Hindi News >>Home >>Odisha Trending

Roti: ତାୱା ବଦଳରେ ସିଧାସଳଖ ଗ୍ୟାସ୍ ନିଆଁରେ ସେକୁଛନ୍ତି ରୁଟି? ଜାଣନ୍ତୁ ଏହାର କ୍ଷତିକାରକ ପ୍ରଭାବ

Roti  Baking Process: ଅଧିକାଂଶ ଘରେ ରୁଟି ସେକାଯିବା ବେଳେ ସିଧାସଳଖ ଗ୍ୟାସ୍ ନିଆଁର ବ୍ୟବହାର କରାଯାଏ। ଅର୍ଥାତ ତାୱା ବଦଳରେ ସିଧାସଳଖ ଗ୍ୟାସ ନିଆଁରେ ରୁଟି ସେକାଯାଏ। 

Advertisement
Roti: ତାୱା ବଦଳରେ ସିଧାସଳଖ ଗ୍ୟାସ୍ ନିଆଁରେ ସେକୁଛନ୍ତି ରୁଟି? ଜାଣନ୍ତୁ ଏହାର କ୍ଷତିକାରକ ପ୍ରଭାବ
Stop
Zee Odisha Desk|Updated: Apr 07, 2023, 10:28 PM IST

Roti Facts: କିଛି ଲୋକ ତାୱା ବଦଳରେ ସିଧାସଳଖ ଗ୍ୟାସ୍ ନିଆଁରେ ରୁଟି ସେକିବା ଆରମ୍ଭ କରିଥାନ୍ତି। ଗ୍ୟାସ୍ ନିଆଁରେ ରୁଟି ସେକିବା ଦ୍ୱାରା ରୁଟି ବହୁତ ନରମ ହୋଇଥାଏ। ଯାହା ଫଳରେ ଏହାକୁ ଖାଇବା ବହୁତ ସହଜ ହୋଇଥାଏ। ନରମ ହୋଇଯିବା କାରଣରୁ ଆପଣ ଆପଣଙ୍କ ଇଚ୍ଛା ଅନୁସାରେ ରୁଟି ଖାଇଥାନ୍ତି। ସେଥିପାଇଁ ଅଧିକାଂଶ ଘରେ ରୁଟି ସେକାଯିବା ବେଳେ ସିଧାସଳଖ ଗ୍ୟାସ୍ ନିଆଁର ବ୍ୟବହାର କରାଯାଏ। ଅର୍ଥାତ ତାୱା ବଦଳରେ ସିଧାସଳଖ ଗ୍ୟାସ ନିଆଁରେ ରୁଟି ସେକାଯାଏ। ହେଲେ ସ୍ୱାଦ ବେଳେବେଳେ ସ୍ୱାସ୍ଥ୍ୟ ଠାରୁ ଭାରୀ ପଡ଼ି ଯାଇଥାଏ। ସିଧାସଳଖ ଗ୍ୟାସ ନିଆଁରେ ସେକା ହୋଇଥିବା ରୁଟି ଖାଇବା ଦ୍ୱାରା ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। କାରଣ ଏପରି ରୁଟି ଖାଇବା ଦ୍ୱାରା କେବଳ ଆପଣ ନୁହେଁ ବରଂ ଆପଣଙ୍କର ପରିବାରର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିପାରେ।

ସିଧାସଳଖ ଗ୍ୟାସ ନିଆଁରେ ରୁଟି ସେକିବାର କ୍ଷତିକାରୀ ପ୍ରଭାବ 

  • "ଜର୍ଣ୍ଣାଲ ଏନଭାଇର୍ଣ୍ଣମେଣ୍ଟାଲ ସାଇନ୍ସ ଏବଂ ଟେକ୍ନୋଲୋଜି" (Journal Environmental Science and Technology) ପକ୍ଷରୁ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ତାୱା ବଦଳରେ ସିଧାସଳଖ ଗ୍ୟାସ୍ ନିଆଁରେ ରୁଟି ସେକିବା ଦ୍ୱାରା ରୁଟି ବାୟୁ ପ୍ରଦୂଷଣ ଜନିତ କାରକ ବାହାରିଥାଏ। ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କ୍ଷତିକାରକ ବୋଲି ବର୍ଣ୍ଣନା କରିଛି। ସେହି ବାୟୁ ପ୍ରଦୂଷକର ନାମ ହେଉଛି କାର୍ବନ ମନୋକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍।
  • ଫୁଡ୍ ଷ୍ଟାଣ୍ଡାର୍ଡ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ବୈଜ୍ଞାନିକ ଡକ୍ଟର ପଲ୍ ବ୍ରେଣ୍ଟଙ୍କ ଦ୍ୱାରା ଗତ ୨୦୧୧ ବର୍ଷରେ ପ୍ରକାଶିତ ଅନୁସନ୍ଧାନରେ ଦର୍ଶାଯାଇଛି ଯେ ସିଧାସଳଖ ନିଆଁରେ ରୁଟି ସେକିବା ଦ୍ୱାରା କାର୍ସିନୋଜେନିକ୍ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ହେଲେ ତଥାପି ବର୍ତ୍ତମାନ ସମୟରେ ଏହା ସମ୍ପୂର୍ଣ୍ଣ ରୂପେ କୁହାଯାଇପାରିବ ନାହିଁ ଯେ ରୋଟି ସିଧାସଳଖ ନିଆଁରେ ସେକିବା ଦ୍ୱାରା ସ୍ୱାସ୍ଥ୍ୟ ଉପରକୁ କ୍ଷତି ପହଞ୍ଚାଏ। ତଥାପି ଏହା ଉପରେ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି। 
  • ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ, ତାୱା ବଦଳରେ ସିଧାସଳଖ ଗ୍ୟାସ୍ ନିଆଁରେ ରୁଟି ସେକାହେବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ ସିଧାସଳଖ କ୍ଷତି ପହଞ୍ଚିପାରେ। କିପରି ତାୱାରେ ରୁଟି ସେକାଯାଇ ପାରିବ ତାହା ନିଶ୍ଚିତ କରାଯିବା ଆବଶ୍ୟକ। ସତର୍କତା ଅବଲମ୍ବନ କରିବା ବୁଦ୍ଧିମାନର କାମ। 

Also Read: ମାଡି ଆସୁଛି ବିପଦ! ୬୦ ବର୍ଷ ପରେ ଲୋକଙ୍କୁ ରୁଟି ଖାଇବାକୁ ନେଇ ବଢୁଛି ସନ୍ଦେହ

 

ସତର୍କତା: ଏହି ବିଷୟବସ୍ତୁ କେବଳ ପରାମର୍ଶ ସହିତ ସାଧାରଣ ସୂଚନା ପ୍ରଦାନ କରେ। ଯୋଗ୍ୟ ଚିକିତ୍ସା ମତାମତ ପାଇଁ ଏହା କୌଣସି ପ୍ରକାରେ ବିକଳ୍ପ ନୁହେଁ। ଅଧିକ ବିବରଣୀ ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହି ଖବର ପାଇଁ Zee Odisha ଦାୟୀ ନୁହେଁ।

Read More
{}{}