Hindi News >>Home >>Odisha Trending

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଟେର ପାଉନି ପୋଲିସ

ACF Soumya Death Case: ପାରଳାଖେମୁଣ୍ତି ଏସଡ଼ିଜେଏମ୍ କୋର୍ଟଙ୍କ ସମନ ପରେ ପୋଲିସ ଟିମ୍ ୨ ଦିନ ପୂର୍ବେ ବିଦ୍ୟାଭାରତୀ ରହୁଥିବା କପ୍ତିପଦାସ୍ଥିତ ପୈତୃକ ବାସଭବନରେ ଚଢଉ କରିଥିଲେ । ହେଲେ ସେଠାରେ ବିଦ୍ୟାଭାରତୀ ନଥିଲେ । ଏନେଇ ତାଙ୍କ ବାପା ଓ ମାଆଙ୍କୁ ପଚରାଉଚରା କରାଯାଇଛି । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jul 04, 2023, 09:46 AM IST

ACF Soumya Death Case: ପୁଣି ଚର୍ଚ୍ଚାକୁ ଆସିଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା (ACF Soumya Death Case)।  ଏହି ମାମଲାରେ ନିକଟରେ ତିନି ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା (Bidyabharati Panda), ଡିଏଫଓ ସଂଗ୍ରାମ ବେହେରା (DFO Sangram Behera ) ଓ ରୋଷେୟା ମନ୍ମଥ କୁମ୍ଭ(cook Manmath Kumbha) ନାଁରେ (NBW) ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।  ତେବେ ଜାମିନ ବିହୀନ ଗିରଫ ପରୱାନା (Non bell warrant) ଜାରି ହେବା ପରେ ବିଦ୍ୟାଭାରତୀଙ୍କ ଟେର ପାଉନି ପୋଲିସ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଆଇଆଇସି ବିକ୍ରମ କେଶରୀ ଜେନାଙ୍କ କହିବା ଅନୁଯାୟୀ, ପାରଳାଖେମୁଣ୍ତି ଏସଡ଼ିଜେଏମ୍ କୋର୍ଟଙ୍କ (Paralakhemundi SDJM court) ସମନ ପରେ ପୋଲିସ ଟିମ୍ ୨ ଦିନ ପୂର୍ବେ ବିଦ୍ୟାଭାରତୀ ରହୁଥିବା କପ୍ତିପଦାସ୍ଥିତ ପୈତୃକ ବାସଭବନରେ ଚଢଉ କରିଥିଲେ । ହେଲେ ସେଠାରେ ବିଦ୍ୟାଭାରତୀ ନଥିଲେ । ଏନେଇ ତାଙ୍କ ବାପା ଓ ମାଆଙ୍କୁ ପଚରାଉଚରା କରାଯାଇଛି । ସେ ଯେଉଁ ସବୁ ସ୍ଥାନକୁ ଯାଇପାରନ୍ତି ସେ ସବୁ ସ୍ଥାନରେ ଚଢଉ ଜାରି ରହିଛି । ତେବେ ଆସନ୍ତା ଜୁଲାଇ ୭ ତାରିଖରେ ୩ ଜଣଙ୍କୁ ହାଜର ହେବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ବିଦ୍ୟାଭାରତୀଙ୍କ ପତ୍ତା ପାଉନି ପୋଲିସ ।

ସୂଚନାଥାଉ କି, ଅନ୍ୟପଟେ କପ୍ତିପଦା ପୋଲିସର (kaptipada police) ଅନୁରୋଧ କ୍ରମେ ବୈଶିଙ୍ଗା ଥାନା ପୋଲିସ ବିଦ୍ୟାଭାରତୀ ସନ୍ଧାନ ଜାରି ରଖିଛି । ପ୍ରକାଶ ଥାଉ କି, ବିଦ୍ୟାଭାରତୀ ବର୍ତ୍ତମାନ ବୈଶିଙ୍ଗା ଥାନା ନଡ଼ପୁର-ନୂଆଗାଁରେ ପ୍ରାଣୀଧନ ନୀରକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ସେ ସେଠାରେ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରି ତାଙ୍କ କାର୍ଯ୍ୟଳୟରେ ପହଁଞ୍ଚିଥିଲା, କିନ୍ତୁ ସେ ଜୁନ୍ ୨୮ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା ଜାଣିବାକୁ ପାଇଥିଲା । ତେବେ ଏହା ପୂର୍ବରୁ କୋର୍ଟରେ ହାଜର ହେବା ଲାଗି ଗତ ମେ ୧୬, ୨୭, ଜୁନ୍ ୧୯ ଓ ଜୁନ୍ ୨୩ ତାରିଖରେ ସମନ ଜାରି କରାଯାଇଥିବା ବେଳେ ବିଭିନ୍ନ ଆଳ ଦେଖାଇ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା କୋର୍ଟରେ ହାଜର ହୋଇନଥିଲେ । ଫଳରେ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟ (Paralakhemundi SDJM court)  କ୍ଷୁବ୍ଧ ହେବା ସହ ତିନି ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (Non bell warrant) ଜାରି କରିଥିଲେ। ସେପଟେ, ଡିଏଫଓ ସଂଗ୍ରାମ ବେହେରାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲେ ମଧ୍ଯ ପୋଲିସ ତାଙ୍କୁ କାହିଁକି ଗିରଫ କରୁନି ? ୨୮ ତାରିଖରୁ କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ପରେ ପୋଲିସ କାହିଁକି ଚୁପ୍ ବସିଛି ବୋଲି ବିରୋଧି ପ୍ରଶ୍ନ କରିଛନ୍ତି।

ସୂଚନା ଅନୁସାରେ, ଗତ ୨୦୨୧ ମସିହା ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରୁ ଏସିଏଫ୍ ସୌମ୍ୟରଞ୍ଜନଙ୍କୁ (ACF Soumya ranjan) ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ୨ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାର ତଦନ୍ତ ଭାର ରାଜ୍ୟ ସରକାର (government of odisha)  କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ତେବେ କ୍ରାଇମବ୍ରାଞ୍ଚ (Crime Branch) ଏହାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇ ଫାଇଲ ବନ୍ଦ କରିଦେଇଥିଲା । ସୌମ୍ୟରଞ୍ଜନଙ୍କୁ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡ଼ିଏଫଓ ସଂଗ୍ରାମ ବେହେରା, ବିଦ୍ୟାଭାରତୀ ଓ ରୋଷେୟାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ତି ଏସଡ଼ଜେଏମଙ୍କ କୋର୍ଟରେ ପିଟିସନ୍ (Petition) ଦାଏର କରିଥିଲେ ।

Also Read-Sawan 2023: କାହିଁକି ଓ କେବେଠାରୁ ଆରମ୍ଭ ହୋଇଥିଲା କାଉଡ଼ିଆ ଯାତ୍ରା, ଜାଣନ୍ତୁ ଏହା ପଛର ଇତିହାସ ଓ ମାହାତ୍ମ୍ୟ

 

Read More
{}{}