Hindi News >>Home >>Odisha Trending

Israel Hamas War: ଆଖି ପିଛୁଳାକେ ମାଟିରେ ମିଶିଗଲା ଗାଜା ବିଶ୍ୱବିଦ୍ୟାଳୟ; ଭିଡ଼ିଓ ଭାଇରାଲ

Israel Hamas War Latest Update: ଇସ୍ରାଏଲ ବିମାନ ଆକ୍ରମଣରେ ଆଖି ପିଛୁଳାକେ ମାଟିରେ ମିଶିଯାଇଛି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଅବସ୍ଥିତ ଅଲ-ଇସ୍ରା  ବିଶ୍ୱବିଦ୍ୟାଳୟ।  

Advertisement
 Israel Hamas War: ଆଖି ପିଛୁଳାକେ ମାଟିରେ ମିଶିଗଲା ଗାଜା ବିଶ୍ୱବିଦ୍ୟାଳୟ; ଭିଡ଼ିଓ ଭାଇରାଲ
Stop
Zee Odisha Desk|Updated: Jan 20, 2024, 12:35 AM IST

Gaza University turned into debris after Israel Strike: ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ବିରୋଧରେ ଚାଲିଥିବା ଆକ୍ରମଣକୁ ଜାରି ରଖିଛି ଇସ୍ରାଏଲ୍। ପ୍ରାୟ ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଇସ୍ରାଏଲ ପକ୍ଷରୁ ହମାସ ବିରୋଧରେ ଚାଲିଥିବା ଅଭିଯାନ କାରଣରୁ ଗାଜା ଷ୍ଟ୍ରିପ୍ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି। ଇସ୍ରାଏଲ କ୍ରମାଗତ ଭାବରେ ହମାସ ବିରୋଧରେ ଚାଲିଥିବା ଆକ୍ରମଣକୁ ଜୋରଦାର କରୁଛି। ଗାଜା ଅଞ୍ଚଳର ସବୁ ସ୍ଥାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳିଛି। ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ବର୍ତ୍ତମାନ ଗାଜାରେ ହମାସ ସହ ଜଡ଼ିତୃ ଏକ ଭୟଙ୍କର ଆକ୍ରମଣର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଅଧିକ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ ଏହା ଗାଜା ସ୍ଥିତ ଅଲ-ଇସ୍ରା  ବିଶ୍ୱବିଦ୍ୟାଳୟରେ ହୋଇଥିବା ବିସ୍ଫୋରଣର ଏକ ଭିଡିଓ। ବିସ୍ଫୋରଣରେ ଗାଜା ଠାରେ ଅବସ୍ଥିତ ବିଶ୍ୱବିଦ୍ୟାଳୟ ମାଟିରେ ମିଶି ଯାଉଥିବାର ଦେଖିବାକୁ ମିଳିଛି। 

ଭାଇରାଲ ହେଉଛି ବିସ୍ଫୋରଣର ଭିଡ଼ିଓ
ଏନେଇ ଦାବି କରାଯାଉଛି ଯେ ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣର ଜବାବରେ ଇସ୍ରାଏଲ ଦ୍ୱାରା ଗାଜା ଅଞ୍ଚଳରେ ବିମାନ ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଏହି ବିଲ୍ଡିଂ ଉଡ଼ାଇ ଦିଆଯାଇଥିବା ନେଇ ଦାବି କରାଯାଇଛି। ଏହି ଭାଇରାଲ ଭିଡିଓ ସମ୍ପର୍କରେ ଇସ୍ରାଏଲ ପକ୍ଷରୁ କୌଣସି ବିବୃତ୍ତି ଜାରି ହୋଇନାହିଁ। ପାଲେଷ୍ଟାଇନ ଉଚ୍ଚଶିକ୍ଷା ସଂସ୍ଥାନ ଏକ ଭିଡିଓ ପୋଷ୍ଟ କରି ବିସ୍ଫୋରଣରେ ବିଶ୍ୱବିଦ୍ୟାଳୟ ଉଡ଼ାଇ ଦେବାକୁ ସମାଲୋଚନା କରାଯାଇଛି।

ଇସ୍ରାଏଲ୍  ପାଖରୁ ଜବାବ ମାଗିଲା ଆମେରିକା
ଟାଇମ୍ସ ଅଫ୍ ଇସ୍ରାଏଲ୍ ରିପୋର୍ଟ ଅନୁଯାୟୀ ଆମେରିକୀୟ ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ  କଥିତ ରୂପରେ ବିଶ୍ୱବିଦ୍ୟାଳୟ ବିସ୍ଫୋରଣ ଘଟଣାର ଭିଡ଼ିଓ ଭାଇରାଲ ହେବା ଇସ୍ରାଏଲ ପାଖରୁ ସ୍ପଷ୍ଟୀକରଣ ମଗାଯାଇଛି। ଏନେଇ ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସୂଚନା ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ହମାସ ଏହାର ଲକ୍ଷ୍ୟ ହାସଲ ପାଇଁ ସାଧାରଣ ଲୋକଙ୍କ ଘର ବ୍ୟବହାର କରିବା ଜାରି ରଖିଛି।

ଦକ୍ଷିଣ ଗାଜା ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଜାରି ରହିଛି ଆକ୍ରମଣ 
ଏହା ପୂର୍ବରୁ ଦକ୍ଷିଣ ଗାଜା ଅଞ୍ଚଳରେ ଅବସ୍ଥିତ ରାଫା ସହରରେ ଇସ୍ରାଏଲ ଦ୍ୱାରା ହୋଇଥିବା ବିମାନ ଆକ୍ରମଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଥିଲା। ମୃତକଙ୍କ ମଧ୍ୟରେ ଅଧିଂକାଶ ଶିଶୁ ରହିଥିବାର ଦାବି କରାଯାଇଥିଲା। ଇସ୍ରାଏଲ୍ ସେନା କ୍ରମାଗତ ଭାବରେ ଦକ୍ଷିଣ ଗାଜା ଅଞ୍ଚଳରେ ଆକ୍ରମଣ କରିବା ଜାରି ରଖିଛି। ଏଠାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି।

ଇସ୍ରାଏଲ-ହମାସ ଯୁଦ୍ଧ କାରଣରୁ ପ୍ରାଣ ହରାଇ ସାରିଲେଣି ୨୪ ହଜାରରୁ ଅଧିକ ଲୋକ 
ପ୍ରାୟ ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ୨୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ମୋଟ ୨୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗାଜା ଅଞ୍ଚଳର ମୋଟ ଜନସଂଖ୍ୟାର ୮୫ ପ୍ରତିଶତ ଲୋକ ବିସ୍ଥାପିତ ହୋଇ ସାରିଛନ୍ତି। 

Read More
{}{}