Hindi News >>Home >>Odisha Trending

Anant Ambani: ଏତେ କୋଟିର ଘଣ୍ଟା ପିନ୍ଧନ୍ତି ଜୁନିଅର ଅମ୍ବାନୀ, ଦାମ ଶୁଣିଲେ ଉଡି଼ଯିବ ହୋସ୍

Nita Mukesh Ambani Cultural Centre New In Odia: ନିକଟରେ ଉଦଘାଟିତ ହୋଇଛି ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ ସେଣ୍ଟର(Nmacc)। ଏଥିପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଉଦଘାଟନୀ ଉତ୍ସବରେ ବହୁ ନାମୀଦାମୀ ଲୋକେ ସାମିଲ ହୋଇଥିଲେ । ଦେଶ ତଥା ଦେଶ ବାହାରୁ ଏକାଧିକ ଅତିଥି ମଧ୍ୟ ଏହି ଉଦଘାଟନୀ ଉତ୍ସବରେ(Nmacc)ଯୋଗ ଦେଇଥିଲେ। ଉଦଘାଟନୀ ସମାରୋହରେ ଅମ୍ବାନୀଙ୍କ ପୁରା ପରିବାର ଉପସ୍ଥିତ ଥିଲେ। ତେବେ, ଏ-ହି ଉଦଘାଟନୀ ଉତ୍ସବରେ ଚାର ଚାନ୍ଦ ଲଗାଇଥିଲେ ଅନନ୍ତ ଅମ୍ବାନୀ (Anant Ambani) ଏବଂ ଅମ୍ବାନୀ ପରିବାରର ଭାବି ବୋହୂ ରାଧିକା ମର୍ଚାଣ୍ଟ (Radhika Merchant) । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକଙ୍କ ଆଖି ହଠାତ୍ ଅନନ୍ତଙ୍କ ଘଣ୍ଟା ଉପରେ ପଡିଥିଲା । କାହିଁକିନା ଅନନ୍ତ ପିନ୍ଧିଥିବା ଘଣ୍ଟାଟି ବହୁତ ଆକର୍ଷଣୀୟ ଥିଲା। 

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Apr 04, 2023, 05:30 PM IST

Nita Mukesh Ambani Cultural Centre New In Odia: ନିକଟରେ ଉଦଘାଟିତ ହୋଇଛି ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ ସେଣ୍ଟର(Nmacc)।  ଏଥିପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।  ଏହି ଉଦଘାଟନୀ ଉତ୍ସବରେ ବହୁ ନାମୀଦାମୀ ଲୋକେ ସାମିଲ ହୋଇଥିଲେ । ଦେଶ ତଥା ଦେଶ ବାହାରୁ ଏକାଧିକ ଅତିଥି ମଧ୍ୟ ଏହି ଉଦଘାଟନୀ ଉତ୍ସବରେ(Nmacc)ଯୋଗ ଦେଇଥିଲେ। ଉଦଘାଟନୀ ସମାରୋହରେ ଅମ୍ବାନୀଙ୍କ ପୁରା ପରିବାର ଉପସ୍ଥିତ ଥିଲେ। ଯେତେବେଳେ ଜୁନିଅର ଅମ୍ବାନୀ ଅର୍ଥାତ୍ ଅନନ୍ତ ଅମ୍ବାନୀ (Anant Ambani) ଏବଂ ଅମ୍ବାନୀ ପରିବାରର ଭାବି ବୋହୂ ରାଧିକା ମର୍ଚାଣ୍ଟ (Radhika Merchant) ଏହି କାର୍ଯ୍ୟକ୍ରମରେ ପହଞ୍ଚି ଥିଲେ । ସେତେବେଳେ ସମସ୍ତଙ୍କ ନଜର ଉଭୟଙ୍କ ଉପରେ ହିଁ ଥିଲା । 

ଅନନ୍ତ ଅମ୍ବାନୀଙ୍କ ଘଣ୍ଟାର ଦାମ ଏତେ କୋଟି: ତେବେ, ଏ-ହି ଉଦଘାଟନୀ ଉତ୍ସବରେ ଉଭୟ ଚାର ଚାନ୍ଦ ଲଗାଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକଙ୍କ ଆଖି ହଠାତ୍ ଅନନ୍ତଙ୍କ ଘଣ୍ଟା ଉପରେ ପଡିଥିଲା । କାହିଁକିନା ଅନନ୍ତ ପିନ୍ଧିଥିବା ଘଣ୍ଟାଟି ବହୁତ ଆକର୍ଷଣୀୟ ଥିଲା।  ବାକ୍ଲ କର୍ଲରର ଏକ ସେରଓ୍ବାନି ସାଙ୍ଗକୁ  ହାତରେ ଏକ ଦାମିକିଆ ଘଣ୍ଟା ପିନ୍ଧିଥିଲେ ଅନନ୍ତ ।  ଅନନ୍ତ ପିଟେକ୍ ଫିଲିପେ ବ୍ରାଣ୍ଡର(Patek Philippe brand) ଏକ  ଦାମିକିଆ ଘଣ୍ଟା ପିନ୍ଧିଥିଲେ। ତେବେ ଏହି ଘଣ୍ଟାର ଦାମ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଘଣ୍ଟାର ମୂଲ୍ୟ ପ୍ରାୟ ୧୮ କୋଟି )ଟଙ୍କା(18 crore) ହେବ । ଅନନ୍ତ (Grandmaster Chime Watch)ଗ୍ରାଣ୍ଡମାଷ୍ଟର ଚିମ ଓ୍ବାଚ୍ ପିନ୍ଧିଥିଲେ । ଯାହାର ଦାମ  ୧୮ କୋଟି ଟଙ୍କା (18 crore) ହେବ । 

Also Read :  Ambanis NMACC: ୫୦୦ ଟଙ୍କିଆ ଦନାରେ ହାଲୱା ଖାଇଲେ ଅତିଥି, ଜାଣନ୍ତୁ ଏହା ପଛର ରହସ୍ୟ

Also Read : Delhi Metro: ମେଟ୍ରୋକୁ ବେଡରୁମ କରିଦେଲେ ପ୍ରେମୀଯୁଗଳ, ଲୋକଙ୍କ ସାମ୍ନାରେ କଲେ ଚୁମ୍ବନ ସହ ଆଲିଙ୍ଗନ

ପିଟେକ୍ ଫିଲିପେ ବ୍ରାଣ୍ଡ ବିଶ୍ବର ସବୁଠୁ ଦାମିକିଆ ଘଣ୍ଟା ତିଆରି କରେ ।  ଏହି ବ୍ରାଣ୍ଡର ଘଣ୍ଟା ଗୁଡିକର ଦାମ କୋଟି କୋଟି ଟଙ୍କା । ଏହା ବ୍ୟତୀତ ଜୁନିଅର ଅମ୍ବାନୀ ବିଳାସପୂର୍ଣ୍ଣ କାରକୁ ମଧ୍ୟ ଭଲ ପାଆନ୍ତି। ତାଙ୍କ ପାଖରେ ରୋଲ୍ସ ରୋଏସ୍ ଫାଣ୍ଟମ୍(Rolls Royce Phantom), ବିଏମଡବ୍ଲୁ i8(BMW i8), ଏସୟୁଭି ମର୍ସିଡିଜ୍ ବେଞ୍ଜ ଜି 63 ଏମଜି (SUV Mercedes Benz G63 AMG), ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଭୋଗ(Land Rover Range Rover Vogue) ଓ ସେଡାନ ମର୍ସିଡିଜ ବେଞ୍ଜ ଏସ-କ୍ଲାସ (luxury sedan Mercedes Benz S-Class)ଭଳି ବିଳାସପୂର୍ଣ୍ଣ କାର  ମଧ୍ୟ ରହିଛି ।

ନିକଟରେ, ସାରା ବିଶ୍ୱର କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ଦେଶର ସର୍ବବୃହତ୍‌ କଲ୍‌ଚରାଲ ସେଣ୍ଟର ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ ସେଣ୍ଟର (ଏନ୍‌ଏମ୍‌ଏସିସି) ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏପରିକି ଦେଶ ବିଦେଶର କଳାକାର, ଧର୍ମଗୁରୁ, କ୍ରୀଡ଼ା ଓ ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଶୁକ୍ରବାର ଏନ୍‌ଏମ୍‌ଏସିସି ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନୀ(Nita Ambani),ମୁକେଶ ଅମ୍ବାନୀ(Mukesh Ambani) ଏବଂ ଇଶା ଅମ୍ବାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। 

ଏ ସମ୍ପର୍କରେ ନୀତା କହିଛନ୍ତି, ଏନ୍‌ଏମ୍‌ଏସିସିକୁ ମିଳିଥିବା ସମର୍ଥନକୁ ନେଇ ଆମେ ବେଶ୍‌ ଉତ୍ସାହିତ। ଏପରିକି ଏହା ଦୁନିଆର ଶ୍ରେଷ୍ଠ କଲ୍‌ଚରାଲ ସେଣ୍ଟର ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ବିଶେଷକରି ଏଠାରେ ସମସ୍ତ କଳା ଓ କଳାକାରଙ୍କୁ ସ୍ବାଗତ କରୁଛୁ। ଏଠାରେ ଛୋଟ ସହର ଏବଂ ଦୂରଦୂରାନ୍ତ ଅଞ୍ଚଳର ଯୁବତୀଯୁବକଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ମୁଁ ଆଶା କରୁଛି ଯେ ଦୁନିଆର ଶ୍ରେଷ୍ଠ ଶୋ’ଗୁଡ଼ିକ ମଧ୍ୟ ଏଠାରେ ଆୟୋଜିତ ହେବ। ସେହିଭଳି ମୁକେଶ କହିଛନ୍ତି, ମୁମ୍ବାଇ ସମେତ ସାରା ଦେଶ ପାଇଁ ଉକ୍ତ ସେଣ୍ଟର ସବୁଠୁ ବଡ଼ କେନ୍ଦ୍ର ଭାବେ ଉଭାହେବ। ଏଠାରେ ବଡ଼ ବଡ ଶୋ’ର ଆୟୋଜନ କରାଯାଇପାରିବ। ମୁଁ ଆଶା କରୁଛି, ଭାରତୀୟ କଳାକାରମାନେ ନିଜ କଳାତ୍ମକ ଭାବ ସହ ମୌଳିକ ବା ଅରିଜିନାଲ୍‌ ଶୋ’ ଏଠାରେ ପ୍ରସ୍ତୁତ କରିପାରିବେ।

Read More
{}{}