Hindi News >>Home >>Odisha Trending

Arvind Kejriwal: "ଜେଲ୍ ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର"

Arvind Kejriwal: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏବେ ନ୍ୟାୟିକ ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ସେ ଏବେ ଦିଲ୍ଲୀ ତିହାର ଜେଲ୍ ରେ ଅଛନ୍ତି ଏବଂ ଜେଲ୍ ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ(Arvind Kejriwal)ଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହେଉଥିବା ଅଭିଯୋଗ ହୋଇଛି। 

Advertisement
Arvind Kejriwal: "ଜେଲ୍ ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର"
Stop
Zee Odisha Desk|Updated: Apr 19, 2024, 11:02 AM IST

Arvind Kejriwal: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏବେ ନ୍ୟାୟିକ ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ସେ ଏବେ ଦିଲ୍ଲୀ ତିହାର ଜେଲ୍ ରେ ଅଛନ୍ତି ଏବଂ ଜେଲ୍ ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ(Arvind Kejriwal)ଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହେଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଶିଛନ୍ତି ଦିଲ୍ଲୀ ଆପ୍ ନେତ୍ରୀ ଆତିଶି ମାର୍ଲିନା(Atishi Marlena)। ଜେଲରେ ତାଙ୍କୁ ଇନସୁଲିନ୍ ଦିଆଯାଉନଥିବା ଅଭିଯୋଗ ହୋଇଛି ।

 ତାଙ୍କୁ ଜୀବନରୁ ମାରିଦିଆଯିବାକୁ ଚେଷ୍ଟା କରାଯାଉଛି ବୋଲି ଏକ ପ୍ରେସ ମିଟ୍ ଜରିଆରେ କହିଛନ୍ତି ଆତିଶି। ତେବେ ସେ ସିଧା ସଳଖ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍ କରି ଏପରି ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। ଅତିଶିଙ୍କର ଏପରି ଅଭିଯୋଗ ପରେ ଦିଲ୍ଲୀ ଏଲଜି ୨୪ ଘଣ୍ଟା ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜେଲ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆପଣଙ୍କୁ କହିବୁ ଯେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି଼) ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧  ତାରିଖରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ କରିଥିଲା। ଏହା ପରେ କୋର୍ଟ ତାଙ୍କୁ ଦୁଇଟି ପୃଥକ ଶୁଣାଣିରେ ଅପ୍ରେଲ ୧ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଥିଲେ। ଅପ୍ରେଲ ୧୫ ତାରିଖ ସୋମବାର ଅପ୍ରେଲ ଦିଲ୍ଲୀ ସ୍ଥିତ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଗିରଫ କରିବା ପରେ ମାର୍ଚ୍ଚ ୨୨ ତାରିଖରେ ପ୍ରଥମେ ଅଦାଲତରେ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର କରିଥିଲା ଇଡ଼ି। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଇଥିଲେ କୋର୍ଟ। ହାଜତ ମିଆଦୀ ଅବଧି ପୂରଣ ହେବା ପରେ ପୁନଃର୍ବାର ତାଙ୍କ ଇଡି଼ ହେପାଜତ ଅବଧିକୁ ଆଗକୁ ଆହୁରି ବୃଦ୍ଧି କରାଯାଇଥିଲା। ଶେଷରେ ଅପ୍ରେଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। 

Read More
{}{}