Hindi News >>Home >>Odisha Trending

Road Accident: ବସକୁ ପିଟିଲା କାର୍, ଘଟଣାସ୍ଥଳରେ ୩୦ ମୃତ, ୧୫ ଆହତ

Road Accident:  ପାକିସ୍ତାନ ଖୋଇସ୍ଥାନ ଜିଲ୍ଲାର ଖୈବର ପଖତୁନଖ୍ବାର (Pakistans Khyber Pakhtunkhwa) ରେ ଏକ ବଡ ଧରଣର ସଡକ ଦୁର୍ଘଟଣା(Road Accident) ଘଟିଛି । ବସ୍ – କାର ମୁହାଁମୁହିଁ ଧକ୍କା ହେବାରୁ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାପଡିଛି ।  

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 08, 2023, 10:49 AM IST

Road Accident:  ପାକିସ୍ତାନ ଖୋଇସ୍ଥାନ ଜିଲ୍ଲାର ଖୈବର ପଖତୁନଖ୍ବାର (Pakistans Khyber Pakhtunkhwa) ରେ ଏକ ବଡ ଧରଣର ସଡକ ଦୁର୍ଘଟଣା(Road Accident) ଘଟିଛି । ବସ୍ – କାର ମୁହାଁମୁହିଁ ଧକ୍କା ହେବାରୁ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାପଡିଛି ।

ସୂଚନା ମୁତାବକ, ଦୁର୍ଘଟଣା ଗିଲଗିତ୍ ବାଲତିସ୍ତାନ ଇଲାକାର ଦିଆମିର ସତିଆଲ ଚୌକ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସର କହିବା ଅନୁସାରେ ବସଟି ଗିଲଗିତରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଭାରସାମ୍ୟ ହରାଇ ଉଭୟ କାର ଓ ବସ୍ ଏକ ଘାଇକୁ ଖସିପଡିଥିଲେ । ଫଳରେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । 

ଏହାବି ପଢନ୍ତୁ : Road Accident: ବସକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୧୭ ମୃତ, ଏକାଧିକ ଆହତ

ଏହାବି ପଢନ୍ତୁ : Road Accident: ପିକଅପ ଭ୍ୟାନକୁ ପିଟିଲା ଟ୍ରକ, ଘଟଣାସ୍ଥଳରେ ୫ ମୃତ, ଏକାଧିକ ଗୁରୁତର

ବସ୍ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତମାନଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି ପାକିସ୍ତାନର ରାଷ୍ଟ୍ରପତି ଡକ୍ଟର୍ ଆରିଫ୍ ଅଲୱୀ । ସେ ସମବେଦନା ଜଣାଇବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ନିମନ୍ତେ ପ୍ରାର୍ଥନା କରିଛନ୍ତି। ଏହାଛଡା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍, ଗିଲ୍ଗିଟ୍ ବାଲ୍ତିସ୍ତାନ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବସ୍ ଦୁର୍ଘଟଣା ପାଇଁ ଶୋକବ୍ୟକ୍ତ କରିଛନ୍ତି।

ନିକଟରେ,ପାକିସ୍ତାନର ଉତ୍ତର-ପଶ୍ଚିମ ଖୈବର ପାଖ୍ତୁନଖୱା ପ୍ରଦେଶ (Khyber Pakhtunkhwa Province)ରେ ଗୁରୁବାର ଦିନ ଏକ ଭୀଷଣ ସଡ଼କ ଦୁର୍ଘଟଣା (Pakistan Road Acciden)ଘଟିଥିଲା । ଏକ ବସ୍ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା। ପେଶୱାରର ଦକ୍ଷିଣ-ପଶ୍ଚିମଠାରୁ ୪୦ କିଲୋମିଟର ଦୂରରେ ଥିବା ସିନ୍ଧୁ ରାଜପଥରେ କୋହାଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସର ସୂଚନାନୁସାରେ, ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ଓ ତାଙ୍କୁ ତଥା ମୃତମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନିଆଯାଇଛି ।  ଟ୍ରକର ବ୍ରେକ ଫେଲ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ସେହିପରି ଏହା ପୂର୍ବରୁ ମଧ୍ୟ ପାକିସ୍ତାନରେ ଆଉ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଗତ ରବିବାର ଦିନ, ଦ୍ରୁତ ଗତିରେ ଆସୁଥିବା ଯାତ୍ରୀବାହୀ ବସ୍ ରାସ୍ତାରୁ ଖସି ପଡିଥିଲା । ଦକ୍ଷିଣ ପାକିସ୍ତାନର ଲାସବେଲା ଜିଲ୍ଲାର ବେଲା ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିଲା । ବସଟି ବାଲୁଚିସ୍ତାନର ରାଜଧାନୀ କ୍ୱେଟା ରୁ କରାଚି ଅଭିମୁଖେ ଯାଉଥିବା ବେଳେ ବସଟି ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଅତି କମରେ ୩୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଥିବା କୁହାଯାଉଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସୂଚନା  ଅନୁଯାୟୀ,ବସ୍ ଡ୍ରାଇଭରଙ୍କ ନିୟନ୍ତ୍ରଣ ବାହାରକୁ ଯିବାପରେ ଏହି ଦୁର୍ଘଟଣା ଘଟିଥିଲା। ଖାଲରେ ଖସିଯିବା ପରେ ବସ୍ ରେ ନିଆଁ ମଧ୍ୟ ଲାଗିଯାଇଥିଲା। କିନ୍ତୁ, ଦୈନିକ ପାକିସ୍ତାନ ଅନୁଯାୟୀ ୧୮ ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି । 

Read More
{}{}