Hindi News >>Home >>Odisha Trending

Bareilly News: ନିଶାରେ ଚୁର ହୋଇ ମଦ୍ୟପ କୁକୁର ସହ କଲେ ଏମିତି କାଣ୍ତ , ଘଟଣା ଜାଣିଲେ ଆପଣଙ୍କର ଉଡିଯିବ ହୋସ୍

Bareilly News: ମଦ୍ୟପ ଘଟାଇଲେ ଅମାନବୀୟକାଣ୍ତ । ଯାହା ଶୁଣିଲେ ଆପଣ ହୋଇଯିବା ଆଶ୍ଚର୍ଯ୍ୟ । ଏପରିକି ଏହି ଘଟଣାଟି ଆପଣଙ୍କୁ ଚକିତ ମଧ୍ୟ କରିପାରେ। ଏହି ଘଟଣାଟି ଏବେ ଥାନାରେ ପହଞ୍ଚିଛି । ଦୁଇଜଣ ମଦ୍ୟପ ସେମାନଙ୍କ ଚାଖଣା ଶେଷ ହେବା ପରେ କୁକୁର ଛୁଆର କାନ ଓ ଲାଞ୍ଜ କାଟି ଖାଇଛନ୍ତି ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Dec 14, 2022, 12:30 PM IST

Bareilly News: ମଦ୍ୟପ ଘଟାଇଲେ ଅମାନବୀୟକାଣ୍ତ । ଯାହା ଶୁଣିଲେ ଆପଣ ହୋଇଯିବା ଆଶ୍ଚର୍ଯ୍ୟ । ଏପରିକି ଏହି ଘଟଣାଟି ଆପଣଙ୍କୁ ଚକିତ ମଧ୍ୟ କରିପାରେ। ଏହି ଘଟଣାଟି ଏବେ ଥାନାରେ ପହଞ୍ଚିଛି । ଦୁଇଜଣ ମଦ୍ୟପ ସେମାନଙ୍କ ଚାଖଣା ଶେଷ ହେବା ପରେ କୁକୁର ଛୁଆର କାନ ଓ ଲାଞ୍ଜ କାଟି ଖାଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲୀ ଫରିଦପୁର ଥାନା ଅଞ୍ଚଳରେ । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। 

ଘରୋଇ ଟିଭି ଚ୍ୟାନେଲର ଏକ ରିପୋର୍ଟ ଅନୁଯାୟୀ, ୟୁପି ବରେଲୀରେ ଥିବା ଫରିଦପୁର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି । ଫରିଦାବାଦ ନୟି କୋଲନୀ ବସ୍ତିରେ ରହୁଥିବା ଦୁଇ ଜଣ ଯୁବକ  ବିଳମ୍ବିତ ରାତିରେ ମଦ୍ୟପାନ କରୁଥିଲେ। ଏହି ସମୟରେ ସେମାନଙ୍କ ଚାଖଣା ଶେଷ ହୋଇ ଯାଇଥିଲା। ପରେ ସେମାନେ ଆଉ କୌଣସି ଚାଖଣା ବା ଖାଦ୍ୟ ନ ପାଇ ବସ୍ତିରେ ବୁଲୁଥିବା କୁକୁର ଛୁଆକୁ ପ୍ରଥମେ ବାଡେଇ ହତ୍ୟା କରିଥିଲେ। ଏବଂ ପରେ ତା କାନ ଓ ଲାଞ୍ଜ କାଟି ଖାଇଦେଥିଲେ। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳ ଲୋକ ସେହି ଦୁଇ ଯୁବକଙ୍କ ବିରୋଧରେ ଥାନାର ଦ୍ବାରସ୍ତ ହୋଇଥିଲେ।  ଏବଂ ଥାନାରେ ଏତଲା ଦେଇଥିଲେ। ଏହି ଘଟଣା ପରଠାରୁ ଦୁଇ ଜଣ ଯୁବକ ଫେରାର ରହିଥିବା ସୂଚନା ମିଳିଛି। ପୋଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ ମାରୁଛି । 

ପଶୁମାନଙ୍କ ପ୍ରତି ଅତ୍ୟାଚାର ବିଷୟରେ ନିୟମ କ’ଣ କହିଛି?

ପଶୁମାନଙ୍କ ପ୍ରତି ଅତ୍ୟାଚାର ହେଉଛି ପ୍ରିଭେନସନ୍ ଅଫ୍ କ୍ରୁଲିଟି ଟୁ ଆନିମଲ୍ସ ଆକ୍ଟ, ୧୯୬୦ ଅଧୀନରେ ଏକ ଅପରାଧ (Prevention of Cruelty to Animals Act, 1960.) । ପଶୁମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ଏହାର ଉଦ୍ଦେଶ୍ୟ । ଏହି ଅଧିନିୟମ ଅନୁଯାୟୀ ଭାରତର ପଶୁ କଲ୍ୟାଣ ବୋର୍ଡ ମଧ୍ୟ ଗଠନ କରାଯାଇଛି। ଏବଂ କେତେକ କ୍ଷେତ୍ରରେ, ଭାରତୀୟ ଦଣ୍ଡବିଧି ଆଇନର ଧାରା  ୪୨୮ ଅନୁଯାୟୀ, ପଶୁମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମଧ୍ୟ ଦିଆଯାଇପାରେ।

 ଏହାବି ପଢନ୍ତୁ : Alia Bhatt: ମାଆ ହେବା ପରେ ଆଲିଙ୍କୁ ଇନଭାଇଟ୍ କଲେ ବଲିଉଡର ଏହି ସୁପର ମମ୍, ଜାଣନ୍ତୁ କଣ ରହିଛ ଏହା ପଛର କାରଣ ?

 ଏହାବି ପଢନ୍ତୁ : South Celebs Bollywood Debut in 2022 : ସାଉଥ୍ ଇଣ୍ତଷ୍ଟ୍ରିରେ ଜଲଓ୍ବା ଦେଖାଇବା ପରେ ବଲିଉଡ୍ ରାଜ୍ କରୁଛନ୍ତି ଏହି ସେଲିବ୍ରେଟି, ଜାଣନ୍ତୁ କେଉଁମାନେ ରହିଛନ୍ତି ଏହି ତାଲିକାରେ

 ଏହାବି ପଢନ୍ତୁ : Money Laundering Case: ଇଡି ଫାସରେ ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡା, ଜାରି ହେଲା ସମନ

ଏହାବି ପଢନ୍ତୁ : Ishan Kishan Love Story: ଫିଲ୍ଡରେ ହିରୋ ହେଲେ ଏହି ଯୁବତୀଙ୍କ ପ୍ରେମରେ କ୍ଲିନ ବୋଲ୍ଡ ଇଶାନ କିଷାନ

Read More
{}{}