Hindi News >>Home >>Odisha Trending

Love Story: ୨୦ ବର୍ଷ ବୟସର ପୁତୁରାକୁ ବିବାହ କଲେ ୪୦ବର୍ଷର ଖୁଡୀ

Love Story: ଦୁହିଁଙ୍କ ମଧ୍ୟରେ ୩ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କଥାଟି ପ୍ରଘଟ ହେବାପରେ ଗାଁରେ ଏକ ବୈଠକ କରାଯାଇଥିଲା ।

Advertisement
Love Story: ୨୦ ବର୍ଷ ବୟସର ପୁତୁରାକୁ ବିବାହ କଲେ ୪୦ବର୍ଷର ଖୁଡୀ
Stop
Soubhagya Ranjan Mishra|Updated: Jul 23, 2023, 05:00 PM IST

Love Story: କଥାରେ କୁହାଯାଏ ପ୍ରେମ ହେଉଛି ଅନ୍ଧ, ଯାହା ମୁଣ୍ଡରେ ପ୍ରେମ ନିଶା ଥରେ ଚଢିଯାଏ ସେ ପ୍ରେମ ପାଇଁ କିଛି ବି କରିପାରେ । ଏପରି କି ନିଜ ପ୍ରେମ ପାଇଁ ବୟସର ତାରତମ୍ୟ ବି ଭୁଲିଯାଏ ମଣିଷ । ଆମ ସମାଜରେ ଆଗରୁ ଅନେକ ପ୍ରେମଜନିତ ଘଟଣା ସାମ୍ନାକୁ ଆସିଛି । ଆପଣ ନିଜ ଆଖପାଖରେ ମଧ୍ୟ ପ୍ରେମକୁ ନେଇ ଅନେକ ଘଟଣା ଦେଖିଥିବେ । କିନ୍ତୁ ବତ୍ତମାନ ଯେଉଁ ଘଟଣା ସମ୍ପର୍କରେ ଆପଣଙ୍କୁ କହିବୁ ତାହା ଖୁବ୍ ଭିନ୍ନ । କାରଣ ଜଣେ ଖୁଡି ପୁତୁରା ସହ ମିଳାମିଶା କରିବା ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ (Love relation) । ଆଉ ସେହି ସମ୍ପର୍କ ଦିନେ କି ଦୁଇଦିନର ନଥିଲା ବରଂ ଥିଲା ୩ ବର୍ଷର ପ୍ରେମ ।

ଲୁଚା ଛପାରେ ମିଳାମିଶା କରୁଥିଲେ ଖୁଡୀ ପୁତୁରା । ପରେ ତାଙ୍କ ସମ୍ପର୍କ ଅନେକ ଜଣଙ୍କ ନଜରରେ ପଡ଼ିବାରୁ ଗାଁରେ ଚର୍ଚ୍ଚା ଆଲୋଚନା ଅଧିକ ହେବାରେ ଲାଗିଲା । ପରେ ଦିନେ ମହିଳାଙ୍କ ସ୍ୱାମୀ ଉଭୟଙ୍କୁ ଏକାଠି ଧରିଥିବା କୁହାଯାଉଛି । ଉଭୟ ଧରା ପଡିବା ପରେ ଗାଁରେ ଏକ ବୈଠକ ବସିଥିଲା । ବୈଠକରେ ଉଭୟେ ଉଭୟଙ୍କୁ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ମହିଳାଙ୍କ ସ୍ୱାମୀ ନିଜେ ଉପସ୍ଥିତ ରହି ଗାଁ ଲୋକଙ୍କ ସାମ୍ନାରେ ନିଜ ପତ୍ନୀଙ୍କ ଇଚ୍ଛା ମୁତାବକ ପୁତୁରା ସହ ଉଭୟଙ୍କର ବିବାହ କରାଇଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ମହିଳା ଜଣକ ୨୦ ବର୍ଷ ପୂର୍ବରୁ ଲଖପୁର ଗାଁର ଇନ୍ଦ୍ରଦେବ ପାସୱାନଙ୍କୁ ବିବାହ (Marriage) କରିଥିଲେ । ବର୍ତ୍ତମାନ ତାଙ୍କର ୧୦ ବର୍ଷର ଗୋଟେ ପୁଅ (Son) ମଧ୍ୟ ଅଛି । ସ୍ୱାମୀ ଏବଂ ପୁଅ ଥାଇ ମଧ୍ୟ ୩ ବର୍ଷ ହେବ ତାଙ୍କ ପୁତୁରା ପଙ୍କଜ ପାସୱାନ୍ (ଯାହାଙ୍କର ବୟସ ମାତ୍ର ୨୦) ତାଙ୍କ ସହ ସମ୍ପର୍କ ରଖିଆସୁଥିଲେ । ୩ ବର୍ଷ ଧରି ବିଭିନ୍ନ ସ୍ଥାନରେ ଉଭୟେ ଭେଟିଥିବା ମଧ୍ୟ ଜଣାପଡିଛି । ପତ୍ନୀଙ୍କ କିଛି ହରକତ ଦେଖି ସ୍ୱାମୀ ଅନେକ ସମୟରେ ସନ୍ଦେହ କରିବା ସହ ତାଗିଦ ମଧ୍ୟ କରିଥିଲେ । ତେବେ ଘର ପାଖ ଅଞ୍ଚଳର ପୁତୁରା ସହ ଏପରି ସମ୍ପର୍କ ରଖିବା ଘଟଣା ସମ୍ପର୍କରେ ଜାଣିବା ପରେ ସ୍ୱାମୀ ମଧ୍ୟ ଲଜ୍ଜିତ ଅନୁଭବ କରିଥିଲେ ।

ମହିଳା ଜଣକ ଶନିବାର ରାତିରେ ତାଙ୍କ ପ୍ରେମିକ ପଙ୍କଜଙ୍କୁ ଭେଟିବାକୁ ଏକ ସ୍ଥାନକୁ ଆସିଥିଲେ। କୌଣସି ମାଧ୍ୟମରୁ ସ୍ୱାମୀ ମଧ୍ୟ ଏ ବିଷୟରେ ସୂଚନା ପାଇଥିଲେ । ସ୍ୱାମୀ ଜାଣିବା ପରେ କିଛି ଗାଁ ଲୋକଙ୍କୁ ସାଥୀରେ ନେଇ ଉଭୟଙ୍କୁ ଏକାଠି ଧରିବାରେ ସକ୍ଷମ ହୋଇଥିଲେ । ତାପରେ ଉଭୟଙ୍କୁ ଗାଁ ବୈଠକକୁ ନିଆଯାଇଥିଲା । ଉଭୟଙ୍କୁ ପଚରାଉଚରା କରିବା ପରେ ଅଭିଯୁକ୍ତ ପଙ୍କଜ ପାସୱାନ ଏବଂ ରୁବି ଦେବୀ ପରସ୍ପର ସହ ରହିବା ବିଷୟରେ ସହମତି ପ୍ରକାଶ କଲେ । କଥାଟି ମହିଳାଙ୍କ ସ୍ୱାମୀଙ୍କୁ ସାମାନ୍ୟ କଷ୍ଟ ଦେଇଥିଲେ ମଧ୍ୟ ଦୁହିଁଙ୍କ ଜିଦ୍ ଆଗରେ ଶେଷରେ ମୁଣ୍ଡ ନୁଆଁଇବାକୁ ପଡିଲା । ଗାଁଲୋକ ସାଇ ପଡୋଶୀ ଯେତେ ବୁଝାଇଲେ ମଧ୍ୟ ପ୍ରେମୀଯୁଗଳଙ୍କ ମନକୁ ଭାଙ୍ଗିବା ସମ୍ଭବ ହୋଇପାରିଲା ନାହିଁ । ପରେ ନିଷ୍ପତ୍ତି ହେଲା ଯେ, ଉଭୟଙ୍କର ବିବାହ କରାଯିବ ।  ଏହା ପରେ ଇନ୍ଦ୍ରଦେବ ପାସୱାନ୍ ନିଜେ ପଞ୍ଚାୟତ ଲୋକଙ୍କ ମଧ୍ୟରେ ଉପସ୍ଥିତ ରହିଥିଲେ ଏବଂ ତାଙ୍କ ପତ୍ନୀ ରୁବି ଦେବୀଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ଲଖପୁର ଗାଁର କାଳୀ ମନ୍ଦିରରେ ପୁତୁରା ପଙ୍କଜ ପାସୱାନଙ୍କ ସହ ବିବାହ କାର୍ଯ୍ୟ କରିଥିଲେ।

Also Read- Free Tamato: ଗ୍ରାହକଙ୍କୁ ମାଗଣାରେ ଟମାଟୋ ଦେଉଛନ୍ତି ଡ୍ରାଇଭର... ଏହା ହେଉଛି ଫର୍ମୁଲା

Read More
{}{}