Hindi News >>Home >>Odisha Trending

Bebe Rexha Injured: ଷ୍ଟେଜ ଉପରେ ପରଫର୍ମ କରୁଥିଲେ ସିଙ୍ଗର, ଫ୍ୟାନ ବିଗାଡିଦେଲେ ଚେହେରା

Bebe Rexha Concert Program: ଷ୍ଟେଜ ପ୍ରୋଗାମ କରିବା ବେଳେ ଆହତ ହୋଇଛନ୍ତି ଆମେରିକୀୟ ଗାୟିକା ତଥା ଗୀତିକାର ବାଲେଟା ରେକ୍ସା। ଯାହା ପରେ ବିବି ରେକ୍ସା ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Advertisement
Bebe Rexha Injured: ଷ୍ଟେଜ ଉପରେ ପରଫର୍ମ କରୁଥିଲେ ସିଙ୍ଗର, ଫ୍ୟାନ ବିଗାଡିଦେଲେ ଚେହେରା
Stop
Zee Odisha Desk|Updated: Jun 19, 2023, 03:41 PM IST

Bebe Rexha Injured: ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ କରିବା ବେଳେ ଦୁର୍ଘଟଣାର ଶୀକାର ହୋଇଛନ୍ତି ଆମେରିକୀୟ ଗାୟିକା ତଥା ଗୀତିକାର ବାଲେଟା ରେକ୍ସା (ବିବି ରେକ୍ସା)। ରବିବାର ନ୍ୟୁୟର୍କ ଠାରେ ଆୟୋଜିତ ହୋଇଥିବା ଏକ କନସର୍ଟ ସମୟରେ ତାଙ୍କର ଜଣେ ପ୍ରଶଂସକ ତାଙ୍କ ଉପରକୁ ମୋବାଇଲ୍ ଫିଙ୍ଗିଥିଲେ। ଯାହା ଦ୍ୱାରା ଆମେରିକୀୟ ଗାୟିକା ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ବିବି ରେକ୍ସା ଚିକିତ୍ସିତ ହେଉଛନ୍ତି। ତାଙ୍କ ସହ ଘଟିଥିବା ଏଭଳି ଘଟଣାର ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ଆମେରିକୀୟ ଗାୟିକା ତଥା ଗୀତିକାର (American Singer and Songwriter) ବାଲେଟା ରେକ୍ସା (Bleta Rexha) ବିବି ରେକ୍ସା (Bebe Rexha) ବର୍ତ୍ତମାନ ଉତ୍ତର ଆମେରିକାରେ ଭ୍ରମଣରେ ଅଛନ୍ତି। ଯିଏ ପିୟର ୧୭ ସ୍ଥିତ ଦି ରୁଫ୍ ଟଫ୍ ଠାରେ ମଞ୍ଚ କାର୍ଯ୍ୟକ୍ରମ ପରିବେଷଣ (The Rooftop Stage Perform at Pier 17) କରୁଥିବା ବେଳେ, ହଠାତ୍ ତାଙ୍କର ଜଣେ ପ୍ରଶଂସକ (Bebe Rexhas Fan) ତାଙ୍କ ଉପରକୁ ମୋବାଇଲ୍ ଫୋନ୍ ଫିଙ୍ଗିଥିଲେ। ଯାହା ଦ୍ୱାରା ସେ ଆହତ ହୋଇଥିଲେ। ଷ୍ଟେଜ ପ୍ରୋଗାମ ବେଳେ ଆହତ ହେବା ପରେ (Bebe Rexha Injured during Stage Program) ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ବିବି ରେକ୍ସା ଆହତ ହେବା ପରେ ତାଙ୍କର କନସର୍ଟ ପ୍ରୋଗାମ (Bebe Rexhas Concert Program) ଧାର୍ଯ୍ୟ ସମୟ ପୂର୍ବରୁ ବନ୍ଦ କରି ଦିଆଯାଇଥିଲା। ନିଜର ପ୍ରଶଂସକଙ୍କୁ ଅଭିବାଦନ ଜଣାଇବା ପରେ ବାଲେଟା ରେକ୍ସା ଡାକ୍ତରଖାନାକୁ ଚାଲିଗଲେ। କନସର୍ଟ ପରେ ଏକ ମିଟ୍ ଏବଂ ଅଭିବାଦନ ଅଧିବେଶନ ଆୟୋଜନ କରାଯାଇଥିଲା। ହେଲେ ତାହାକୁ ମଧ୍ୟ ବାତିଲ କରିବାକୁ ପଡ଼ିଥିଲା। ଏହା ପରେ ପପ୍ ବେସ୍ ଏକ ଟ୍ୱିଟ୍ ମାଧ୍ୟମରେ କହିଛି ଯେ, ଗାୟିକାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ କେହି ଜଣେ ଦର୍ଶକଙ୍କ ମଧ୍ୟରୁ ଫୋନ ଫିଙ୍ଗିଥିଲେ। ଯାହା ଦ୍ୱାରା ସେ ଆହତ ହୋଇଥିଲେ। ତାଙ୍କୁ ତାଙ୍କ ମୁହଁରେ ତିନିଟି ଷ୍ଟିଚ୍ ପକାଇବାକୁ ପଡ଼ିଥିଲା।

ଘଟଣାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଲେ ଗାୟିକାଙ୍କ ପ୍ରଶଂସକ 
ଏହି ଘଟଣାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଛନ୍ତି ଗାୟିକଙ୍କ ପ୍ରଶଂସକ। ଟ୍ୱିଟର ମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରି ବିବି ରେକ୍ସାଙ୍କ ପ୍ରଶଂସକ ତାଙ୍କ ଉପରକୁ ଫିଙ୍ଗିଥିବା ଲୋକଙ୍କ ଉପରେ ବର୍ଷିଥିଲେ। ତାଙ୍କର ଜଣେ ପ୍ରଶଂସକ ଟ୍ୱିଟ୍ କରି ଲେଖିଛନ୍ତି ଯେ, "ଲୋକେ କାହିଁକି ଏପରି କରନ୍ତି ଯେ ସେମାନେ କ'ଣ ଘରେ କୌଣସି ଘରୋଇ ତାଲିମ ପାଇନାହାଁନ୍ତି। ବର୍ତ୍ତମାନ ଏହି ଗସ୍ତର ଭବିଷ୍ୟତ ଯାତ୍ରା ଉପରେ କ’ଣ ପ୍ରଭାବ ପଡ଼ିବ ବୋଲି ତାହା ଆମେରିକୀୟ ଗାୟିକା ତଥା ଗୀତିକାରଙ୍କ ଟିମ (Bebe Rexha Team) ପକ୍ଷରୁ କିଛି କୁହାଯାଇନାହିଁ। ଏପରିକି ତାଙ୍କ ଯାତ୍ରାର କାର୍ଯ୍ୟସୂଚୀରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। 

ବିବି ରେକ୍ସାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଅତୀତରେ ମଞ୍ଚ ଉପରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ପ୍ରସିଦ୍ଧ ଆମେରିକୀୟ ରାପର ବିଗ୍ ପୋକି ଟେକ୍ସାସ ସ୍ଥି ଏକ ବାର ଠାରେ କନସର୍ଟ ପ୍ରୋଗାମ କରୁଥିବା ସମୟରେ ହଠାତ୍ ଖସିପଡିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୫ ବର୍ଷ ହୋଇଥିଲା। ଶ୍ୱାସକ୍ରିୟାରେ ସମସ୍ୟା ହେତୁ ଗାୟକ ରବି ୱିଲିୟମ୍ସଙ୍କୁ ଶନିବାର କନସର୍ଟ ବନ୍ଦ କରିବାକୁ ପଡିଥିଲା। ଯିଏ ଦୀର୍ଘ ସମୟ ଧରି ଲଙ୍ଗ କୋଭିଡ ସହିତ ସଂଘର୍ଷ କରୁଛନ୍ତି।
 

Read More
{}{}