ରତି ମାସରେ ୫୦୦୦ ଟଙ୍କା ପେନସନ (Pension) ପାଇପାରିବେ । ଏହି ଟଙ୍କା ସିଧାସଳଖ ଆପଣଙ୍କ ଆକାଉଣ୍ଟକୁ ଆସିବ ।

ଆପଣଙ୍କ ବୃଦ୍ଧାବସ୍ଥା ପାଇଁ ଅଟଳ ପେନସନ ଯୋଜନା (Atal Pension Scheme) ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଛି । ଏହି ଯୋଜନା (Atal Pension Scheme) କେନ୍ଦ୍ର ସରକାର (Central Government) ଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଲୋକଙ୍କୁ ବୃଦ୍ଧାବସ୍ଥାରେ କୌଣସି ସମସ୍ୟା ନ ହେଉ ଓ ଆପଣଙ୍କ ଆପଣଙ୍କ ବୃଦ୍ଧାବସ୍ଥା ପାଇଁ ଟଙ୍କା ସଞ୍ଚୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ଯୋଜନାରେ ଆପଣ ଅଳ୍ପ ପରିମାଣର ଜମା କରିପାରିବେ ଓ ପେନସନ ପାଣ୍ଠି ଜମା କରିପାରିବେ ।

ଅଧିକ ପଢ଼ନ୍ତୁ:-କପଲଙ୍କ ପ୍ରାଇଭେଟ୍ ଭିଡିଓ ହେଲା ଲିକ୍, ହୋଟେଲରେ ଘଟିଲା ଏପରି କିଛି...ସୃଷ୍ଟି କଲା ହଇଚଇ

ଅଧିକ ପଢ଼ନ୍ତୁ:-୫ ସନ୍ତାନଙ୍କୁ ହତ୍ୟା କରିଥିବା ମା'କୁ ମିଳିଲା ଇଚ୍ଛା ମୃତ୍ୟୁ: ମରିବା ପାଇଁ ଶିଶୁଙ୍କ ହତ୍ୟା ତାରିଖକୁ କଲା ଚୟନ

ଅଧିକ ପଢ଼ନ୍ତୁ:-ଚଳିତ ବର୍ଷ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଦଳ!

ଅଟଳ ପେନସନ ଯୋଜନା (Atal Pension Scheme) ରେ କେବଳ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ଥିବା ଲୋକମାନେ ନିବେଶ କରିପାରିବେ । ୬୦ ବର୍ଷ ପରେ ଆପଣ  ୫୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ପାଇବେ । ଏଥିରେ ଆପଣଙ୍କୁ ୨୦ ବର୍ଷ ପାଇଁ ନିବେଶ କରିବାକୁ ପଡ଼ିବ । ଏହି ଯୋଜନାରେ ଆପଣଙ୍କୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ୧୪୫୪ ଟଙ୍କା ଜମା କରିବାକୁ ପଡ଼ିବ । ୬୦ ବର୍ଷ ପୂରଣ ହେବା ପରେ ଆପଣଙ୍କୁ ପ୍ରତି ମାସରେ ୧୦୦୦ରୁ ୫୦୦୦ ଟଙ୍କା ମିଳିବ । ଅଟଳ ପେନସନ ଯୋଜନା (Atal Pension Scheme) ର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ । ଆପଣ ନିକଟସ୍ଥ ବ୍ୟାଙ୍କ କିମ୍ବା ଡାକଘରେ ଏକ ସେଭିଂ ଆକାଉଣ୍ଟ ଖୋଲିପାରିବେ ଓ ପ୍ରତି ମାସରେ ନିବେଶ କରିପାରିବେ ।

Read More
{}{}