Hindi News >>Home >>Odisha Trending

Money transfer: ବନ୍ଧୁଙ୍କୁ ଧାର ଦେଲେ ୨ହଜାର, ଆକାଉଣ୍ଟକୁ ଆସିଲା ୭୫୩ କୋଟି

Money transfer: କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ମାଧ୍ୟମରେ ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କୁ ୨ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ପରେ ସେ ଯେତେବେଳେ ବାଲାନ୍ସ ଚେକ୍ କରିଥିଲେ ତାହା ତାଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଥିଲା । କାରଣ ବ୍ୟାଙ୍କ୍ ଆକାଉଣ୍ଟରେ ଥିଲା ୭୫୩ କୋଟି ।

Advertisement
Money transfer: ବନ୍ଧୁଙ୍କୁ ଧାର ଦେଲେ ୨ହଜାର, ଆକାଉଣ୍ଟକୁ ଆସିଲା ୭୫୩ କୋଟି
Stop
Soubhagya Ranjan Mishra|Updated: Oct 09, 2023, 03:35 PM IST

Money transfer: ବେଳେବେଳେ ଏପରି କିଛି ଘଟଣା ଘଟିଯାଏ ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆପଣ ଏପରି ଅନେକ କାହାଣୀ ଶୁଣିଥିବେ ଯେଉଁଥିରେ, ନିଜର ପରିଶ୍ରମ ଓ ବୁଦ୍ଧି ବଳ (Hard work and intelligence)ରେ ମଣିଷ କିପରି ଶିଖରରେ ପହଞ୍ଚିଥାଏ ସେସବୁର ଉଦାହରଣ ରହିଥାଏ। କୋଟିପତି ବନିବା ପାଇଁ ଅନେକଙ୍କର ସ୍ୱପ୍ନ ଥାଏ ସେଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଚେଷ୍ଟା କରିଥାନ୍ତି । କିନ୍ତୁ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସହଜରେ ସଫଳତା ଲାଭ କରିଥାନ୍ତି । ଅନେକାଂଶରେ ସେମାନଙ୍କର ଭାଗ୍ୟ ସାଥ ଦେଇଥାଏ ।

ବର୍ତ୍ତମାନ ଅନେକ ସମୟରେ ଏପରି ଖବର ଆସୁଛି ଯାହା ଆଶ୍ଚର୍ଯ୍ୟର କାରଣ ପାଲଟୁଛି । ଜଣେ ସାଧାରଣ ଲୋକର ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍ କୋଟି କୋଟି ଟଙ୍କା ଆସିବା ନିହାତି ଭାବରେ ଆଶ୍ଚର୍ଯ୍ୟଜନକ । ଏହି କ୍ରମରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କୁ ୨ହଜାର ଟଙ୍କା ଧାର ଦେଇଥିଲେ ଓ ପରେ ଆକାଉଣ୍ଟ ଯାଞ୍ଚ (Account Verification) କରିବା ମାତ୍ରେ ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କ ଆକାଉଣ୍ଟରେ ଦେଖିବାକୁ ମିଳିଥିଲା ୭୫୩ କୋଟି (753 crores) ଟଙ୍କା।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମହମ୍ମଦ ଇଡ୍ରିସ ନାମକ ଜଣେ ବ୍ୟକ୍ତିଙ୍କ ସହ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ମହମ୍ମଦ ଇଡ୍ରିସ୍ ଫାର୍ମାସି ବିଭାଗ (Department of Pharmacy)ରେ କାମ କରନ୍ତି । ଇଡ୍ରିଶ ଗଣମାଧ୍ୟମକୁ କହିଛନ୍ତି ଯେ, ସେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ମାଧ୍ୟମରେ ନିଜ ବନ୍ଧୁଙ୍କୁ ୨ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ଟଙ୍କା ଟ୍ରାନ୍ସଫର କରିବା ପରେ ଯେତେବେଳେ ସେ ତାଙ୍କ ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିଥିଲେ ସେତେବେଳେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରାଇଥିଲା । କାରଣ ଆକାଉଣ୍ଟରେ ୭୫୩ କୋଟି ଟଙ୍କା ଦେଖାଉଥିଲା । ତେବେ ଏହା ପରେ ଯେତେବେଳେ ଇଡ୍ରିଶ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଥିବା ଶାଖା (Nearest branch) ସହିତ ଯୋଗାଯୋଗ କରିଥିଲେ, ସେତେବେଳେ ତାଙ୍କ ଆକାଉଣ୍ଟ ଫ୍ରିଜ୍ (Account Freeze) ହୋଇଯାଇଥିଲା। ଏହି ଘଟଣାଟି ତାମିଲନାଡୁର ତୃତୀୟ ଘଟଣା ବୋଲି କୁହାଯାଉଛି ।

ଏହା ପୂର୍ବରୁ ରାଜକୁମାର ନାମକ ଜଣେ ଗାଡି ଡ୍ରାଇଭରଙ୍କ ଆକାଉଣ୍ଟକୁ ଭୁଲରେ ୯ ହଜାର କୋଟି ଟଙ୍କା ଟ୍ରାନ୍ସଫର ହୋଇଥିଲା । ଯେତେବେଳେ ରାଜକୁମାର ତାଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରିଥିଲେ ସେତେବେଳେ ଜଣାପଡିଥିଲା ଯେ, ୯ ହଜାର କୋଟି ଟଙ୍କା ଭୁଲରେ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି। ଏହା ପରେ ବ୍ୟାଙ୍କ ପକ୍ଷରୁ ଉପଯୁକ୍ତ କାର୍ଯ୍ୟ କରାଯାଇଥିଲା । ଏହା ବ୍ୟତୀତ ଥାନାଜୁର ଅଞ୍ଚଳର ବାସିନ୍ଦା ଗଣେଶ ନାମକ ଜଣେ ବ୍ୟକ୍ତିଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା । ତାଙ୍କ ଆକାଉଣ୍ଟରେ ୭୫୬ କୋଟି ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Also Read- Love Marriage: ଜେଲ୍ ଯିବା ଭୟରେ ୪ମାସ ଗର୍ଭବତୀଙ୍କୁ ବିବାହ କଲେ ଯୁବକ

Also Read- ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପାଇଁ ପ୍ରତି ମାସରେ ଦେବାକୁ ପଡିବ ୧୬୬୫? ମେଟାର ନୂଆ ପ୍ଲାନ କଣ ଜାଣନ୍ତୁ...

Read More
{}{}