Hindi News >>Home >>Odisha Trending

କୋଲକତାରୁ ପାରଦୀପ ଆସୁଥିବା ବସରେ ଅଗ୍ନିକାଣ୍ଡ: ଜଣେ ମୃତ, ଅନେକ ଆହତ

Fire Mishap:  ପଶ୍ଚିମ ମିଦିନାପୁରର ଖଡ଼ଗପୁର ପାଖ ମାଦପୁର ୧୬ ନଂ ଜାତୀୟ ରାଜପଥ (NH 16) ଉପରେ ବସରେ ନିଆଁ ଲାଗିଥିଲା। ବସ୍‍ ଭିତରେ କିଛି ବିସ୍ଫୋରକ ସାମଗ୍ରୀ ହଠାତ୍‍ ଫୁଟିବାରୁ ଏପରି କାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Nov 11, 2023, 07:42 AM IST

Fire Mishap: କୋଲକତାର ବାବୁଘାଟରୁ (kolkata Babugha) ପାରାଦୀପ (Paradip) ଆସୁଥିବା ଏକ ଯାତ୍ରୀବାହୀ ବସ୍‍ ରେ (Passenger Bus) ନିଆଁ (Fire Mishap) ଲାଗିବାରୁ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩୬ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ମିଦିନାପୁର ଓ ଖଡ଼ପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଶ୍ଚିମ ମିଦିନାପୁରର ଖଡ଼ଗପୁର ପାଖ ମାଦପୁର ୧୬ ନଂ ଜାତୀୟ ରାଜପଥ (NH 16) ଉପରେ ବସରେ ନିଆଁ ଲାଗିଥିଲା। ବସ୍‍ ଭିତରେ କିଛି ବିସ୍ଫୋରକ ସାମଗ୍ରୀ ହଠାତ୍‍ ଫୁଟିବାରୁ ଏପରି କାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶିବମ୍‍ ଟ୍ରାଭେଲ୍ସର ଏହି ବସ୍‍ ନିୟମିତ ଭାବେ କୋଲକତାରୁ ଯାତ୍ରା କରିଥାଏ। ଦୀପାବଳୀ ଅବସରରେ (Diwali 2023) ବସରେ କେହି ଯାତ୍ରୀ ବାଣ (Crackers) ନେଇ ଯାତ୍ରା କରୁଥିବା ସୂଚନା ମିଳିଛି। ରାତି ପ୍ରାୟ ସାଢ଼େ ୯ଟାରୁ ୧୦ଟା ଭିତରେ ଏହି ଦୁର୍ଘଟଣା (Accident) ଘଟିଥିବା ଜଣାପଡ଼ିଛି। ବସରେ ୪୧ ଜଣ ଯାତ୍ରୀଙ୍କୁ ଆଣିବାର ଥିଲେ ମଧ୍ୟ ଅଧିକ ଯାତ୍ରୀଙ୍କୁ ଆଣାଯାଉଥିଲା। ଏହି ବସରେ ୨୫ ଜଣ ଓଡ଼ିଶା ଯାତ୍ରୀ ଥିବା ଜଣାପଡ଼ିଛି। ସେଥିରୁ ୧୬ ଜଣ କେନ୍ଦ୍ରାପଡ଼ାର ମୂଳ ନିବାସୀ ହୋଇଥିବାବେଳେ ପାରାଦୀପର ୨ ଓ ଯାଜପୁରର ୭ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଓ ହେଲପର ନିଖୋଜ ରହିଛନ୍ତି।

ଏହାକୁ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି କହିଛନ୍ତି, ପଶ୍ଚିମବଙ୍ଗ ମନ୍ତ୍ରୀ ମାନସ ରଞ୍ଜନ ବୁନିଆ (Manas Ranjan Bhunia )। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅଗ୍ନିଶମ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି। ସାମାନ୍ୟ ଆହତଙ୍କୁ ଆସନ୍ତାକାଲି ସ୍ୱତନ୍ତ୍ର ବସ୍‍ ଯୋଗେ ଓଡ଼ିଶା ପଠାଇ ଦିଆଯିବ ବୋଲି ଶ୍ରୀ ବୁନିଆ ସୂଚନା ଦେଇଛନ୍ତି।

 

Read More
{}{}