Hindi News >>Home >>Odisha Trending

Milk Price: ଗ୍ରାହକଙ୍କୁ ଆଉ ଏକ ଝଟକା, ବଢିଲା କ୍ଷୀର ଦର !

Milk Price: ଅଗଷ୍ଟରୁ ଲାଗୁହେବ ବର୍ଦ୍ଧିତ କ୍ଷୀର ଦର । କ୍ଷୀର ଦର ବଢିବା ପଛରେ ରହିଛି ଏହି କାରଣ ।

Advertisement
Milk Price: ଗ୍ରାହକଙ୍କୁ ଆଉ ଏକ ଝଟକା, ବଢିଲା କ୍ଷୀର ଦର !
Stop
Soubhagya Ranjan Mishra|Updated: Jul 28, 2023, 10:16 PM IST

Milk Price Hike: ବର୍ତ୍ତମାନ ଦିନକୁ ଦିନ ଖାଉଟିଙ୍କ ଚିନ୍ତା ବଢିବାରେ ଲାଗିଛି । ପ୍ରାୟ ଅଧିକାଂଶ ଆବଶ୍ୟକତା ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଯୋଗୁ ଖାଉଟି ଅସନ୍ତୋଷ ପ୍ରକାଶ କରୁଛନ୍ତି । ବର୍ତ୍ତମାନ ଆଉ ଏକ ଖବର ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କାରଣ ଅଗଷ୍ଟ ୧ ତାରିଖରୁ କ୍ଷୀରର ନୂଆ ଦର ଲାଗୁ ହେବାକୁ ଯାଉଛି । ନନ୍ଦିନୀ କ୍ଷୀର (Nandini milk) ଲିଟର ପ୍ରତି ୩ଟଙ୍କା ବୃଦ୍ଧି କରିବାକୁ କର୍ଣ୍ଣାଟକ ସରକାର (karnataka government) ନିଷ୍ପତ୍ତି ନେଇଛନ୍ତି । ଏକ କ୍ୟାବିନେଟ ବୈଠକ (Cabinet meeting)ରେ ଦୁଗ୍ଧ ଉତ୍ପାଦନକାରୀଙ୍କ ଚାହିଦାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ଅଗଷ୍ଟରୁ ନୂଆ ଦର
ମୁଖ୍ୟମନ୍ତ୍ରୀଙ୍କ କହିବାନୁଯାୟୀ, ୩୯ ଟଙ୍କା ମୂଲ୍ୟର ଟନଡ୍ କ୍ଷୀର (toned milk) ବର୍ତ୍ତମାନ ଲିଟର ପିଛା ୪୨ ଟଙ୍କାରେ ବଜାରରେ ବିକ୍ରି (sale) ହେବ। ଅନ୍ୟାନ୍ୟ ସ୍ଥାନରେ ସମାନ କ୍ଷୀରର ବଜାର ମୂଲ୍ୟ ୫୪ରୁ ୫୬ ଟଙ୍କା ବୋଲି କୁହାଯାଉଛି । ତାମିଲନାଡୁ (tamilnadu)ରେ ଏହି କ୍ଷୀରର ମୂଲ୍ୟ ଲିଟର ପିଛା ଦର ରହିଛି ୪୪ ଟଙ୍କା । ଏହି ନିଷ୍ପତ୍ତି ଉପରେ ମନ୍ତବ୍ୟ ଦେଇ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର (DK shivakumar) କହିଛନ୍ତି ଯେ, ଆମକୁ ଗୋପାଳକଙ୍କ କଥା ମଧ୍ୟ ଭାବିବାକୁ ପଡିବ । କାରଣ ସେମାନେ ମଧ୍ୟ ଉଚିତ ଲାଭ ପାଇବା ଆବଶ୍ୟକ । ବର୍ତ୍ତମାନ ସମଗ୍ର ଦେଶରେ ଟନଡ୍ କ୍ଷୀର ଲିଟର ପିଛା ୫୬ ଟଙ୍କା ରହିଛି । ସେହି ହିସାବରେ ତୁଳନା କଲେ ଆମ ରାଜ୍ୟର ଲୋକମାନେ ଏହି କ୍ଷୀରକୁ ବହୁତ କମ୍ ମୂଲ୍ୟରେ ପାଉଛନ୍ତି ।

ଗୋପାଳକଙ୍କୁ ମିଳିବ ଲାଭ
ଗୋପାଳକଙ୍କୁ ଉଚିତ ଲାଭ ଦେବା ପାଇଁ କ୍ଷୀରର ମୂଲ୍ୟ ୩ଟଙ୍କା ବଢାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି । ତେବେ ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ ଗତ ଏପ୍ରିଲ୍ ମାସରେ ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ (Gujarat Cooperative Milk Marketing Federation) ରାଜ୍ୟରେ ଅମୁଲ କ୍ଷୀର ଲିଟର ପିଛା ୨ଟଙ୍କା ଦର ବୃଦ୍ଧି କରିଥିଲା । ଅମୁଲ ବୋଫାଲୋ କ୍ଷୀର (amul buffalo milk)ର ମୂଲ୍ୟ ଲିଟର ପିଛା ୬୮ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଅମୁଲ ଗୋଲ୍ଡ (Amul gold)ର ମୂଲ୍ୟ ଲିଟର ପିଛା ୬୪ ଟଙ୍କା ଏବଂ ଅମୁଲ ଶକ୍ତି ଲିଟର ପିଛା ୫୮ ଟଙ୍କାକୁ ବୃଦ୍ଧି ପାଇଛି। ଅମୁଲ ଗାଇ କ୍ଷୀର (Cow milk)ର ମୂଲ୍ୟ ଲିଟର ପିଛା ୫୪ ଟଙ୍କା, ଅମୁଲ ତାଜା ଲିଟର ପିଛା ୫୨ ଟଙ୍କା ଏବଂ ଅମୁଲ ଟି-ସ୍ପେସିଆଲ (Amul T-Special) ଲିଟର ପିଛା ୬୦ ଟଙ୍କାକୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, କିଛି ଦିନ ହେବ ପନିପରିବା ଦର ଆକାଶ ଛୁଆଁ ହୋଇଥିଲା । ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ଦର ଅଧିକ ରହିଛି । ବିଶେଷ କରି ଟମାଟୋ ଦର ବୃଦ୍ଧି ପାଇଁ ଅନେକ ବ୍ୟକ୍ତି ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଥିଲେ । କେବଳ ଟମାଟୋ ନୁହେଁ ଅନ୍ୟ ପନିପରିବାର ଦର ମଧ୍ୟ ଖୁବ ଉଚ୍ଚ ରହିଥିବାରୁ ସାଧାରଣ ଜନତାଙ୍କୁ ଦରଦାମ ଖୁବ ବାଧୁଥିବା ଅଭିଯୋଗ ହେଉଛି । କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ପନିପରିବା ଦର ବଢିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିବାକୁ ପ୍ରସ୍ତୁତ ହେଉଥିବାବେଳେ କର୍ଣ୍ଣାଟକ ସରକାରଙ୍କ ଏପରି କ୍ଷୀର ଉପରେ ଦରବୃଦ୍ଧିକୁ ନେଇ ସାଧାରଣରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି । କର୍ଣ୍ଣାଟକରେ କ୍ଷୀର ଦର ବୃଦ୍ଧି ଅନ୍ୟ ରାଜ୍ୟ ଉପରେ ପ୍ରଭାବ ପକାଇବ କି ନାହିଁ ଏ ପ୍ରଶ୍ନ ମଧ୍ୟ ଅନେକଙ୍କ ମନରେ ଉଙ୍କି ମାରୁଛି ।

Also Read- Bareilly: ପ୍ରେମକୁ ପାଇବା ପାଇଁ ନାମ ବଦଳାଇଲେ ଯୁବତୀ, ମୁସଲିମରୁ ହେଲେ ହିନ୍ଦୁ !

Read More
{}{}