Hindi News >>Home >>Odisha Trending

ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ନିମନ୍ତ୍ରଣ କଲେ ଅନନ୍ତ ଅମ୍ୱାନୀ

Anant-Radhika Wedding: ନିକଟରେ ମୁକେଶ ଅମ୍ବାନୀ ରାଧିକା ମର୍ଚାଣ୍ଟଙ୍କ ସହ ମହାରାଷ୍ଟ୍ରର ସିଏମ ଏକନାଥ ସିନ୍ଦେଙ୍କୁ ବିବାହ ନିମନ୍ତ୍ରଣ କାର୍ଡ ଦେବାକୁ ଆସିଥିଲେ। ପୁଅର ବିବାହ ପାଇଁ ନିତା ଅମ୍ବାନୀ ବାବା ବିଶ୍ୱନାଥଙ୍କୁ ପ୍ରଥମ ନିମନ୍ତ୍ରଣ କାର୍ଡ ଦେଇଥିଲେ ।

Advertisement
ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ନିମନ୍ତ୍ରଣ କଲେ ଅନନ୍ତ ଅମ୍ୱାନୀ
Stop
Soubhagya Ranjan Mishra|Updated: Jun 27, 2024, 05:23 PM IST

Anant-Radhika Wedding: ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଶିଳ୍ପପତି ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କ ସହ ଅନନ୍ତ ଅମ୍ବାନୀଙ୍କ ସମ୍ପର୍କ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଚର୍ଚ୍ଚା ଆଲୋଚନା ହେଇଛି। ଅନନ୍ତ ଏବଂ ରାଧିକା ଜୁଲାଇ ୧୨ ରେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅମ୍ବାନୀ ପରିବାରର ସମସ୍ତ ସଦସ୍ୟମାନେ ସେମାନଙ୍କର ବିଶେଷ ଅତିଥିମାନଙ୍କୁ ବିବାହ ନିମନ୍ତ୍ରଣ କାର୍ଡ ଦେବାରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ନିକଟରେ ମୁକେଶ ଅମ୍ବାନୀ ରାଧିକା ମର୍ଚାଣ୍ଟଙ୍କ ସହ ମହାରାଷ୍ଟ୍ରର ସିଏମ ଏକନାଥ ସିନ୍ଦେଙ୍କୁ ବିବାହ ନିମନ୍ତ୍ରଣ କାର୍ଡ ଦେବାକୁ ଆସିଥିଲେ। ପୁଅର ବିବାହ ପାଇଁ ନିତା ଅମ୍ବାନୀ ବାବା ବିଶ୍ୱନାଥଙ୍କୁ ପ୍ରଥମ ନିମନ୍ତ୍ରଣ କାର୍ଡ ଦେଇଥିଲେ ।

 

 
 
 
 

 
 
 
 
 
 
 
 
 
 
 

A post shared by Voompla (@voompla)

ନିକଟରେ ଅନନ୍ତ ଅମ୍ବାନୀ ନିଜ ବିବାହ ପାଇଁ ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ଏବଂ କାଜୋଲଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ । ଏହାପରେ ଅନନ୍ତ ଅମ୍ବାନୀ ବ୍ୟକ୍ତିଗତ ଭାବେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଘରେ ପହଞ୍ଚି ତାଙ୍କ ବିବାହ କାର୍ଯ୍ୟକ୍ରମକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ବୁଧବାର ରାତିରେ ଅନନ୍ତ ତାଙ୍କ ରୋଲ୍ସ ରୋଏସରେ ଅକ୍ଷୟ କୁମାରଙ୍କ ଜୁହୁ ବାସଭବନରେ ପହଞ୍ଚିଥିବାର ନଜର ଆସିଥିଲେ। ଅନନ୍ତ ଯିବା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏକ ଭିଡିଓରେ ଅନନ୍ତଙ୍କୁ ଅକ୍ଷୟଙ୍କ ଘର ବାହାରେ ଦେଖିବାକୁ ମିଳିଛି । ଯେଉଁଥିରେ ଅନନ୍ତ ଏକ କୁର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛି । ଅନନ୍ତ ଏବଂ ରାଧିକାଙ୍କ ବିବାହ ପାଇଁ ଅମ୍ବାନୀ ପରିବାର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ଅନନ୍ତ ଅମ୍ବାନୀ ଏବଂ ରାଧିକା ଅମ୍ବାନୀଙ୍କ ବିବାହ କାର୍ଡ ମଧ୍ୟ ଚର୍ଚ୍ଚାରେ ରହିଛି । ଅନନ୍ତ-ରାଧିକାଙ୍କ ବିବାହ କାର୍ଡ ଖୁବ ସ୍ୱତନ୍ତ୍ର ଭାବେ ତିଆରି ହୋଇଛି ।

Also Read- Amarnath Yatra 2024: ଅପେକ୍ଷାର ହେବ ଅନ୍ତ, ୨୯ ଜୁନରୁ ଦର୍ଶନଦେବେ ବାବା ଅମରନାଥ

Also Read- Budh Gochar 2024: ୨ ଦିନ ପରେ ବଦଳିଯିବ ମିଥୁନ ସହ ଏହି ରାଶିର ଭାଗ୍ୟ...

{}{}