Hindi News >>Home >>Odisha Trending

Student Death: ଏକା ସାଙ୍ଗରେ ଜୀବନ ହାରିଲେ ୯ ଛାତ୍ରଛାତ୍ରୀ , କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Student Death News In Odia: ପରୀକ୍ଷାରେ (examination)ଫେଲ୍ (intermediate )ହେବାରୁ ଜୀବନ ହାରିଲେ ୯ ଜଣ ଛାତ୍ରଛତ୍ରୀ। କିଏ ବିଷ ପିଇ ଆତ୍ମହତ୍ୟା କରିଛି ତ ଆଉ କିଏ ପାଣିକୁ ଡେଇଁ ଆତ୍ମହତ୍ୟା କରିଛି । ଆନ୍ଧ୍ରପ୍ରଦେଶରୁ ଏଭଳି ଏକ ଆଶ୍ଚର୍ଯ୍ୟ କଲାପରି ଘଟଣା ସାମ୍ନାକୁ ଆସିଛି । ସମସ୍ତ ମୃତକଙ୍କ ବୟସ ୧୬ରୁ ୧୭ ବର୍ଷ ହେବ ବୋଲି ଜଣାପଡିଛି ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Apr 28, 2023, 04:30 PM IST

Student Death News In Odia: ପରୀକ୍ଷାରେ (examination)ଫେଲ୍ (intermediate )ହେବାରୁ ଜୀବନ ହାରିଲେ ୯ ଜଣ ଛାତ୍ରଛତ୍ରୀ। କିଏ ବିଷ ପିଇ ଆତ୍ମହତ୍ୟା କରିଛି ତ ଆଉ କିଏ ପାଣିକୁ ଡେଇଁ ଆତ୍ମହତ୍ୟା କରିଛି । ଆନ୍ଧ୍ରପ୍ରଦେଶରୁ ଏଭଳି ଏକ ଆଶ୍ଚର୍ଯ୍ୟ କଲାପରି ଘଟଣା ସାମ୍ନାକୁ ଆସିଛି । ସମସ୍ତ  ମୃତକଙ୍କ ବୟସ ୧୬ରୁ ୧୭ ବର୍ଷ ହେବ ବୋଲି ଜଣାପଡିଛି । ଯୁକ୍ତ ଦୁଇ(plus two exam) ପରୀକ୍ଷାରେ ଫେଲ ହେବାରୁ ଏଭଳି ନିସ୍ପତି ନେଇଛନ୍ତି ଛାତ୍ରଛାତ୍ରୀ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଛାତ୍ରଛାତ୍ରୀ ଜୀବନ ହାରିଲେ ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ । ଏହାସହ ଦୁଇ ଜଣ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର (Andhra Pradesh) ସିକାକୁଲମ୍ ଜିଲ୍ଲାର (Dandugopalapuram Village) ଦାଣ୍ତୁଗୋପାଳପୁରମ୍ ଗାଁର ୧୭ ବର୍ଷିୟ  ବି.ତରୁନ୍ ଚଳିତ ଥର ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ। ବୁଧବାର ଦିନ ରେଜଲ୍ଟ ବାହାରି ଥିଲା । ବି .ତରୁନ୍  ଗୋଟିଏ ପେପରରେ ଫେଲ ହୋଇଥିବା ଜାଣି ଗୁରୁବାର ଦିନ ଟ୍ରେନ ଆଗକୁ ଡେଇଁ ପଡି ଆତ୍ମହତ୍ୟା କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଭିଶାଖାପାଟଣାର ଜିଲ୍ଲାର ତ୍ରିନାଥପୁରମ୍ ଥାନା ଅଞ୍ଚଳର ୧୬ ବର୍ଷିୟ ଛାତ୍ରୀ ଏ ଲେଖାଶ୍ରୀ, ସେ ମଧ୍ୟ ଯୁକ୍ତଦୁଇ ପରୀକ୍ଷାରେ ରେଜଲ୍ଟ ଖରାପ ହୋଇଥିବା ଜାଣି ଜୀବନ ହାରିଥିଲେ। ସେହିପରି ଭିଶାଖାପାଟଣାର ଜିଲ୍ଲାର କାଞ୍ଚାରାପାଲିମ୍ ଅଞ୍ଚଳର ୧୮ ବର୍ଷିୟ ଛାତ୍ର ବି.ଜଗଦୀଶ୍ ମଧ୍ୟ ଚଳିତ ଥର ଯୁକ୍ତିଦୁଇ ପରୀକ୍ଷା ଦେଇଥିଲେ । କିନ୍ତୁ ଭାବିଥିଲେ ସେ ଚଳିତ ଥର ଯୁକ୍ତ ଦୁଇ ପାସ୍ କରି ଯୁକ୍ତ ତିନିରେ ନାମ ଲେଖାଇବେ । ହେଲେ ପରୀକ୍ଷାରେ ତାଙ୍କର ରେଜଲ୍ଟ ଖରାପ ହେବା ଦେଖି ସେ ବିଚଳିତ ହୋଇ ଯାଇଥିଲେ। କଣ କରିବେ କିଛି ଭାବିପାରି ନଥିଲେ। ଶେଷରେ ସେ ଉପାୟଶୂନ୍ୟ ହୋଇ ଘରେ ରଶି ଲଗାଇ ଝୁଲି ପଡିଥିଲେ। 

Also Read: Sunil Grover: ସୁନିଲ ଗ୍ରୋଭରଙ୍କୁ ମିଳୁନି କାମ! ରାସ୍ତାରେ ବିକ୍ରି କରୁଛନ୍ତି କୋଲା'

Also Read: Puri News: ଲଜ୍ଜା, ପିଲାଙ୍କ ପାଇଁ ଆସିଥିବା ପଢା ବହିକୁ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ ସ୍କୁଲ ଶିକ୍ଷକ

ସେହିପରି ଚିତର ଜିଲ୍ଲାର ୧୭ ବର୍ଷିୟ ଅନୁଶା, ଗୋଟିଏ ପେପରରେ କମ୍ ମାର୍କ ଥିବାରୁ ଘର ନିକଟରେ ଥିବା ଏକ ହ୍ରଦକୁ ଡେଇଁ ପଡି ଜୀବନ ହାରିଥିଲେ। ସେହିପରି ଅଙ୍କାପାଲିର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଟି କିରନ୍ । ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷା ଦେଇଥିଲେ, ଭାବିଥିଲେ ଭଲ ମାର୍କ ରଖି ସେକେଣ୍ତ ଇୟରରେ ପଢିବି । କିନ୍ତୁ ସେ ଯାହା ଭାବିଥିଲେ ତାହା ହୋଇ ନଥିଲା । ରେଜଲ୍ଟ ବାହାରିବା ଦିନ ସେ ବହୁତ ଖୁସିଥିଲେ। ଭାବିଥିଲେ ସେ ପରୀକ୍ଷାରେ ପାସ୍ କରିଥିବେ ବୋଲି । କିନ୍ତୁ ତାଙ୍କ ଆଶା ରେଜଲ୍ଟ ଖରାପ ହୋଇଥିବା ଦେଖି ମଉଳି ଯାଇଥିଲା । ପରୀକ୍ଷାରେ ରେଜଲ୍ଟ ଦେଖି ସେ ନିଜ ଘରେ ରଶି ଲଗାଇ ଝୁଲି ପଡିଥିଲେ। ଚିତ୍ତର ଜିଲ୍ଲାର ୧୭ ବର୍ଷିୟ ଛାତ୍ର ବାବୁ । ଚଳିତ ଥର ସେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ହେଲେ ପରୀକ୍ଷାରେ ଫେଲ ହେବା ଖବର ଜାଣି ସେ ନିଜ ଘରେ ବିଷ ଖାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚଳିତ ବର୍ଷ ଆନ୍ଧ୍ର ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଚ ପ୍ରକାଶ ପାଇଛି । ପ୍ରଥମ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ୧୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେଇଥିଲେ। ପ୍ରଥମ ବର୍ଷରେ ପାସ୍ ହାର ୬୧ ପ୍ରତିଶତ ଥିବା ବେଳେ ଦ୍ବୀତିୟ ବର୍ଷରେ ୭୨ ପ୍ରତିଶତ ରହିଛି । 

Read More
{}{}