Hindi News >>Home >>Odisha Trending

DA Arrear: କର୍ମଚାରୀ-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୧୮ ମାସର DA ବକେୟା ଉପରେ ନିଆଯିବ ନିଷ୍ପତ୍ତି; ମିଳିବ ୨ ଲକ୍ଷରୁ ଅଧିକ ଟଙ୍କା

DA Arrear: ଏକ ରିପୋର୍ଟ ଅନୁଯାୟୀ, ଏହି ୧୮ ମାସର ଡିଏ ବକେୟା ଉପରେ ସରକାର ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି । ଏଭଳି ପରିସ୍ଥିତିରେ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ଖୁସି ଖବର ମିଳିବାକୁ ଯାଉଛି । ଯଦି ମୋଦି ସରକାର ଏହି ନିଷ୍ପତ୍ତି ନିଅନ୍ତି, ତେବେ ୪୮ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷରୁ ଅଧିକ ପେନସନଭୋଗୀ ଏହାର ଲାଭ ପାଇବାକୁ ଯାଉଛନ୍ତି । 

Advertisement
DA Arrear: କର୍ମଚାରୀ-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୧୮ ମାସର DA ବକେୟା ଉପରେ ନିଆଯିବ ନିଷ୍ପତ୍ତି; ମିଳିବ ୨ ଲକ୍ଷରୁ ଅଧିକ ଟଙ୍କା
Stop
Zee Odisha Desk|Updated: Feb 12, 2023, 07:49 PM IST

7th pay commission, DA Arrear: କୋଭିଡ ମହାମାରୀ ସମୟରେ ସରକାରୀ କର୍ମଚାରୀମାନେ (Central Government Employees) (Dearness Allowance) ପାଇ ନାହାଁନ୍ତି । ଏହି ଉପାୟରେ କର୍ମଚାରୀ ମାନେ ୧୮ ମାସ ଧରି ମହଙ୍ଗା ଭତ୍ତା ବକେୟା ରାଶି (DA Arrear) ପାଇନାହାଁନ୍ତି । ଏକ ରିପୋର୍ଟ ଅନୁଯାୟୀ, ଏହି ୧୮ ମାସର ଡିଏ ବକେୟା ଉପରେ ସରକାର ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି । ଏଭଳି ପରିସ୍ଥିତିରେ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ଖୁସି ଖବର ମିଳିବାକୁ ଯାଉଛି । ଯଦି ମୋଦି ସରକାର (Modi Govt) ଏହି ନିଷ୍ପତ୍ତି ନିଅନ୍ତି, ତେବେ ୪୮ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷରୁ ଅଧିକ ପେନସନଭୋଗୀ ଏହାର ଲାଭ ପାଇବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା କାହାକୁ ୨ ଲକ୍ଷ ଟଙ୍କାର DA ରାଶି ମିଳିବାକୁ ଯାଉଛି?

ମିଡିଆ ରିପୋର୍ଟ ଅନୁଯାୟୀ, କର୍ମଚାରୀମାନେ ଚଳିତ ବର୍ଷ ହୋଲି ପରେ ଭଲ ଖବର ପାଇବେ ବୋଲି ଆଶା କରାଯାଉଛି । ସରକାରୀ କର୍ମଚାରୀ ଓ ଲକ୍ଷ ଲକ୍ଷ ପେନସନଭୋଗୀ ଏହି ଖବରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ମହାମାରୀ ସମୟରେ ୧୮ ମାସର DA ବକେୟା (DA Arrear) ରାଶି ରହିଯାଇଛି । ବର୍ତ୍ତମାନ ଆଶା କରାଯାଉଛି ଯେ ହୋଲି ସମୟରେ ସରକାର କର୍ମଚାରୀମାନଙ୍କୁ ଏହି ଉପହାର ଦେଇପାରନ୍ତି । କେନ୍ଦ୍ରୀୟ କର୍ମଚାରୀମାନେ କ୍ରମାଗତ ଭାବରେ ଦାବି କରୁଛନ୍ତି ଯେ, ଜାନୁଆରୀ ୨୦୨୦ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା (DA) ପ୍ରଦାନ କରାଯାଉ । 

ଜେସିଏମ୍ ସଚିବ କ୍ୟାବିନେଟ୍ ସଚିବଙ୍କୁ ଏକ ଚିଠି ଲେଖି ଏହି ବିଷୟରେ ଆଲୋଚନା କରିବାକୁ ସମୟ ମାଗିଥିଲେ । ଡିଏ କର୍ମଚାରୀଙ୍କ ଅଧିକାର ଓ ଶୀଘ୍ର ନିଷ୍ପତ୍ତି ନିଆଯିବାକୁ ଦାବି କରିଛନ୍ତି । ଆମେ ଆପଣଙ୍କୁ କହି ରଖୁଛୁ ଯେ,  ଯଦି ମୋଦି ସରକାର ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ବକେୟା ଡିଏ (DA Arrear) ର ଦାବି ଗ୍ରହଣ କରନ୍ତି, ତେବେ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ରାଶି ବଢ଼ିବ । 

ଏହି ମହଙ୍ଗା ଭତ୍ତାରେ ଲେଭଲ୍-୧୩ ଅଧିକାରୀମାନଙ୍କୁ ୧,୨୩,୧୦୦ରୁ ୨,୧୫,୯୦୦ ଟଙ୍କା ମିଳିପାରେ । ଲେଭଲ୍-୧୪ (ପେ-ସ୍କେଲ୍) ପାଇଁ ଡିଏ ବକେୟା ୧,୪୪,୨୦୦ରୁ ୨,୧୮,୨୦୦ ଟଙ୍କା ମଧ୍ୟରେ ରହିବ । ଯଦି ଏହା ଘଟେ, ତେବେ ହୋଲିରେ ୪୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୮ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହେବେ । ଆପଣଙ୍କୁ କହି ରଖୁଛୁ ଯେ, ଡିଏ ବକେୟା ଟଙ୍କା କର୍ମଚାରୀମାନଙ୍କୁ ସେମାନଙ୍କ ବେତନ ବ୍ୟାଣ୍ଡ ଆଧାରରେ ଦିଆଯାଏ । 

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଲାଗୁ ହୋଇ ନଥାଏ ଆୟକର ଆଇନ, କୋଟି କୋଟି ଟଙ୍କାର ଆୟ ଉପରେ ମଧ୍ୟ ଆଦାୟ କରାଯାଏ ନାହିଁ ଟିକସ; ଜାଣନ୍ତୁ ଏହାର କାରଣ

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ସିରିଜ୍ ମଧ୍ୟରେ ଦଳରୁ ବାହାର ହେଲେ ଏହି ଖେଳାଳି, ହଠାତ୍ ରିପ୍ଲେସମେଣ୍ଟର କରାଗଲା ଘୋଷଣା

ଅଧିକ ପଢ଼ନ୍ତୁ:-ଦୁଇ ପତ୍ନୀ ପୂର୍ବରୁ ଗର୍ଭବତୀ, ଏବେ ଗର୍ଲଫ୍ରେଣ୍ଡ ବି ହେବେ ମା'! ଏହି ପ୍ରସିଦ୍ଧ ୟୁଟ୍ୟୁବରଙ୍କ ଏକାସାଙ୍ଗରେ ହେବ ୪ଟି ସନ୍ତାନ?

 

ଆପଣଙ୍କୁ କହି ରଖୁଛୁ ଯେ, ଦୀର୍ଘ ସମୟ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ପରେ ଅକ୍ଟୋବର ୨୦୨୧ରେ ଏଥିରେ ୩ ପ୍ରତିଶତ ବୃଦ୍ଧି ସହ ୩୧ ପ୍ରତିଶତରେ ପହଞ୍ଚିଥିଲା । ପରେ କେନ୍ଦ୍ର ସରକାର ଚଳିତ ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କ ଡିଏକୁ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଯାହା ଜାନୁୟାରୀ ୧, ୨୦୨୨ ଠାରୁ ଲାଗୁ ହୋଇଛି । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହାସହ ସେପ୍ଟେମ୍ୱରରେ ୪ ପ୍ରତିଶତ ବୃଦ୍ଧି କରାଯାଇଛି, ଯେଉଁ କାରଣରୁ କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତ ହୋଇଯାଇଛି । ବର୍ତ୍ତମାନର ଦରଦାମ ବୃଦ୍ଧି ଆକଳନକୁ ଦୃଷ୍ଟିରେ ରଖି ସରକାର ଡିଏକୁ ବୃଦ୍ଧି କରନ୍ତି । ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

Read More
{}{}