Hindi News >>Home >>Odisha Trending

Price Hike: ଟମାଟୋ, ପିଆଜ ଦର ବୃଦ୍ଧି ପରେ ଏବେ ଡାଲିକୁ ନେଇ ଚିନ୍ତା...

Price Hike: ଟମାଟୋ,ପିଆଜ(Onion) ପରେ ଏବେ ଖାଉଟିଙ୍କ ଚିନ୍ତା ବଢ଼ାଇବା ଆରମ୍ଭ କଲାଣି ହରଡ଼ ଡାଲି(Ahar Dal) ଦର। ଏବେ ୨୫ କିଲୋ ଡାଲି ପ୍ୟାକେଟର ପାଇକାରୀ ମୂଲ୍ୟ ୮୦୦ ଟଙ୍କାକୁ ବୃଦ୍ଧି ପାଇଛି । ଫଳରେ କିଲୋ ପିଛା ୧୫୨ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ମାର୍କେଟରେ ୧୭୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। 

Advertisement
Price Hike: ଟମାଟୋ, ପିଆଜ ଦର ବୃଦ୍ଧି ପରେ ଏବେ ଡାଲିକୁ ନେଇ ଚିନ୍ତା...
Stop
Priyambada Rana|Updated: Aug 28, 2023, 07:40 AM IST

Price Hike: ଟମାଟୋ,ପିଆଜ(Onion) ପରେ ଏବେ ଖାଉଟିଙ୍କ ଚିନ୍ତା ବଢ଼ାଇବା ଆରମ୍ଭ କଲାଣି ହରଡ଼ ଡାଲି(Ahar Dal) ଦର। ଏବେ ୨୫ କିଲୋ ଡାଲି ପ୍ୟାକେଟର ପାଇକାରୀ ମୂଲ୍ୟ ୮୦୦ ଟଙ୍କାକୁ ବୃଦ୍ଧି ପାଇଛି । ଫଳରେ କିଲୋ ପିଛା ୧୫୨ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ମାର୍କେଟରେ ୧୭୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଆଗକୁ ଡାଲି କିଲୋ ୨୦୦ଟଙ୍କା ଛୁଇଁପାରେ ବୋଲି କୁହାଯାଉଛି। ତେବେ ଏପରି ଆଶଙ୍କା ବ୍ୟକ୍ତ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ।

ଦେଶରେ ଚଳିତ ବର୍ଷ ଡାଲି ଅମଳ ଠିକ୍-ଠାକ୍ ରହିଛି, ଏଥି ସହ ଆମଦାନୀ ମଧ୍ୟ ଠିକ୍ ଥିବା ଦେଖିବାକୁ ମିଳିଛି। ତଥାପି ଡାଲି ଦର ବୃଦ୍ଧି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। କୁହାଯାଉଛି ଯେ ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ହୋର୍ଡିଂ କରୁଥିବା ହେତୁ ନିୟନ୍ତ୍ରଣ ବାହାରକୁ ଗଲାଣି ଡାଲି ଦର। ଟମାଟୋ, ଜିରା, ପିଆଜ ଦର ଅହେତୁକ ବୃଦ୍ଧି ପରେ ପରେ ହରଡ଼ ଡାଲି ଓ ବୁଟ ଡାଲି ଦର ଏବେ ଆକାଶଛୁଆଁ ହେବାକୁ ଲାଗିଥିବା ଦେଖିବାକୁ ମିଳିଛି। ହରଡ଼ ଡାଲିର ପାଇକାରୀ ମୂଲ୍ୟରେ ୮୦୦ଟଙ୍କା ବୃଦ୍ଧି ହୋଇଥିବା ଦେଖା ଦେଇଛି। ଆଗକୁ ଆହୁରି ଦର ବଢ଼ିବା ନେଇ ଆଶଙ୍କା କରାଯାଉଛି। କିଲୋ ପିଛା ୧୫୨ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ୧୭୦ ଟଙ୍କାରେ ବିକ୍ରି ହେଉଛି। ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ଡାଲି ହୋର୍ଡିଂ କରି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଥିବା ମଧ୍ୟ ଦେଖା ଦେଇଛି। ଯାହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ ହେଉଛି।।

ତେବେ ଅନେକ ଦିନ ହେଲା ଡାଲି ଦର ବଢ଼ି ବଢ଼ି ଚାଲିଥିବା ବେଳେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ସାଧାରଣ ଖାଉଟି।। ଗରିବ ପରିବାରଠୁ ଆରମ୍ଭ କରି ମଧ୍ୟବିତ୍ତ ବା ଧନୀ ପରିବାର ସମସ୍ତେ ଦୈନଦିନ ଖାଦ୍ୟରେ ଡାଲି ବ୍ୟବହାର କରିଥାନ୍ତି। ତେବେ ଖାଉଟି ସାମଗ୍ରୀର ଦର ବୃଦ୍ଧି ଉପରେ ସରକାର କାହିଁକି ଅଙ୍କୁଶ ଲଗାଉ ନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Also Read: Monday Tips: ସୋମବାର ଆପଣାନ୍ତୁ ଏହି ୫ଟି ନିୟମ, ସୁଖ ସମୃଦ୍ଧିରେ ଭରିଯିବ ପରିବାର...

Read More
{}{}