Hindi News >>Home >>Odisha Trending

Aadhaar Pan Card: ଏଣିକି PPF-SSY ସମେତ ସ୍ୱଳ୍ପ ସଞ୍ଚୟ ପାଇଁ ପ୍ୟାନ ଓ ଆଧାର କାର୍ଡ଼ ବାଧ୍ୟତାମୂଳକ

Aadhaar Pan Card: ପୂର୍ବରୁ ଛୋଟ ସ୍କିମ୍ ଗୁଡିକରେ ବିନା ଆଧାର କାର୍ଡ଼ ଦାଖଲରେ ପୁଞ୍ଜି ନିବେଶ କରି ହେଉଥିଲା। କିନ୍ତୁ ଏବେଠାରୁ ଏହି ସବୁ ପ୍ରକ୍ରିୟା ପାଇଁ କିଛି ନହେଲେ ବି ଜଣକୁ ନିଜର ଆଧାର ଏନ୍‌ରୋଲମେଣ୍ଟ ନମ୍ବର(Aadhar Enrollment Number) ଦାଖଲ କରିବାକୁ ପଡି଼ବ। ଏକ ନିର୍ଦ୍ଦିଷ୍ଟ ସୀମା ପରେ ଅଧିକ ନିବେଶ କରିବାକୁ ହେଲେ ଆଧାର ସହ ପାନ କାର୍ଡ଼ ମଧ୍ୟ ପ୍ରଦାନ କରିବାକୁ ପଡି଼ବ ବୋଲି କୁହାଯାଇଛି ।  

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 01, 2023, 06:45 PM IST

Aadhaar Pan Card: ଏଣିକି ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ(Public Provident Fund) ଓ ସୁକନ୍ୟ ସମୃଦ୍ଧି ଯୋଜନା(Sukanya samriddhi yojana), ଡ଼ାକଘର ସଞ୍ଚୟ ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ପରି କ୍ଷୁଦ୍ର ସଞ୍ଚୟ ଯୋଜନା ଗୁଡିକରେ ପୁଞ୍ଜି ନିବେଶ କରିବା ପାଇଁ ଆଧାର ଓ ପାନ କାର୍ଡ଼ ବାଧ୍ୟତାମୂଳକ କରାଯାଇଛି। ଗତକାଲି ତଥା ମାର୍ଚ୍ଚ ୩୧ ତାରିଖ ଦିନ କେନ୍ଦ୍ର ସରକାରଙ୍କର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଜାରି ହୋଇଛି। କ୍ଷୁଦ୍ର ପୁଞ୍ଜି ନିବେଶ ଯୋଜନା ଗୁଡିକର କେୱାଇସି (Know Your Costumer) ପାଇଁ ଏହି ନୂତନ ନିୟମ ଲାଗୁ କରାଯାଇଛି। ପୂର୍ବରୁ ଏହି ସବୁ ଛୋଟ ସ୍କିମ୍ ଗୁଡିକରେ ବିନା ଆଧାର କାର୍ଡ଼ ଦାଖଲରେ ପୁଞ୍ଜି ନିବେଶ କରି ହେଉଥିଲା। କିନ୍ତୁ ଏବେଠାରୁ ଏହି ସବୁ ପ୍ରକ୍ରିୟା ପାଇଁ କିଛି ନହେଲେ ବି ଜଣକୁ ନିଜର ଆଧାର ଏନ୍‌ରୋଲମେଣ୍ଟ ନମ୍ବର(Aadhar Enrollment Number) ଦାଖଲ କରିବାକୁ ପଡି଼ବ। ଏକ ନିର୍ଦ୍ଦିଷ୍ଟ ସୀମା ପରେ ଅଧିକ ନିବେଶ କରିବାକୁ ହେଲେ ଆଧାର ସହ ପାନ କାର୍ଡ଼ ମଧ୍ୟ ପ୍ରଦାନ କରିବାକୁ ପଡି଼ବ ବୋଲି ବିଜ୍ଞାପନରେ ସ୍ପଷ୍ଟ କରାଯାଇଛି।

କେନ୍ଦ୍ର ସରକାରଙ୍କ(Central Government) ପକ୍ଷରୁ ହୋଇଥିବା ନିୟମ ଅନୁସାରେ ପିପିଏଫ(PPF), ଏସଏସୱାଇ(SSY), ଏନଏସସି, ଏସସିଏସଏସ କିମ୍ବା ଅନ୍ୟ ଛୋଟ ଛୋଟ ସଞ୍ଚୟ ଖାତା ଖୋଲିବା ସମୟରେ ଯଦି ପୂର୍ବରୁ କ୍ଷୁଦ୍ର ସଞ୍ଚୟକାରୀ ମାନେ ଆଧାର ନମ୍ବର ଦାଖଲ କରିନାହାନ୍ତି ତାହେଲେ ସେମାନଙ୍କୁ ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ଆଧାର କାର୍ଡ଼(Aadhaar Card)ଦାଖଲ କରିବାକୁ ପଡି଼ବ। ଏହାସହ ବର୍ତ୍ତମାନ କ୍ଷୁଦ୍ର ସଞ୍ଚୟ ଯୋଜନା ଖାତା ଖୋଲିବାକୁ ଚାହୁଁଥିବା ଗ୍ରାହକ ମାନଙ୍କୁ ଆକାଉଣ୍ଟ ଖୋଲିବାର ମାସକ ମଧ୍ୟରେ ଆଧାର ନମ୍ବର ଦେବାକୁ ପଡି଼ବ। ଯଦି ଧାର୍ଯ୍ୟ ସମୟ ଭିତରେ କୌଣସି ବ୍ୟକ୍ତି ନିଜର କ୍ଷୁ୍ଦ୍ର ସଞ୍ଚୟ ଖାତା ସହ ଆଧାର କାର୍ଡ ସଂଯୋଗ କରିବା ପାଇଁ ଅସମର୍ଥ ହେଉଛନ୍ତି ତେବେ ଖାତା ଖୋଲିବାର ୬ ମାସ ମଧ୍ୟରେ ତାଙ୍କର ଆକାଉଣ୍ଟ ବ୍ଲକ(Account Block) ହୋଇଯିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏବେ ଆକାଉଣ୍ଟ(Account) ଥିବା ବ୍ୟକ୍ତି ମାନେ ଆଧାର କାର୍ଡ ସଂଯୋଗ ନ କଲେ ଅକ୍ଟୋବର ୧ ତାରିଖ ୨୦୨୩ରେ ସେମାନଙ୍କର ଖାତା ବନ୍ଦ ହୋଇଯିବ।

କ୍ଷୁଦ୍ର ସଞ୍ଚୟ ଖାତା ଖୋଲିବା ସମୟରେ ପାନ୍ ନମ୍ବର(Pan Number) ଦାଖଲ କରିବାକୁ ପଡି଼ବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଯଦି ଖାତା ଖୋଲିବା ସମୟରେ ପାନ କାର୍ଡ଼(Pand Card) ଦାଖଲ ହୋଇନଥାଏ, ତେବେ ନିମ୍ନ ଲିଖିତ କ୍ଷେତ୍ରରେ ଖାତା ଖୋଲିବାର ୨ ମାସ ମଧ୍ୟରେ ଏହା ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି।

୧. ଯେତେବେଳେ ଆକାଉଣ୍ଟରେ ୫୦ ହଜାର ଟଙ୍କା ଅତିକ୍ରମ କରିବ।

୨. କୌଣସି ଆର୍ଥିବ ବର୍ଷ ମଧ୍ୟରେ ଆକାଉଣ୍ଟରେ ଥିବା ସମସ୍ତ କ୍ରେଡିଟ ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ କଲେ।

୩. କୌଣସି କ୍ଷୁଦ୍ର ସଞ୍ଚିତ ଖାତାରୁ ଏକ ମାସ ମଧ୍ୟରେ ସମସ୍ତ କ୍ରେଡିଟ ଓ ଡେବିଟର ସମୁଦାୟ ମୂଲ୍ୟ ୧୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେଲେ। 

ଏହି ବିଜ୍ଞପ୍ତିରେ ପାନ୍‌ କାର୍ଡ ପ୍ରଦାନ କରିବା ପାଇଁ ମଧ୍ୟ ସମୟ ଧାର୍ଯ୍ୟ କରାଯାଇଛି। ‌ପାନ୍‌ କାର୍ଡ ଦାଖଲ କରିବାର ସମୟ ଆସିବାର ୨ ମାସ ମଧ୍ୟରେ ପାନ୍‌ ନମ୍ବର ଦାଖଲ କରିବାରେ ଜମାକାରୀ ଅସମର୍ଥ ହେଲେ ଆକାଉଣ୍ଟ ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ନାହିଁ ବୋଲି କୁହାଯାଇଛି। ଖାତା ଥିବା କାର୍ଯ୍ୟାଳୟରେ ପାନ୍‌ ନମ୍ବର ଦାଖଲ କରିବା ପରେ ପୁଣିଥରେ ସାଧାରଣ ଭାବରେ ଆକାଉଣ୍ଟ କାର୍ଯ୍ୟକ୍ଷମ ହେବ ।

ଏହାମଧ୍ଯ ପଢନ୍ତୁ-National News in Odia: ଖାଇବାକୁ ନ ପାଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି, ସୁଇସାଇଡ଼ ନୋଟ ପଢି କାନ୍ଦି ପକାଇଲା ପୋଲିସ

Read More
{}{}