Hindi News >>Home >>Odisha Trending

Railway Projects: ଗତିଶକ୍ତିରେ ଓଡ଼ିଶାକୁ ୪୮୮୨ କୋଟି: କୋଇଲା ଖଣିକୁ ଲାଗିବ ରେଳ ଲାଇନ୍‍

  ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପିଏମ୍‍ ଗତିଶକ୍ତି ଯୋଜନାରେ ଓଡ଼ିଶାର ଦୁଇ ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିରେ ପ୍ରାୟ ୪୮୮୨ କୋଟି ଟଙ୍କା ନିବେଶ କରାଯିବ। ବିଶେଷକରି କୋଇଲା ଖଣିକୁ ରେଳଲାଇନ ସହ ସଂଯୁକ୍ତ କରିବା ଏହାର ଉଦ୍ଦେଶ୍ୟ।  ପ୍ରଥମ ପ୍ରକଳ୍ପ ସ୍ୱରୂପ ରହିଛି ବଳରାମ - ତେନ୍ତୁଲୋଇ ନୂଆ ରେଳ ଲାଇନ। ଅନୁଗୁଳ

Advertisement
Railway Projects: ଗତିଶକ୍ତିରେ ଓଡ଼ିଶାକୁ ୪୮୮୨ କୋଟି: କୋଇଲା ଖଣିକୁ ଲାଗିବ ରେଳ ଲାଇନ୍‍
Stop
Prabhudatta Moharana|Updated: Jul 10, 2024, 10:13 PM IST

Railway Projects:  ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପିଏମ୍‍ ଗତିଶକ୍ତି ଯୋଜନାରେ ଓଡ଼ିଶାର ଦୁଇ ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିରେ ପ୍ରାୟ ୪୮୮୨ କୋଟି ଟଙ୍କା ନିବେଶ କରାଯିବ। ବିଶେଷକରି କୋଇଲା ଖଣିକୁ ରେଳଲାଇନ ସହ ସଂଯୁକ୍ତ କରିବା ଏହାର ଉଦ୍ଦେଶ୍ୟ। 

ପ୍ରଥମ ପ୍ରକଳ୍ପ ସ୍ୱରୂପ ରହିଛି ବଳରାମ - ତେନ୍ତୁଲୋଇ ନୂଆ ରେଳ ଲାଇନ। ଅନୁଗୁଳ ଜିଲ୍ଲାରେ ୧୪୦୪ କୋଟି ଟଙ୍କା ବ୍ୟୟରେ ଏହି ୪୯.୫୮ କିଲୋମିଟର ରେଳ ଲାଇନ ନିର୍ମାଣ କରାଯିବ। ଏହାଦ୍‍ୱାରା  ୧୧ଟି କୋଇଲା ବ୍ଲକ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ -ମାଇଲ ରେଳ ସଂଯୋଗ ଉପଲବ୍ଧ ହେବ। ଶିଳ୍ପଗୁଡ଼ିକ ପାଇଁ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ ଏବଂ ନିଯୁକ୍ତି ସୃଷ୍ଟି ଏବଂ ଆଞ୍ଚଳିକ ବିକାଶରେ ଏହା ସହାୟକ ହେବ।  
ଦ୍ୱିତୀୟ ରେଳ ପ୍ରକଳ୍ପ ଭାବେ ବୁଢ଼ାପଙ୍କ - ଲୁବୁରୀ ନୂଆ ରେଳ ଲାଇନ ପାଇଁ ଏଥିରେ ଅନୁମୋଦନ କରାଯାଇଛି। ୧୦୬ କିଲୋମିଟର ପରିବ୍ୟାପ୍ତ ଏହି ଗ୍ରୀନଫିଲ୍ଡ ରେଳ ଲାଇନ ପାଇଁ ୩୪୭୮ କୋଟି ଟଙ୍କା ବ୍ୟୟ ହେବ। ଏହାଦ୍ୱାରା ମହାନଦୀ ଅବବାହିକାରୁ କୋଇଲା ପରିବହନ ସହଜ ହେବ।  ପ୍ରସ୍ତାବିତ ଆଲାଇନମେଣ୍ଟ ଦ୍ୱାରା ତାଳଚେର କୋଇଲା କ୍ଷେତ୍ରରୁ କୋଇଲା ପରିବହନ ସୁବିଧା ହେବ ଏବଂ ୨୧ଟି କୋଇଲା ବ୍ଲକକୁ ପ୍ରଥମ - ମାଇଲ ରେଳ ସଂଯୋଗ ମିଳିବ। ଖଣିଗୁଡ଼ିକ ଲାଗି ରେଳ ଷ୍ଟେସନର ହାରାହାରି ଦୂରତା ୪୩ କିଲୋମିଟରରୁ ୪.୨ କିଲୋମିଟରକୁ ହ୍ରାସ ପାଇବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।   

ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଅତିରିକ୍ତ ସଚିବ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ପିଏମ୍ ଗତିଶକ୍ତି ଅଧୀନରେ ନେଟୱର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି) ଏହି ଅନୁମୋଦନ କରିଛନ୍ତି। ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି। 
ଏହି ବୈଠକରେ ଉତ୍ତରପ୍ରଦେଶରେ ଲକ୍ଷ୍ନୌ ମେଟ୍ରୋ ରେଳ ପ୍ରକଳ୍ପ ଆଇ - ବି ପୂର୍ବ- ପଶ୍ଚିମ କରିଡରକୁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପରେ ସହରର ବୃଦ୍ଧି ପାଉଥିବା ପରିବହନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ନୌ ମେଟ୍ରୋ କରିଡରକୁ ୧୧.୧୬୫ କିଲୋମିଟର ବୃଦ୍ଧି କରାଯିବ।  ଏହି ପ୍ରକଳ୍ପ ପାଇଁ ୫,୮୦୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। 

ଗୁଜରାଟରେ ଜାତୀୟ ରାଜପଥ- ୪୭ର ଏଲିଭେଟେଡ୍  ସମେତ ବର୍ତ୍ତମାନର ୬ ଲେନ୍ ବିଶିଷ୍ଟ ସଡ଼କର ଉନ୍ନତିକରଣକୁ ମଧ୍ୟ ଏହି ଗତିଶକ୍ତି କମିଟି ଅନୁମୋଦନ କରିଛି। ଏହା ଏକ  ବ୍ରାଉନଫିଲ୍ଡ ପ୍ରକଳ୍ପ। ଏହିକ୍ରମରେ ଅହମ୍ମଦାବାଦର ଦକ୍ଷିଣ ଭାଗରେ ପ୍ରମୁଖ ରାଜପଥ ଏବଂ ଏକ୍ସପ୍ରେସୱେ ଗୁଡ଼ିକୁ ସଂଯୋଗ କରୁଥିବା ଟ୍ରାଫିକ ଭିଡ଼ର ସମାଧାନ ପାଇଁ ୧,୨୯୫ କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ- ୪୭ର ୧୦.୬୩ କିଲୋମିଟର ଅଂଶର ଉନ୍ନତିକରଣ ଅନ୍ତର୍ଭୁକ୍ତ ରହିଛି। 

ସେହିପରି ମହାରାଷ୍ଟ୍ରର ଚୋକକରୁ ସାଙ୍ଗଲି (ଅଙ୍କଲି) ପର୍ଯ୍ୟନ୍ତ ଜାତୀୟ ରାଜପଥ- ୧୬୬ର ଭାଗକୁ ୪-ଲେନ୍ ବିଶିଷ୍ଟ କରିବା ପାଇଁ ଗତିଶକ୍ତି କମିଟି ଅନୁମୋଦନ କରିଛି। ଏହି ପ୍ରକଳ୍ପରେ ଜାତୀୟ ରାଜପଥ- ୧୬୬ର ୩୩.୬ କିଲୋମିଟର ଅଂଶକୁ ଚାରି ଲେନ୍ ବିଶିଷ୍ଟ କରିବା, ଅର୍ଥାତ୍ ମହାରାଷ୍ଟ୍ର ରାଜ୍ୟର କୋହ୍ଲାପୁର ଏବଂ ସାଙ୍ଗଲି ମଧ୍ୟରେ ୮୬୪ କୋଟି ଟଙ୍କା ବ୍ୟୟ ଅଟକଳରେ ଯୋଗାଯୋଗ ବୃଦ୍ଧି କରିବା ଅନ୍ତର୍ଭୁକ୍ତ ।

Read More
{}{}