Hindi News >>Home >>Odisha Trending

Balasore Train Accident Cause: ଓଡ଼ିଶା ଟ୍ରେନ୍ ଦୁର୍ଘଟଣା: ରାଜ୍ୟସଭାରେ ଏହାର ମୁଖ୍ୟ କାରଣ କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Odisha Train Accident: ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ରାଜ୍ୟସଭା ସଦସ୍ୟଙ୍କ ପ୍ରଶ୍ନର ଏକ ଲିଖିତ ଉତ୍ତରରେ ଶୁକ୍ରବାର ଦିନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ରେଳ ସୁରକ୍ଷା କମିଶନରଙ୍କ ରିପୋର୍ଟକୁ ଦର୍ଶାଇ ଏକ ଲେଭଲ କ୍ରସିଂ ଗେଟରେ ପରିବର୍ତ୍ତନ ସମୟରେ ସିଗନାଲ-ସର୍କିଟ ପରିବର୍ତ୍ତନ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।

Advertisement
ଅଶ୍ୱିନୀ ବୈଷ୍ଣବ (Balasore Train Accident Cause)
Stop
Jagdish Barik|Updated: Jul 22, 2023, 02:26 PM IST

Balasore Train Accident Cause: ଓଡି଼ଶାର ବାଲେଶ୍ୱରରେ ଜୁନ ୨ ତାରିଖରେ ଘଟିଥିବା ଟ୍ରିପଲ ଟ୍ରେନ ଦୁର୍ଘଟଣା (Train Accident) ସମ୍ପର୍କରେ ସଂସଦରେ ରେଳ ସୁରକ୍ଷା କମିଶନରଙ୍କ ରିପୋର୍ଟକୁ ଦେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) କହିଛନ୍ତି ଯେ 'ଏକ ଲେଭଲ କ୍ରସିଂ ଗେଟରେ ପରିବର୍ତ୍ତନ ସମୟରେ ସିଗନାଲ-ସର୍କିଟ ପରିବର୍ତ୍ତନ ବିଫଳତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।' ଏହି ଦୁର୍ଘଟଣାରେ ୨୯୫ ଜଣଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୧୭୬ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଶାଲିମର-ଚେନ୍ନାଇ ସେଣ୍ଟ୍ରାଲ କରୋମାଣ୍ଡେଲ ଏକ୍ସପ୍ରେସ (୧୨୮୪୧) ଏକ ଠିଆ ହୋଇଥିବା ମାସବାହୀ ଟ୍ରେନରେ ଚଢିଯାଇଛିଥିଲା । ଯେଉଁଥିପାଇଁ ଏହାର କୋଚ୍ ଟ୍ରାକରେ ଖସି ଯାଇଥିଲା, ଏହି ସମୟରେ ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଟ୍ରେନ୍ ବିପରୀତ ଦିଗରୁ ଆସୁଥିଲା । ଯାହା ଟ୍ରାକରେ ପଡ଼ିଥିବା କୋଚସହିତ ଧକ୍କା ହୋଇଥିଲା ।

ତିନୋଟି ଟ୍ରେନର ଏହି ଧକ୍କା ଗତ କିଛି ଦଶନ୍ଧି ମଧ୍ୟରେ ଭାରତରେ ସବୁଠାରୁ ଖରାପ ଟ୍ରେନ୍ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ । ଯେଉଁଥିରେ ପ୍ରାୟ ୩୦୦ ଲୋକ ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ, ରେଳ ମନ୍ତ୍ରଣାଳୟର ଜଣେ ଅଧିକାରୀ ଗଣମାଧ୍ୟମ ସହ କଥା ହେବାବେଳେ ନିଶ୍ଚିତ କରିଥିଲେ ଯେ ଏହି ଘଟଣା ପାଇଁ ମାନବ ତ୍ରୁଟି ଦାୟୀ । ତେବେ ଜାରି ସିବିଆଇ ତଦନ୍ତ ଯୋଗୁଁ ଅଧିକାରୀ କହିଛନ୍ତି ଯେ ସେ ବର୍ତ୍ତମାନ ଅଧିକ ବିବରଣୀ ଦେଇପାରିବେ ନାହିଁ । ରେଳ ସୁରକ୍ଷା କମିଶନରଙ୍କ ରିପୋର୍ଟରୁ ଏହି ଘଟଣାର କାରଣ ପ୍ରକାଶ ପାଇଛି । ଏହି ଦୁର୍ଘଟଣା ସମ୍ପର୍କରେ ରାଜ୍ୟସଭା ସଦସ୍ୟଙ୍କ ପ୍ରଶ୍ନର ଉତ୍ତରରେ ଶୁକ୍ରବାର ତାଙ୍କ ରିପୋର୍ଟରେ ଦର୍ଶାଯାଇଛି ।

ଦୁର୍ଘଟଣାର ବିବରଣୀ ଦେଇଛନ୍ତି ରେଳ ମନ୍ତ୍ରୀ 
ଏକ ଲିଖିତ ଉତ୍ତରରେ ରେଳମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଗତ ଦିନରେ ନର୍ଥ ସିଗନାଲ୍ ଗୁମ୍ମଟିରେ କରାଯାଇଥିବା ସିଗନାଲ୍-ସର୍କିଟ୍ ପରିବର୍ତ୍ତନରେ ତ୍ରୁଟି ଓ ଷ୍ଟେସନରେ ଲେଭଲ୍ କ୍ରସିଂ ନମ୍ବର ୯୪ ପାଇଁ ଇଲେକ୍ଟ୍ରିକ୍ ଲିଫ୍ଚିଂ ବାରିୟର ପରିବର୍ତ୍ତନ ସମୟରେ କରାଯାଉଥିବା କାମ ସମୟରେ ଏହି ଧକ୍କା ହୋଇଥିଲା।  “ଏହି ତ୍ରୁଟି ଯୋଗୁଁ ଟ୍ରେନ୍ ନମ୍ବର ୧୨୪୮୧ ଭୁଲ ସଙ୍କେତ ପାଇଲା, ଯେଉଁଥିରେ ଅପ୍ ହୋମ୍ ସିଗନାଲ୍ ଷ୍ଟେସନର ଅପ୍ ମେନ୍ ଲାଇନରେ ରନ୍-ଅପ୍ ଗତି ପାଇଁ ସବୁଜ ସଙ୍କେତ ଦେଇଥିଲା, କିନ୍ତୁ ଅପ୍ ମେନ୍ ଲାଇନ୍ କୁ ଅପ୍ ଲୁପ୍ ଲାଇନ୍ (କ୍ରସଓଭର ୧୭ A / B) କୁ ସଂଯୋଗ କରୁଥିବା କ୍ରସଓଭର ଅପ୍ ଲାଇନରେ ସେଟ୍ ହୋଇଥିଲା । ଭୁଲ ସଙ୍କେତ ଯୋଗୁଁ ଟ୍ରେନ୍ ନମ୍ବର ୧୨୪୮୧ ଲୁପ୍ ଲାଇନକୁ ଯାଇ ପଛପଟୁ ସେଠାରେ ଠିଆ ହୋଇଥିବା ଏକ ମାଲବାହି ଟ୍ରେନ୍ (No. N/DDIP)  ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ୪୧ ମୃତଦେହ
ରେଳ ମନ୍ତ୍ରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୋଟ ୨୯୫ ଜଣଙ୍କ ମଧ୍ୟରୁ ୪୧ ଜଣ ମୃତଦେହକୁ ଚିହ୍ନଟ କରାଯାଇ ପାରି ନାହିଁ । ଜୁଲାଇ ୧୮ ସୁଦ୍ଧା ମୃତକଙ୍କ ମଧ୍ୟରୁ ୨୫୪ ଜଣଙ୍କୁ ଚିହ୍ନଟ କରାଯାଇଛି । ମନ୍ତ୍ରଣାଳୟ ଅଜ୍ଞାତ ଯାତ୍ରୀଙ୍କ ମୃତଦେହକୁ ଭୁବନେଶ୍ୱରର AIIMS ଠାରେ ରଖିଛି । ବିଶ୍ଳେଷଣ ପାଇଁ ନୂଆଦିଲ୍ଲୀର CFSL ରେ DNA ନମୁନା ସଂରକ୍ଷିତ କରାଯାଇଛି । ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ପାଇଁ ଅନୁଗ୍ରହ ରାଶି ପରିମାଣ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଓ ରେଳ ମନ୍ତ୍ରଣାଳୟ ଦ୍ୱାରା ମଧ୍ୟମ ଆହତ ହୋଇଥିବା ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ ୧୬ ଜୁଲାଇ ପର୍ଯ୍ୟନ୍ତ ୨୯.୪୯ କୋଟି ଟଙ୍କା ଅନୁଗ୍ରହ ରାଶି ଭାବରେ ପ୍ରଦାନ କରାଯାଇଛି ।

ଏହା ବି ପଢ଼ନ୍ତୁ: 7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର, ଏହି ରାଜ୍ୟ ସରକାର ବଢ଼ାଇଲେ ଦରମା ଓ ପେନସନ୍

ଏହା ବି ପଢ଼ନ୍ତୁ: Manipur Woman Paraded Video: 'ତୁମେ ଉଲଗ୍ନ ହୁଅ, ନ ହେଲେ ମାରିଦେବୁ': ମଣିପୁର ଉଲଗ୍ନ ପ୍ୟାରେଡରେ ପୀଡିତା କହିଲେ ନିଜ ଲୋମଟାଙ୍କୁରା କାହାଣୀ

 

{}{}