Hindi News >>Home >>Odisha Trending

କଂଗ୍ରେସ ଛାଡ଼ିଲେ ୩୦ ନେତା, ମୋକିମଙ୍କ ଦଳ ବଦଳକୁ ନେଇ ଚର୍ଚ୍ଚା ଜୋର ଧରିଲା

ରାଜ୍ୟ କଂଗ୍ରେସରେ (Congress) ପୁଣି ଥରେ ପଦାରେ ପଡ଼ିଲା ଅନ୍ତଃକନ୍ଦଳ। କଂଗ୍ରେସ (Congress) ଛାଡ଼ିଲେ ରାଜ୍ୟର ୩୦ରୁ ଅଧିକ ନେତା । ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ (Radhakanta Digal), ପୂର୍ବତନ ବିଧାୟକ ରବି ବେହେରା (Rabi Behera), ପିସିସିର (PCC) ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପଶାୟତ (Nikunja Pasayat), ପୂର୍ବତନ ମୁଖ

Advertisement
କଂଗ୍ରେସ ଛାଡ଼ିଲେ ୩୦ ନେତା, ମୋକିମଙ୍କ ଦଳ ବଦଳକୁ ନେଇ ଚର୍ଚ୍ଚା ଜୋର ଧରିଲା
Stop
Zee Odisha Desk|Updated: Aug 09, 2022, 04:40 PM IST

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ (Congress) ପୁଣି ଥରେ ପଦାରେ ପଡ଼ିଲା ଅନ୍ତଃକନ୍ଦଳ। କଂଗ୍ରେସ (Congress) ଛାଡ଼ିଲେ ରାଜ୍ୟର ୩୦ରୁ ଅଧିକ ନେତା । ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ (Radhakanta Digal), ପୂର୍ବତନ ବିଧାୟକ ରବି ବେହେରା (Rabi Behera), ପିସିସିର (PCC) ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପଶାୟତ (Nikunja Pasayat), ପୂର୍ବତନ ମୁଖପାତ୍ର ଅଶୋକ ସାମଲ (Ashok Samal), ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ (Biswajit Das), ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର , ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସଞ୍ଜୟ ବାରିକ, ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ ମଲ୍ଲ, ଛାତ୍ର କଂଗ୍ରେସ ସମ୍ପାଦକ ପ୍ରବୀଣ ବୋଦଲା ପ୍ରମୁଖ କଂଗ୍ରେସ ଛାଡ଼ଛନ୍ତି ।

ଏମାନେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, କଂଗ୍ରେସ ଦଳ ନୀତି ଆଦର୍ଶରୁ ବିଚ୍ୟୁତ ହୋଇଛି । ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛନ୍ତି। ଶରତ ପଟ୍ଟନାୟକ ଦୀର୍ଘ ଦିନ ହେବ ସଂଗଠନ ସହିତ ସକ୍ରିୟ ଭାବେ ଜଡିତ ନ ଥିଲେ। ତେଣୁ ଏବେ ସେ ସଠିକ ଢଙ୍ଗରେ କାର୍ଯ୍ୟ କରି ପାରୁନାହାନ୍ତି ବୋଲି ପିସିସିର ପୂର୍ବତନ ମୁଖପାତ୍ର ଅଶୋକ ସାମଲ କହିଛନ୍ତି । ତେଣୁ ଦଳରେ ରହିବା ସମ୍ଭବ ହେଉନାହିଁ ।

ସେହିପରି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେବା ପ୍ରସଙ୍ଗ ଉଠାଇଛନ୍ତି ଦଳ ଛାଡିଥିବା ନେତା। ମୋକିମଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ଅଗଣତାନ୍ତ୍ରିକ । ସାରା ରାଜ୍ୟର କଂଗ୍ରେସ କର୍ମୀ ଏହାର ବିରୋଧ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ତେବେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ମୋ ପାଖରେ କାହା ଇସ୍ତଫାପତ୍ର ପହଞ୍ଚିନି । କିନ୍ତୁ ମୁଁ ସେ ସମସ୍ତଙ୍କୁ କହିବି କଂଗ୍ରେସ ଛାଡ଼ନ୍ତୁନି । ଆମେ ଏକାଠି କାମ କରିବା । ଯଦି କାହାର ବ୍ୟକ୍ତିଗତ କାରଣ ଥିବ, ସେଇଟା ଅଲଗା କଥା। ସେହିପରି ପସିସି ସହ-ପ୍ରଭାରୀ ଏ. ରୁଦ୍ର ରାଜୁ କହିଛନ୍ତି, ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଁ ମହମ୍ମଦ ମୋକିମଙ୍କ ସହ ଆଲୋଚନା କରିଛି । ସେ ଦଳ ଛାଡ଼ିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ପସିସି ସହ-ପ୍ରଭାରୀ ଏ. ରୁଦ୍ର ରାଜୁ କହିଛନ୍ତି ।

ଏହି ଘଟଣା ପରେ ମୋକିମଙ୍କ ଦଳ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ସେତେବେଳେ ଜୋର ଧରିଛି ଯେତେବେଳେ ମୋକିମଙ୍କ ଦୁଇ ଘନିଷ୍ଠ ଦଳରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି। ଇସ୍ତଫା ପ୍ରଦାନ କରିଥିବା ମୋକିମଙ୍କ ଦୁଇ ଘନିଷ୍ଠ ହେଉଛନ୍ତି ପିସିସିର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ବିଶ୍ୱଜିତ ଦାସ ଓ ସମ୍ପାଦକ ନିକୁଞ୍ଚ ପଶାୟତ। ଉଭୟ ବିଶ୍ୱଜିତ ଓ ନିକୁଞ୍ଜ କଂଗ୍ରେସର ପୁରୁଣା ନେତା ହୋଇଥିଲେ ମଧ୍ୟ ମହମ୍ମଦ ମୋକିମଙ୍କ ଲବି ପାଇଁ ସେମାନଙ୍କୁ ପଦପଦବୀ ହାସଲ ହୋଇଥିଲା ବୋଲି ଆଲୋଚନା ହୁଏ । କେବଳ ଏହି ଦୁଇ ଜଣ ନୁହଁନ୍ତି । ମହମ୍ମଦ ମୋକିମ କାର୍ଯ୍ୟାଳୟରେ କାମ କରୁଥିବା ଏବଂ ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ କୁହାଯାଉଥିବା ରୌପରଞ୍ଜନ ମହାପାତ୍ର ମଧ୍ୟ କଂଗ୍ରେସ ଛାଡ଼ିଛନ୍ତି । କଟକରେ ଆୟୋଜିତ ପ୍ରତିଟି ଦଳିୟ କାର୍ଯ୍ୟକ୍ରମରେ ଏମାନେ ମହମ୍ମଦ ମୋକିମଙ୍କ ପାଖେ ପାଖେ ଥିବାର ଦେଖାଯାଉଥିଲା ।

ସେପଟେ ଘନିଷ୍ଠ ଦୁଇ ବନ୍ଧୁଙ୍କ ଦଳ ପରିବର୍ତ୍ତନ ନେଇ କୌଣସି ସୂଚନା ପାଇନାହାନ୍ତି କିମ୍ବା ତାହା ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି ମୋକିମ କହିଛନ୍ତି। କିନ୍ତୁ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ନେଇ ଇସ୍ତଫା ଦେଇଥିବା ଦୁଇ ବନ୍ଧୁ ପୂର୍ବରୁ ସୂଚନା ଦେଇଥିଲେ ବୋଲି ମୋକିମ କହିଛନ୍ତି। ମୁଁ ଏବେ ଜାଣିବାକୁ ପାଇଲି ଯେ ଦଳ ଛାଡ଼ି ଦେଇଛନ୍ତି । ଦଳ ଏକ ଖରାପ ସମୟ ଦେଇ ଗତି କରୁଛି । ସେମାନେ ଦଳ ଛାଡ଼ିଲେ ଏହାର କୌଣସି ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ କିନ୍ତୁ ସଂଗଠନ ଦୃବଳ ହେବ । ଦଳ ଛାଡ଼ିଥିବା ଲୋକଙ୍କ ସହ ମୁଁ ଆଲୋଚନା କରିବି ବୋଲି ସେ କହିଛନ୍ତି। ସେପଟେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତର ଗୋଟିଏ ଦିନ ପରେ ଏତେ ସଂଖ୍ୟକ କଂଗ୍ରେସ ନେତା ଦଳ ଛାଡ଼ିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଆଗକୁ କଂଗ୍ରେସ ଦଳରେ ଏକ ବଡ଼ ଧରଣର ବିସ୍ଫୋରଣ ହେବାର ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ଅଧିକ ପଢନ୍ତୁ: ଛତିଶଗଡ଼ରେ ବିଜେପିର ବଡ଼ ଧରଣର ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ନୂଆ ରଣନୀତି

ଅଧିକ ପଢନ୍ତୁ: ଠକିଦେଲେ ଉଦ୍ଧବ: କଥା ଦେଇଥିଲେ, କିନ୍ତୁ ରଖିଲେନି

{}{}