Hindi News >>Home >>Odisha Trending

Anant ambani: ରାଜନୀତି ପ୍ରତି ଆଗ୍ରହୀ ନୁହଁନ୍ତି ଅନନ୍ତ ଅମ୍ୱାନୀ

Anant ambani: ଅନନ୍ତ ଅମ୍ୱାନୀ ପୁଣିଥରେ ନିଜର ପ୍ରତିକ୍ରିୟା ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି ଯେ, ପରିବାରର ସମସ୍ତେ ଅତ୍ୟନ୍ତ ଧାର୍ମିକ ବ୍ୟକ୍ତି ଏଥିସହ ସଭିଙ୍କର ସନାତନ ଧର୍ମରେ ବିଶ୍ୱାସ ରହିଛି । ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ଅଛି କି ନାହିଁ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, 'ରାଜନୀତିରେ ଆଗ୍ରହ ନାହିଁ।'

Advertisement
Anant ambani: ରାଜନୀତି ପ୍ରତି ଆଗ୍ରହୀ ନୁହଁନ୍ତି ଅନନ୍ତ ଅମ୍ୱାନୀ
Stop
Soubhagya Ranjan Mishra|Updated: Feb 28, 2024, 07:38 PM IST

Anant ambani: ଭାରତର ଶିଳ୍ପ ଜଗତରେ ନୂଆ ବିପ୍ଳବ ଆଣିବାରେ ଅମ୍ବାନୀ ପରିବାର ସର୍ବଦା ଅଗ୍ରଣୀ ରହିଛନ୍ତି । ମୁକେଶ ଅମ୍ୱାନୀଙ୍କ ସମେତ ବର୍ତ୍ତମାନ ଅନନ୍ତ ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଇଶା ଅମ୍ବାନୀ ମଧ୍ୟ ବର୍ତ୍ତମାନ ନିଜ ପାରିବାରିକ ବ୍ୟବସାୟକୁ ସଫଳତାର ସହ ଆଗକୁ ବଢାଉଛନ୍ତି । ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ପରିବାର ବ୍ୟବସାୟର ଉତ୍ତରାଧିକାରୀ ଅଟନ୍ତି। ଖୁବ୍ ଶୀଘ୍ର ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କୁ ଗୁଜୁରାଟର ଜାମନଗରରେ ବିବାହ ପୂର୍ବର କାର୍ଯ୍ୟକ୍ରମର ଆୟୋଜନ କରିବେ ବୋଲି ପ୍ରସ୍ତୁତ ହେଉଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅନନ୍ତ ଅମ୍ୱାନୀ କହିଛନ୍ତି ଯେ, ସେ କୌଣସି ପ୍ରକାରର ଚାପରେ ନାହାନ୍ତି । ଏଥିସହ ସେ ଏହା କହିଥିଲେ ଯେ, ମୁଁ ଭାବୁଛି ଏପରି ପରିବାରରେ ଜନ୍ମ ହୋଇ ମୁଁ ଅତ୍ୟନ୍ତ ଭାଗ୍ୟବାନ ହୋଇପାରିଛି । ମୁଁ ମୋର ପିତାଙ୍କଠାରୁ ଅନେକ କିଛି ଶିଖିଛି । ମୋ ପିତା ସର୍ବଦା ଭଲ କାମ କରିବାକୁ ସମସ୍ତଙ୍କୁ କହିଥାନ୍ତି ।  'ମୋ ବାପା ଏବଂ ଜେଜେବାପା ରିଲାଏନ୍ସକୁ ବହୁତ ଉଚ୍ଚକୁ ନେଇଥିଲେ। ଏହାକୁ ଆହୁରି ଆଗକୁ ନେବା ବର୍ତ୍ତମାନ ଆମ ଭାଇ ଭଉଣୀମାନଙ୍କର ଦାୟିତ୍ୱ ।

ଅନନ୍ତ ପ୍ରତିକ୍ରିୟାରେ ଏହା ମଧ୍ୟ କହିଛନ୍ତି ଯେ, ଏକ ବିଶ୍ୱ ସ୍ତରୀୟ ବ୍ୟବସାୟ ପରିବାର ସଦସ୍ୟ ଚଲାଉଥିଲେ ପରିବାରର ସମସ୍ତ ସଦସ୍ୟ ଅତ୍ୟନ୍ତ ଧାର୍ମିକ । ସମସ୍ତେ ସନାତନ ଧର୍ମରେ ବିଶ୍ୱାସ ରଖନ୍ତି । ଅନନ୍ତ କହିଛନ୍ତି, 'ମୋ ଭାଇ ଶିବଙ୍କର ଜଣେ ବଡ଼ ଭକ୍ତ। ମୋ ବାପା ଭଗବାନ ଗଣେଶଙ୍କୁ ଭକ୍ତିର ସହ ପୂଜା କରନ୍ତି। ନବରାତ୍ରୀ ପାଳନ ସମୟରେ ମୋ ମାଆ ନଅ ଦିନ ବ୍ରତ ସହ ଉପବାସ କରନ୍ତି। ମୋର ଜେଜେମା ମଧ୍ୟ ଅତ୍ୟନ୍ତ ଧାର୍ମିକ । ମୋ ପରିବାରର ସମସ୍ତ ସଦସ୍ୟ ଭଗବାନଙ୍କୁ ବିଶ୍ୱାସ କରିବା ସହ ପୂଜାର୍ଚ୍ଚନା କରନ୍ତି । ଆମ ପାଖରେ ଯାହା କିଛି ଅଛି ତାହା ପ୍ରଭୁ ଦେଇଛନ୍ତି । ଆମେ ବିଶ୍ୱାସ କରୁ ଭଗବାନ ସବୁଠାରେ ବିଦ୍ୟମାନ । 

କଥାଛଳରେ ଗଣମାଧ୍ୟମ ପ୍ରତିନିଧି ଅନନ୍ତ ଅମ୍ବାନୀଙ୍କୁ ରାଜନୀତିରେ ପ୍ରବେଶ କରିବା ନେଇ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସେ କହିଛନ୍ତି ଯେ, 'ରାଜନୀତିରେ ଆଗ୍ରହ ନାହିଁ।' ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଜାମନଗର ବର୍ତ୍ତମାନ ହଜାର ହଜାର ଅତିଥିଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି । ସେମଧ୍ୟରେ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ, ବ୍ୟବସାୟୀ, ସେଲିବ୍ରିଟି ଅଛନ୍ତି । ଏହି ତିନି ଦିନିଆ ସମାରୋହ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଜାମନଗରର ଅମ୍ବାନୀ ରେସିଡେନ୍ସରେ ଅନୁଷ୍ଠିତ ହେବ ।

Also Read- live in relationship: ଲିଭ୍-ଇନରେ ରହୁଥିବା ପ୍ରେମୀଯୁଗଳଙ୍କୁ ଗୁଳିମାଡ

Also Read- Budh Shani Surya Gochar: କୁମ୍ଭରେ ୩ ବଡ଼ ଗ୍ରହଙ୍କ ଚଳନ ପ୍ରଭାବରୁ ଏହି ରାଶି ପାଇଁ ଶୁଭ

Read More
{}{}