Hindi News >>Home >>Odisha Trending

Aditya Roy Kapoor: ପବ୍ଲିକ ସାମ୍ନାରେ ଫସିଗଲେ ଆଦିତ୍ୟ ରୟ, ଜୋରଜବରଦସ୍ତ କିସ୍ ଦେବାକୁ ପ୍ରୟାସ କରୁଥିଲେ ଫ୍ୟାନ୍

Aditya roy kapoor: ବଲିଉଡ଼ର ଆଗଧାଡ଼ିର ହିରୋ ଭାବେ ବେଶ ଜଣାଶୁଣା ଆଦିତ୍ୟ ରୟ କପୁର । ନିକଟରେ ଏକ ଭିଡି଼ଓ ସୋସିଆଲ ମିଡ଼ିଆରେ ଆଦିତ୍ୟଙ୍କର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡି଼ଓରେ ଦେଖିବାକୁ ମିଳିଛୁ ଯେ, ଆଦିତ୍ୟଙ୍କର ଜଣେ ଫିମେଲ ଫ୍ୟାନ୍ସ ତାଙ୍କୁ ଦବରଦସ୍ତି ଚୁମ୍ବନ ଦେବାକୁ ଚେଷ୍ଟା କରୁଛନ୍ତି।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 16, 2023, 07:20 PM IST

Aditya roy kapoor: ବଲିଉଡ଼ର ଆଗଧାଡ଼ିର ହିରୋ ଭାବେ ବେଶ ଜଣାଶୁଣା ଆଦିତ୍ୟ ରୟ କପୁର । ଆଶ୍କିକି -୨ ଅଭିନେତାଙ୍କୁ ନିଜ ହଟ୍ ଲୁକ୍ ପାଇଁ ଦର୍ଶକ ବେଶ ପସନ୍ଦ କରିଥାଆନ୍ତି । ଅଭିନେତାଙ୍କ ଜବରଦସ୍ତ ଫ୍ୟାନ ଫଲୋୟର୍ସ ରହିଥିବା ବେଳେ ଆଦିତ୍ୟଙ୍କର ଜଣେ ଫିମେଲ ଫ୍ୟାନ୍ସ କିଛି ଏପରି ହରକତ କରିଛନ୍ତି ଯାହା ଦେଖି ଆପଣଙ୍କ ହୋସ ଉଡ଼ିଯିବ ।

ନିକଟରେ ସୋସିଆଲ ମିଡ଼ିଆରେ ଆଦିତ୍ୟଙ୍କର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡି଼ଓରେ ଦେଖିବାକୁ ମିଳିଛୁ ଯେ, କିଛି ମହିଳା ପ୍ରଶଂସକ ଆହିତ୍ୟ ରାୟ କପୁରଙ୍କୁ ଘେରିଛନ୍ତି। ଇତି ମଧ୍ୟରେ ଜଣେ ମହିଳା ପ୍ରଶଂସକ ଅଭିନେତାଙ୍କ ପାଖକୁ ଯାଇ ଫଟୋ ଉଠାଇଥିଲେ। ଫଟୋ କ୍ଲିକ୍ କରିବା ପରେ ପରେ ମହିଳା ଜଣଙ୍କ ଆଦିତ୍ୟଙ୍କୁ ଜୋର ଜବରଦସ୍ ଚୁମ୍ବନ ଦେବା ସହ ତାଙ୍କୁ ଆଲିଙ୍ଗନ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହା ଦେଖି ଆଦିତ୍ୟ କପୁର ଅସହଜ ମନେ କରି ମହିଳାଙ୍କଠାରୁ ଦୂରେଇ ଯାଉଛନ୍ତି ।

 

 
 
 
 

 
 
 
 
 
 
 
 
 
 
 

A post shared by @varindertchawla

ଏହି ଅଭିନେତା ତାଙ୍କର ଫିଲ୍ମ ଦି ନାଇଟ ମ୍ୟାନେଜରର ସ୍କ୍ରିନିଂରେ ଦେଖିବାକୁ  ଆସିଥିବା ବେଳେ ଯୁବତୀ ତାଙ୍କୁ ଦେଖି ଏପରି ହରକତ କରିଥିଲେ। ଭାଇରାଲ ହେଉଥିବା ଏହି ଭିଡିଓରେ ଲୋକଙ୍କ କମେଣ୍ଟ ମଧ୍ୟ କୌତୁହଳ ସୃଷ୍ଟି କରୁଛି। ଭିଡିଓ ଉପରେ ୟୁଜର୍ସ ମାନେ ଆଦିତ୍ୟଙ୍କର ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଜଣେ ମହିଳାଙ୍କ ଉପରେ କମେଣ୍ଟ କରିଛନ୍ତି, “ ye to bohot jyada he, ye mahila pagal ho gayi he kya?” (ଏହା ବହୁତ ଅଧିକ ହେଉଛି। ଏହି ମହିଳା ପାଗଳ ହୋଇଯାଇଛନ୍ତି କି?) । ଆଉ ଜଣେ ୟୁଜର ଲେଖିଛନ୍ତି, “ Gale hi padgayi ye to!” (ଇଏ ତ ପଛରେ ହିଁ ପଡିଯାଇଛି !) ।

Read More
{}{}