Hindi News >>Home >>Odisha Trending

Artificial Rainfall India: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପୂର୍ବରୁ ଦେଶର ଏହି ସହରରେ ହୋଇସାରିଛି କୃତ୍ରିମ ବର୍ଷା

Artificial Rainfall in India: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପୂର୍ବରୁ ଦେଶର ଅନେକ ରାଜ୍ୟରେ କୃତ୍ରିମ ବର୍ଷା କରିବା ପାଇଁ ହୋଇସାରିଛି ବର୍ଷା।

Advertisement
Artificial Rainfall India: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପୂର୍ବରୁ ଦେଶର ଏହି ସହରରେ ହୋଇସାରିଛି କୃତ୍ରିମ ବର୍ଷା
Stop
Zee Odisha Desk|Updated: Nov 09, 2023, 11:13 PM IST

Artificial Rainfall already happened in this city of India: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ବାୟୁ ପ୍ରଦୂଷଣ। ଅନିୟନ୍ତ୍ରିତ ହୋଇଉଠିଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏବେ ରାଜ୍ୟରେ କୃତ୍ରିମ ବର୍ଷା କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ପରିବେଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଏହି ଯୋଜନା ସଫଳ ହୁଏ ତାହେଲେ ଦିଲ୍ଲୀ ବାସିନ୍ଦା ପ୍ରଥମ ଥର ପାଇଁ କୃତ୍ରିମ ବର୍ଷା ଦେଖିବାକୁ ପାଇବେ। ଯାହା ସେମାନଙ୍କ ପାଇଁ ଏକ ନୂତନ ଅନୁଭୂତି ହେବ।

ଏଭଳି ପରିସ୍ଥିତିରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୃତ୍ରିମ ବର୍ଷା କିପରି ହେବ? ପ୍ରକୃତରେ କୃତ୍ରିମ ବର୍ଷା କ'ଣ ସେ ନେଇ ପ୍ରଶ୍ନ ପଚରାଯାଉଛି? ଏବେ ଆମେ ଆପଣଙ୍କୁ ଏ ସମ୍ପର୍କରେ ବିସ୍ତୃତ ଭାବରେ ଜଣାଇଦେଉଛୁ। ଆପଣଙ୍କୁ କହିରଖୁଛୁ ଯେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ବ୍ୟତୀତ ଦେଶର ଅନ୍ୟାନ୍ୟ ସହରରେ କୃତ୍ରିମ ବର୍ଷା ହୋଇସାରିଛି। ଦେଶରେ ଅନେକ ଦାକ୍ଷିଣାତ୍ୟ ରାଜ୍ୟରେ ଏଭଳି କୃତ୍ରିମ ବର୍ଷା କରାଯାଇ ସାରିଛି। ଭାରତ ବ୍ୟତୀତ ଚୀନ୍, ଆମେରିକା, ଇସ୍ରାଏଲ୍ ଏବଂ ଦକ୍ଷିଣ ଆଫ୍ରିକା ସମେତ ଅନେକ ଦେଶରେ ଏପରି ଜ୍ଞାନକୌଶଳ ଦୀର୍ଘ ଦିନ ଧରି ବ୍ୟବହୃତ ହୋଇଆସୁଛି। ଯାହାର ଲାଭ ମଧ୍ୟ ସେହି ଦେଶକୁ ମିଳିସାରିଛି। 

Also Read: Artificial Rain: କିପରି ହେବ କୃତ୍ରିମ ବର୍ଷା? କେତେ ଟଙ୍କା ହେବ ଖର୍ଚ୍ଚ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

କୃତ୍ରିମ ବର୍ଷା ପାଇଁ ବାଦଲକୁ କରାଯାଇଥାଏ ବାଧ୍ୟ

କୃତ୍ରିମ ଭାବରେ ବର୍ଷା କରିବା ପାଇଁ ନକଲି ବାଦଲ ସୃଷ୍ଟି କରିବାକୁ ହୋଇଥାଏ। ଯାହାକୁ କ୍ଲାଉଡ୍ ସିଡିଂ ଟେକ୍ନୋଲୋଜି କୁହାଯାଏ। ଏନେଇ ଆକାଶରେ ପର୍ଯ୍ୟାପ୍ତ ପରିମାଣର ବାଦଲ ରହିବା ଆବଶ୍ୟକ। ଏହି ବାଦଲ ମଧ୍ୟରେ  ବିମାନକୁ ଗତି କରାଯାଇଥାଏ। ଯେଉଁ ବିମାନରେ ସିଲଭର ଆୟୋଡାଇଡ୍, ଶୁଖିଲା ବରଫ ଏବଂ କ୍ଲୋରାଇଡ୍ ଛଡ଼ା ଯାଇଥାଏ। ଏହି କାରଣରୁ ବାଦଲରେ ପାଣି ବୁନ୍ଦା ଏକାଠି ହେବା ଆରମ୍ଭ ହୋଇଥାଏ। ଯାହା ପରେ ତତକ୍ଷଣାତ୍ ବାଦଲରେ ଏକାଠି ହୋଇଥିବା ପାଣି ବୁନ୍ଦା ବର୍ଷା ଆକାରରେ ପୃଥିବୀ ପୃଷ୍ଠରେ ପଡ଼ିବା ଆରମ୍ଭ କରିଥାଏ। ଆକାଶରୁ ପାଣି ବର୍ଷିବା ପରେ ଧୂଳି ଧୂଆଁ ପାଣି ସହିତ ତଳକୁ ଖସିଯାନ୍ତି। ଯାହା ପରେ ଆକାଶ ସ୍ପଷ୍ଟ ହୋଇଯାଏ।

ନଭେମ୍ବର ୨୦ ପର୍ଯ୍ୟନ୍ତ ହୋଇପାରେ ବର୍ଷା
ଦିଲ୍ଲୀ ପରିବେଶ ବିଭାଗ ତଥ୍ୟ ଅନୁଯାୟୀ ତାହେଲେ ୨୦ କିମ୍ବା ୨୧ ତାରିଖ ପର୍ଯ୍ୟନ୍ତ କୃତ୍ରିମ ବର୍ଷା କରାଯାଇପାରେ। ଏନେଇ ବିଭାଗ ପକ୍ଷରୁ ଏକ ବୈଠକ ଆୟୋଜିତ କରି ଆଇଆଇଟି କାନପୁର ବୈଜ୍ଞାନିକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏନେଇ କାନପୁର ଆଇଆଇଟି ପକ୍ଷରୁ କୁହାଯାଇଛି ଆକାଶରେ କ୍ଲାଉଡ୍ ସିଡିଂ ପ୍ରୟାସ ସେତେବେଳେ କରାଯାଇ ପାରିବ ଯେତେବେଳେ ବାୟୁମଣ୍ଡଳରେ ପର୍ଯ୍ୟାପ୍ତ ପରିମାଣର ଆର୍ଦ୍ରତା କିମ୍ବା ବାଦଲ ମହଜୁଦ ରହିଥିବ। ଏଭଳି ପରିସ୍ଥିତି ନଭେମ୍ବର ୨୦-୨୧ ତାରିଖ ପର୍ଯ୍ୟନ୍ତ ସୃଷ୍ଟି ହୋଇପାରେ। 

Also Read: Delhi Air Pollution: ପ୍ରଦୂଷଣ ସତ୍ତ୍ୱେ ପୁଣି ଶୁଦ୍ଧ ବାୟୁରେ ନିଶ୍ୱାସ ନେବେ ଦିଲ୍ଲୀ ବାସିନ୍ଦା; ଜାଣନ୍ତୁ କିପରି

ପୂର୍ବରୁ ଦେଶର ଅନେକ ସହରରେ ହୋଇସାରିଛି କୃତ୍ରିମ ବର୍ଷା
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ବ୍ୟତୀତ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ହୋଇସାରିଛି କୃତ୍ରିମ ବର୍ଷା। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟ୍ରୋଲୋଜି ଅନୁଯାୟୀ ଦେଶରେ କୃତ୍ରିମ ବର୍ଷା ପାଇଁ ପ୍ରଥମ ପ୍ରୟାସ ୧୯୫୧ ମସିହାରେ ପାଶ୍ଚାତ୍ୟ ଘାଟରେ ଜମି ଆଧାରିତ ସିଲଭର ଆୟୋଡାଇଡ୍ ଜେନେରେଟର ବ୍ୟବହାର କରି କରାଯାଇଥିଲା। ଏହା ପରେ ୨୦୦୩, ୨୦୦୪, ୨୦୧୯ ବର୍ଷରେ କର୍ଣ୍ଣାଟକ, ୨୦୦୮ ବର୍ଷରେ ଆନ୍ଧ୍ର ପ୍ରଦେଶ ଏବଂ ୨୦୦୪ ବର୍ଷରେ ମହାରାଷ୍ଟ୍ର ଠାରେ କୃତ୍ରିମ ବର୍ଷା କରିବା ପାଇଁ ୩ ଥର ପ୍ରୟାସ କରାଯାଇଥିଲା। ସେହିପରି ତାମିଲନାଡୁ ଠାରେ ମଧ୍ୟ ୧୯୮୩, ୧୯୯୩, ୧୯୯୪ ମସିହାରେ ୩ ଥର କୃତ୍ରିମ ବର୍ଷା କରାଯାଇ ସାରିଛି। ଭାରତୀୟ ପାଣିପାଗ ବିଭାଗ ସଫଳତାର ସହ ୩୦ ଥର କୃତ୍ରିମ ବର୍ଷା କରିଛି। ବିଭିନ୍ନ ରାଜ୍ୟରେ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ଥର କୃତ୍ରିମ ବର୍ଷା କରାଯାଉଥିଲା।

 

Read More
{}{}