Hindi News >>Home >>Odisha Trending

Amarnath Yatra 2023: ଭକ୍ତଙ୍କ ପାଇଁ ରେକର୍ଡ କଲା ଚଳିତ ବର୍ଷର ଅମରନାଥ ଯାତ୍ରା

Baba Amarnath: ଚଳିତ ବର୍ଷ ବାବା ଅମରନାଥଙ୍କ ଦର୍ଶନ ପାଇଁ ଆସିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ଆଖି ଦୃଶିଆ ବୃଦ୍ଧି ପାଇଛି। ଯେଉଁଥିରେ ଅନେକ ବିଦେଶୀ ଭକ୍ତ ମଧ୍ୟ ସାମିଲ ଅଛନ୍ତି।

Advertisement
Amarnath Yatra 2023: ଭକ୍ତଙ୍କ ପାଇଁ ରେକର୍ଡ କଲା ଚଳିତ ବର୍ଷର ଅମରନାଥ ଯାତ୍ରା
Stop
Zee Odisha Desk|Updated: Jul 29, 2023, 08:23 PM IST

Amarnath Yatra Records: ଚଳିତ ବର୍ଷର ଅମରନାଥ ଯାତ୍ରା ପୂର୍ବ ବର୍ଷର ସମୁଦାୟ ତୀର୍ଥଯାତ୍ରୀଙ୍କ ସଂଖ୍ୟାକୁ ଅତିକ୍ରମ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଅମରନାଥ ଯାତ୍ରା ୨୦୨୩ ପାଇଁ ହୋଇଥିବା ବ୍ୟବସ୍ଥା, ସେବା ଏବଂ ଯତ୍ନଶୀଳ ପରିଚାଳନା ହେତୁ ଚଳିତ ବର୍ଷର ଯାତ୍ରା ସଫଳତା ହୋଇଥିବାର ମନେହୁଏ। ଚଳିତ ସପ୍ତାହକୁ ମିଶାଇ ମୋଟ ୩ ଲକ୍ଷ ୬୯ ହଜାର ୨୮୮ ଜଣ ତୀର୍ଥଯାତ୍ରୀ ବାବା ଅମରନାଥଙ୍କ ଦର୍ଶନ କରିଥିବା ଜଣାପଡ଼ିଛି। ଯାହା ଗତ ବର୍ଷର ମୋଟ ତୀର୍ଥଯାତ୍ରୀ ସଂଖ୍ୟା ୩ ଲକ୍ଷ ୬୫ ହଜାର ୭୨୧ ତୁଳନାରେ ଅଧିକ। ଯାହା ପବିତ୍ର ତୀର୍ଥଯାତ୍ରା କରୁଥିବା ଭକ୍ତଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବାର ସୂଚାଉଛି।

ଚଳିତ ବର୍ଷ ଆୟୋଜିତ ହୋଇଥିବା ଅମରନାଥ ଯାତ୍ରାର (Amarnath Yatra 2023) ଚମତ୍କାର ସଫଳତା ପାଇଁ ମୁଖ୍ୟତଃ ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାକୁ ଦିଆଯାଉଛି। ଲଙ୍ଗର ସେବା ଯୋଗାଇବା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସୁବିଧା, ପରିଷ୍କାର ପରିଚ୍ଛନ୍ନତା, ପରିବହନ ଏବଂ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ଯାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ ଯାତ୍ରାର ପ୍ରତ୍ୟେକ ଦିଗକୁ ଯତ୍ନର ସହ ପରିଚାଳନା କରାଯାଇଛି। ଏହି ବ୍ୟବସ୍ଥା କାରଣରୁ ଅମରନାଥ ଯାତ୍ରାରେ ସାମିଲ ହୋଇଥିବା ତୀର୍ଥଯାତ୍ରୀଙ୍କ (Amarnath Yatra Pilgrims) ସଂଖ୍ୟା ବୃଦ୍ଧି ପାଇଛି।

Also Read: Amarnath Yatra 2023: ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ଯାତ୍ରା, ଦର୍ଶନ କରିସାରିଲେଣୀ ୩ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ

ଅମରନାଥ ଯାତ୍ରାରେ ପବିତ୍ର ଗୁମ୍ଫା (Holy Amarnath Cave) ପରିଦର୍ଶନ କରୁଥିବା ବିଦେଶୀ ତୀର୍ଥଯାତ୍ରୀଙ୍କ (Amarnath Yatra Foreign Pilgrim) ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ତୀର୍ଥଯାତ୍ରାର ଆକର୍ଷଣ ଜାତୀୟ ତଥା ଆନ୍ତର୍ଜାତୀୟ ସୀମା ଅତିକ୍ରମ କରି ସମଗ୍ର ବିଶ୍ୱରୁ ଲୋକଙ୍କୁ ବାବା ଅମରନାଥଙ୍କ (Baba Amarnath) ଦର୍ଶନ କରିବାକୁ ଆକର୍ଷିତ କରିଛି। ତୀର୍ଥଯାତ୍ରୀଙ୍କୁ ସୁଚାରୁରୂପେ ତଥା ଅସୁବିଧାଜନକ ମୁକ୍ତ ଯାତ୍ରା ସୁନିଶ୍ଚିତ କରିବାରେ ପ୍ରଶାସନ ପକ୍ଷରୁ କରାଯାଉଥିବା ପ୍ରୟାସକୁ ପ୍ରଶଂସା କରାଯାଇଛି।

Also Read: Amarnath Yatra 2023: ଯାତ୍ରା ବେଳେ ପ୍ରାଣ ହରାଣଲେଣି ୩୦ ତୀର୍ଥଯାତ୍ରୀ, ପାହାଡ ଚଢିବା ବେଳେ ଚାଲିଗଲା ୩ ଜୀବନ

ଏହା ସହିତ କାର୍ଗିଲ ଦିବସ ମଧ୍ୟ ସମସ୍ତ ଯାତ୍ରୀ ଶିବିର ଠାରେ ପାଳନ କରାଯାଇଥିଲା। ଯେଉଁଥିରେ କାର୍ଗିଲ ଯୁଦ୍ଧର ବିଜୟକୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେନା, ସିଆରପିଏଫ, ପୋଲିସ, ଏନଡିଆରଏଫ, ଏସଡିଆରଏଫ, ନାଗରିକ ପ୍ରଶାସନ ଏବଂ ଯାତ୍ରୀଙ୍କ ସମେତ ବିଭିନ୍ନ ସୁରକ୍ଷା ବିଭାଗ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ସଶସ୍ତ୍ର ବାହିନୀ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ବନ୍ଧନକୁ ଆହୁରି ମଜବୁତ କରିଥିଲା। ଏହି ଯାତ୍ରା ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାହସୀ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଏକ ସୁଯୋଗ ପ୍ରଦାନ କରିଥିଲା। ଯେହେତୁ ଚଳିତ ବର୍ଷର ଅମରନାଥ ଯାତ୍ରାରେ ଭକ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାର ବ୍ୟବସ୍ଥା ପାଇଁ ବ୍ୟାପକ ପ୍ରଶଂସା କରାଯାଉଛି। ଏହି ଯାତ୍ରା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଏକତା ଏବଂ ଭକ୍ତିର ଏକ ଉଦାହରଣ ପାଲଟିଛି।

Read More
{}{}