Hindi News >>Home >>Odisha Trending

Pushpa 3:ପୁଷ୍ପା ପାର୍ଟ୍ ଟୁ ରିଲିଜ୍ ପୂର୍ବରୁ ଆସିଲା ପାର୍ଟ୍ ଥ୍ରି ଉପରେ ଅପଡେଟ୍,ଜାଣନ୍ତୁ ସତ କ’ଣ ?

2024 ମସିହାରେ ଭାରତ ଯଦି କୌଣସି ଫିଲ୍ମକୁ ଅତି ଉତ୍ସୁକତାର ସହିତ ଅପେକ୍ଷା କରିଛି ତେବେ ସେହି ଫିଲ୍ମ ହେଉଛି ସାଉଥ୍ ଷ୍ଟାର୍ ଆଲୁ ଅର୍ଜୁନଙ୍କ ପୁଷ୍ପା 2 । ପୁଷ୍ପା ପାର୍ଟ ଟୁ’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ପ୍ରକାଶଥାଉ କି, ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ସ୍ୱାଧୀନତା ଦିବସ ଅବସରରେ ପ୍ରେକ୍ଷାଳୟକୁ ଆସିବ। ଏହି ଚଳଚ୍ଚିତ୍ରର ନିର

Advertisement
SOCIAL MEDIA
Stop
Zee Odisha Desk|Updated: Feb 07, 2024, 07:36 PM IST

Pushpa 3:

2024 ମସିହାରେ ଭାରତ ଯଦି କୌଣସି ଫିଲ୍ମକୁ ଅତି ଉତ୍ସୁକତାର ସହିତ ଅପେକ୍ଷା କରିଛି ତେବେ ସେହି ଫିଲ୍ମ ହେଉଛି ସାଉଥ୍ ଷ୍ଟାର୍ ଆଲୁ ଅର୍ଜୁନଙ୍କ ପୁଷ୍ପା 2 । ପୁଷ୍ପା ପାର୍ଟ ଟୁ’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ପ୍ରକାଶଥାଉ କି, ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ସ୍ୱାଧୀନତା ଦିବସ ଅବସରରେ ପ୍ରେକ୍ଷାଳୟକୁ ଆସିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର। ସମ୍ପ୍ରତି 'ପୁଷ୍ପା : ଦ ରୁଲ୍' ଉପରେ କାମ ଚାଲିଛି। ନିର୍ମାତାମାନେ ବର୍ତ୍ତମାନ ବିନା ବିଳମ୍ବରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଚାହୁଁଛନ୍ତି ।

ନିକଟରେ ପୁଷ୍ପା ଫିଲ୍ମର ଅଲୁ ଅର୍ଜୁନଙ୍କ ସାଢୀ ଲୁକର ଏକ ଲିକ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ସମୟରେ ଫିଲ୍ମ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ ପୁଷ୍ପା ଫ୍ରାଞ୍ଚାଇଜ୍ ର ତୃତୀୟ ଭାଗ ମଧ୍ୟ ପ୍ରସ୍ତୁତ କରାଯିବ। ଅବଶ୍ୟ ବର୍ତ୍ତମାନ ପାର୍ଟ୍ -୩ ସୁଟିଂ ଫ୍ଲୋରକୁ ଯିବାର କୌଣସି ସମ୍ଭାବନା ନାହିଁ । ପୁଷ୍ପା-୩ ତିଆରି ହେବାର ଖବର  ସୋସିଆଲ ମିଡିଆରେ ଜଙ୍ଗଲ ନିଆଁ  ପରି ବ୍ୟାପିଛି। ପ୍ରଶଂସକମାନେ ଫିଲ୍ମର ନାମ ବିଷୟରେ କଳ୍ପନା କରିବା ମଧ୍ୟ ଆରମ୍ଭ କରିଛନ୍ତି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପୁଷ୍ପା -୩ ଫିଲ୍ମର ଶେଷ ଭାଗ ହେବ ନାହିଁ ଏବଂ ଫିଲ୍ମର ପ୍ରକୃତ ଟାଇଟଲ୍ ମଧ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ପୁଷ୍ପା ଚଳଚ୍ଚିତ୍ରର ପ୍ରଥମ ଭାଗ 2021 ମସିହାରେ ମୁକ୍ତିଲାଭ କରିଥିଲା । ଯାହା ଲକଡାଉନ୍ ପରେ ମୁକ୍ତିଲାଭ କରିଥିଲା ।| କିନ୍ତୁ ଏହି ଚଳଚ୍ଚିତ୍ରଟି ରିଲିଜ ହେବା ମାତ୍ରେ ବ୍ଲକବଷ୍ଟର ହୋଇଥିଲା । ଏହା ପାନ୍ ଇଣ୍ଡିଆରେ ହିଟ୍ ହୋଇ ସାଉଥ୍ ଫିଲ୍ମ ପାଇଁ ବଡ଼ ବଜାର ତିଆରି କରିଥିଲା । ଯାହା ପରେ ଏହାର ଦ୍ୱିତୀୟ ଭାଗ ପାଇଁ ଅପେକ୍ଷା ଆରମ୍ଭ ହେଲା ।

ଏହି ଚଳଚ୍ଚିତ୍ର ପାଇଁ ଅଲୁ ଅର୍ଜୁନ ଏବଂ ମ୍ୟୁଜିକ୍ କମ୍ପୋଜର ଶ୍ରୀ ପ୍ରସାଦ ମଧ୍ୟ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ। ପୁଷ୍ପା : ଦ’ ରୁଲ ନାମକ ଏହି ଚଳଚ୍ଚିତ୍ରର ସିକ୍ୱେଲ୍ ପ୍ରଥମ ଭାଗ ଯେଉଁଠି ଶେଷ ହୋଇଛି ସେଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦନା, ଫାହାଦ୍ ଫୈଜାଲ, ଜଗଦୀଶ ପ୍ରତାପ ବୃନ୍ଦରୀ, ପ୍ରକାଶ ରାଜ, ଜଗପତି ବାବୁ ଏବଂ ଅନେକ ତାରକା ପ୍ରମୁଖ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।

Read More
{}{}