Hindi News >>Home >>Odisha Trending

ଏମିତି ଏକ ଦେଶ ଯେଉଁଠି ୯୦% ମୁସଲମାନ କିନ୍ତୁ ପୂଜା ପାଆନ୍ତି ହିନ୍ଦୁ ଦେବାଦେବୀ, ପରିବେଷଣ ହେଉଛି ହିନ୍ଦୁ ନାଟକ

Worships Hindu Gods: ପ୍ରାୟ ୭୦  ଦଶକରୁ ରାମାୟଣ ଉପରେ ଆଧାରିତ ନାଟକ ଆଜି ବି ପରିବେଷଣ ହେଉଛି, ଯାହା ଆଉ କୌଣସି ଯାଗାରେ ଦେଖାଯାଏନାହିଁ ।

Advertisement
ଏମିତି ଏକ ଦେଶ ଯେଉଁଠି ୯୦% ମୁସଲମାନ କିନ୍ତୁ ପୂଜା ପାଆନ୍ତି ହିନ୍ଦୁ ଦେବାଦେବୀ, ପରିବେଷଣ ହେଉଛି ହିନ୍ଦୁ ନାଟକ
Stop
Soubhagya Ranjan Mishra|Updated: Sep 07, 2023, 08:33 PM IST
Worships Hindu Gods: ସନାତନ ଧର୍ମକୁ ନେଇ ଭାରତରେ ରାଜନୀତିକ ଝଡ଼ ସୃଷ୍ଟି ହୋଇଛି। କିଛି ରାଜନୀତିକ ନେତା ଏହାକୁ ଏଚ୍‍ଆଇଭି (HIV), ଲେପ୍ରୋସୀ ସହ ତୁଳନା ବି କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀ (PM Narendra modi) ଏ ବିଷୟରେ ମାପିଚୁପି ବୟାନ ଦେବା ଲାଗି କହୁଥିବାବେଳେ, ଶାସକ ଦଳଙ୍କୁ ହିନ୍ଦୁ ସପକ୍ଷବାଦୀ ବୋଲି ଆଖ୍ୟା ଦେଇଛନ୍ତି ବିରୋଧୀ। ଏହି ଦଳ ଦେଶରେ ମୁସ୍‍ଲିମ୍‍ ବିରୋଧି ସାମ୍ପ୍ରଦାୟିକତାବାଦ ସୃଷ୍ଟି କରୁଛି ବୋଲି ବି ଅଭିଯୋଗ କରିଛନ୍ତି।  ଅପରପକ୍ଷେ ସନାତନ ଧର୍ମର ଆଦିକେନ୍ଦ୍ର ଭାବେ ପରିଚିତ ଭାରତ ଶାନ୍ତି, ଅହିଂସା, ସଦ୍‍ଭାବ, ସହିଷ୍ଣୁତା ଲାଗି ସାରା ବିଶ୍ୱର ଇତିହାସକୁ ଋଦ୍ଧିମନ୍ତ କରିଛି। ଯଦିଓ ବିଦେଶୀ ଆକ୍ରମଣ, ଶାସନରେ ଅସ୍ଥିରତା ଯୋଗୁ ଭାରତର ଅନେକ ଅନ୍ୟଧର୍ମକୁ ରୂପାନ୍ତରୀତ ହୋଇଥିବା କୁହାଯାଏ, ତଥାପି ଦେଶ ତାହାର ମୂଳ ମନ୍ତ୍ରକୁ କେବେ ଭୁଲି ନାହିଁ। କିନ୍ତୁ ନିକଟ ଅତୀତରେ ଦେଶର ଏହି ଭାବମୂର୍ତ୍ତିକୁ ଆଞ୍ଚ ଆସିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏଠାରେ ସନାତନୀ ହିଁ ସନାତନ ଧର୍ମ ବିରୁଦ୍ଧରେ ମତ ରଖୁଛନ୍ତି। ଏହି ଧର୍ମର ଦେବଦେବୀଙ୍କୁ ଅମାନ୍ୟ କରୁଛନ୍ତି। ଦେଶରେ ଅନ୍ୟ ଧର୍ମ ଓ ସମ୍ପ୍ରଦାୟର ନିକଟତର ହେବା ଲାଗି ଧର୍ମ ନିରପେକ୍ଷତାକୁ ଭୁଲିଯାଉଛନ୍ତି। ଆଜି ଏ ପ୍ରସଙ୍ଗରେ ବିଶ୍ୱର ଏମିତି ଏକ ଦେଶ କଥା ଆଲୋଚନ କରିବା ଯେଉଁଠାରେ ଦିନେ ହିନ୍ଦୁଶାସନ ଚାଲିଥିଲା। ସନାତନୀ ଶୀର୍ଷରେ ଥିଲେ। କିନ୍ତୁ ବୈଦେଶିକ ଆକ୍ରମଣ ହେତୁ ସେଠାରେ ସନତନୀ ମୁସଲ୍‍ମାନରେ ପରିଣତ ହେଲେ। ଆଉ ଏବେ ଏମାନଙ୍କ ସଂଖ୍ୟା ୯୦ ପ୍ରତିଶତରୁ ଅଧିକ। ଆଉ ସନାତନୀ ହିନ୍ଦୁଙ୍କ ସଂଖ୍ୟା ୧୦ପ୍ରତିଶତରୁ କମ୍‍। କିନ୍ତୁ  ଆଜିବି  ଏହି ଦେଶରେ ପୂଜା ପାଉଛନ୍ତି ରାମ ଏବଂ ଶିବ। ସମ୍ମାନ ପାଉଛି ମଠ, ମନ୍ଦିର ସଂସ୍କୃତି।  ପ୍ରାୟ ୭୦  ଦଶକରୁ ରାମାୟଣ ଉପରେ ଆଧାରିତ ନାଟକ ଆଜି ବି ପରିବେଷଣ ହେଉଛି, ଯାହା ଆଉ କୌଣସି ଯାଗାରେ ଦେଖାଯାଏନାହିଁ ।
 
ଆସନ୍ତୁ ଏହି ଦେଶ ବିଷୟରେ ଜାଣିବା କିଛି ଅଧିକ ତଥ୍ୟ: 
 
1. ଇଣ୍ଡୋନେସିଆ ଦୁନିଆର ତୃତୀୟ ସବୁଠୁ ବଡ଼ ମୁସଲିମ୍ ଦେଶ । ଏହା ସହ ଏଠାରେ ହିନ୍ଦୁ ଧର୍ମକୁ ମାନୁଥିବା ଲୋକ ବସବାସ କରନ୍ତି । ୨୦୧୮ ଜନଗଣନା ଅନୁସାରେ, ଦେଶରେ ସାଢ଼େ ୪୬ ଲକ୍ଷରୁ ଅଧିକ ହିନ୍ଦୁ ରୁହନ୍ତି। ୨୦୧୦ରେ ଏହା ୪୦ ଲକ୍ଷ ହିଁ ଥିଲା । 
 
2. ଏହି ଦେଶର ହିନ୍ଦୁ ମନ୍ଦିରରେ ଦକ୍ଷିଣ ଭାରତର ଛାପ ଦେଖିବାକୁ ମିଳେ । ଏଠାରେ ଥିବା ପ୍ରାୟ ସବୁ ମନ୍ଦିର ଦକ୍ଷୀଣି ଶୈଳୀରେ ତିଆରି ହୋଇଛି । ଛୋଟ ବଡ଼ ସବୁ ମନ୍ଦିକୁ ମିଶାଇ ଏଠାରେ ଦେଢ଼ ହଜାର ମନ୍ଦିର ରହିଛି । ବାଲି ଏବଂ ସୁମାତ୍ରାରେ ଅଧିକ ମନ୍ଦିର ଦେଖିବାକୁ ମିଳେ । 
 
3. ଏକଦା ଇଣ୍ଡୋନେସିଆରେ ହିନ୍ଦୁ ସାମ୍ରାଜ୍ଯ ପ୍ରତିଷ୍ଠା ହୋଇଥିଲା । ସ୍ଥାନୀୟ ଶାସକଙ୍କ ସହିତ ଦକ୍ଷୀଣ ଭାରତର ଚୋଳ ବଂଶର ରାଜା ମାନଙ୍କର ଇଣ୍ଡୋନେସିଆ, ଶ୍ରୀଲଙ୍କା, ମାଲେସିଆ ଏବଂ ମାଳଦ୍ବୀପ ଉପରେ ଶାସନ ଥିଲା । ଚୋଳ ବଂଶର ସବୁଠୁ ଶକ୍ତିଶାଳୀ ରାଜା ଏହିଠାରେ ଅଧିକା ସମୟ ଧରି ଶାସନ କରିଥିଲେ । ସେହି ସମୟରୁ ଭାରତରୁ ଇଣ୍ଡୋନେସିଆକୁ ଜଳପଥରେ ଯା’ ଆସ ଥିଲା ।
 
କେମିତି ମୁସଲିମ୍ ବହୁଳ ହେଲେ ଇଣ୍ଡାନେସିଆ?
ଏହାର ଆରମ୍ଭ ଅଷ୍ଟମ ଶତାବ୍ଦୀରେ ହୋଇଥିଲା । ଆରବର ମୁସଲିମ୍ ବ୍ୟବସାୟୀ ଇଣ୍ଡୋନେସିଆକୁ ମସଲା କିଣିବାକୁ ଆସୁଥିଲେ । ସେଠାରେ ସେମାନେ ଧୀରେ ଧୀରେ ଲୋକଙ୍କର ଧର୍ମ ପରିବର୍ତ୍ତନ କରିବାକୁ ଲାଗିଲେ । କିନ୍ତୁ ଏହା ତ୍ରୟୋଦଶ ଶତାବ୍ଦି ଯାଏ ଲୋକଲଚନକୁ ଆସି ନଥିଲା । ଏହି ସମୟରେ ସମାଜର ଆଭିଜାତ୍ଯ ବର୍ଗର ହିନ୍ଦୁ ବି ଧର୍ମ ପରିବର୍ତ୍ତନ କରିଥିଲେ । ଫଳରେ ଧର୍ମାନ୍ତରଣ ବୃଦ୍ଧି ପାଇଥିଲା । ଏହି ଶତାବ୍ଦିରେ ଇତାଲୀୟ ପାର୍ଯ୍ୟଟକ ମାର୍କୋ ପୋଲୋ ଇଣ୍ଡୋନେସିଆ ବୁଲିବାକୁ ଯାଇଥିଲେ । ସେଠାରୁ ଫେରି ସେ ଲେଖିଥିଲେ ଯେ, ଏଠାରେ ବହୁତ ସହର ନିଜର ଧର୍ମ ପରିବର୍ତ୍ତନ କରି ମୁସଲମାନକୁ ଆପଣାଉଛନ୍ତି ।
 
ଧର୍ମ ପରିବର୍ତ୍ତନର କାହାଣୀ
ଏହି ଧର୍ମ ପରିବର୍ତ୍ତନ ପଛରେ ମୁସଲିମ ବ୍ୟବସାୟୀଙ୍କ ବଡ଼ ହାତ ଥିଲା । ଚର୍ତ୍ତୁଦ୍ଦଶ ଶତାବ୍ଦି ବେଳକୁ ଜାଭା ଏବଂ ଏହାର ଆଖପାଖ ଦ୍ବୀପରେ ବି ଲୋକ ଧର୍ମ ପରିବର୍ତ୍ତନ କରିନେଇଥିଲ । ଡଚ୍ ଲୋକେ ଆସି ବି ସେମାନଙ୍କ ଧର୍ମ ପ୍ରଚାର କରିବାକୁ ଲାଗିଲେ । କିନ୍ତୁ ଏହାର ପ୍ରଭାବ ପଡ଼ିଲାନି । ସମଗ୍ର ଇଣ୍ଡୋନେସିଆରେ ଇସଲାମର ପ୍ରଭାବ ବଢିଥିଲେ ମଧ୍ଯ ବାଲି ଦ୍ୱୀପ ଏହି ପ୍ରଭାକୁ ପ୍ରତିହତ କରିଥିଲା । ଏବେ ବାଲିରେ ଇଣ୍ଡୋନେସିଆର ହିନ୍ଦୁ ଜନସଂଖ୍ଯାର ୯୦ ପ୍ରତିଶତ ରହୁଛନ୍ତି ।
 
କେଉଁ ଦେବାଦେବୀକୁ ପୂଜା କରନ୍ତି ଏହି ଦେଶର ଲୋକେ?
ଏଠାରେ ଲୋକେ କୌଣସି ଦେବାଦେବୀକୁ ପୂଜା କରୁ ନଥିଲେ । ପୂରାପୂରି ନାସ୍ତିକ ବି ସେମାନେ ନଥିଲେ । ପଶୁ ପକ୍ଷୀ, ଗଛ ଏମିତିକି ବିଜୁଳି, ପାଣିକୁ ବି ପୂଜା କରୁଥିଲେ । ଏଠାର ବହୁତ ପୂଜାପାଠ ହିନ୍ଦୁ ଧର୍ମ ସହ ମିଶୁଥିଲା ।
 
ୟୁଲୁଓ୍ବାଟୁ ମନ୍ଦିର କେବେ ତିଆରି ହୋଇଥିଲା?
ଯେତେବେଳେ ଲୋକେ ଧର୍ମ ପରିବର୍ତ୍ତନ କରୁଥିଲେ, ସେତେବେଳେ ଏହି ମନ୍ଦିର ତିଆରି ହୋଇଥିଲା । ଏହା ପରେ ହିନ୍ଦୁ ଧର୍ମକୁ ବଞ୍ଚାଇବା ପାଇଁ ସେଠାକାର ହିନ୍ଦୁ ସନ୍ୟାସୀ ବହୁ ମନ୍ଦିର ତିଆରି କରାଇଥିଲେ ।  ଏହି ଦେଶର ବହୁ ଯାଗରେ ଆପଣଙ୍କୁ ରାମ ସୀତାଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିବ । ପଥରରେ ଖୋଦେଇ ହୋଇଥିବା ରାମାୟଣ ବି ଏହିଠାରେ ରହିଛି । ୧୯୭୧ରୁ ଏଠାରେ ରାମ କଥା, ଏହା ଉପରେ ଆଧାରିତ ନୃତ୍ୟ ଏବଂ ନାଟକ ପରିବେଷଣ ହୋଇଆସୁଛି ।
 
Also Read- Bank Benefits: ବ୍ୟାଙ୍କରୁ ଟଙ୍କା ରୋଜଗାର କରିବାର ଖାସ୍ ଉପାୟ
Read More
{}{}