Hindi News >>Home >>Odisha Trending

ଓଜନ କମାଇବାକୁ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ ଏହି ୨୦ ଖାଦ୍ୟ ଓ ଜୀବନଶୈଳୀ ସଂପର୍କିତ ନିୟମ

ଆଧୁନିକ ଲାଇଫଷ୍ଟାଇଲର ଅଭିଶାପ ହେଉଛି ମେଦବହୁଳତ । ଜଙ୍କ୍ ଫୁଡ୍ ଓ ଲାଇଫଷ୍ଟାଇଲ ଅନେକ ରୋଗର କାରଣ । ଏହା ଭିତରୁ ଗୋଟିଏ ହେଉଛି ମେଦବହୁଳତା । ଯାହା ନିଜ ଭିତରେ ଅନେକ ରୋଗର କାରକ । ତେବେ ଡାଏଟ ଓ ଲାଇଫ୍ ଷ୍ଟାଇଲରେ କିଛିଟ ପରିବର୍ତ୍ତନ ଆପଣଙ୍କୁ ମୋଟାପାରୁ ଦୁରେଇ ରଖିବ ଏବଂ ଯଦି ମୋଟା ହୋଇଯାଇଛନ୍ତି ତେବେ ପତଳା ମଧ୍ଯ ହୋଇପାରିବେ । ତାହା ବି କୌଣସି ରାସୟନିକ ଡାଏଟ

Advertisement
SOCIAL MEDIA
Stop
Zee Odisha Desk|Updated: Oct 13, 2023, 01:41 PM IST

ଆଧୁନିକ ଲାଇଫଷ୍ଟାଇଲର ଅଭିଶାପ ହେଉଛି ମେଦବହୁଳତ । ଜଙ୍କ୍ ଫୁଡ୍ ଓ ଲାଇଫଷ୍ଟାଇଲ ଅନେକ ରୋଗର କାରଣ । ଏହା ଭିତରୁ ଗୋଟିଏ ହେଉଛି ମେଦବହୁଳତା । ଯାହା ନିଜ ଭିତରେ ଅନେକ ରୋଗର କାରକ । ତେବେ ଡାଏଟ ଓ ଲାଇଫ୍ ଷ୍ଟାଇଲରେ କିଛିଟ ପରିବର୍ତ୍ତନ ଆପଣଙ୍କୁ ମୋଟାପାରୁ ଦୁରେଇ ରଖିବ ଏବଂ ଯଦି ମୋଟା ହୋଇଯାଇଛନ୍ତି ତେବେ ପତଳା ମଧ୍ଯ ହୋଇପାରିବେ । ତାହା ବି କୌଣସି ରାସୟନିକ ଡାଏଟ୍ ବିନା । ଆସନ୍ତୁ ଜାଣିବା ଏଭଳି ୨୦ ସରଳ ଡାଏଟ୍ ଓ ଲାଇଫ୍ ଷ୍ଟାଇଲ ବାବଦରେ ଯାହା ମେଦବହୁଳତ ହ୍ରାସ କରିବାରେ ସାହାଯ୍ୟ କରେ..

ଆହାର ସମ୍ବନ୍ଧିତ ଟିପ୍ସ

ଚା’ କିମ୍ବା କଫିରେ ଚିନି ପକାନ୍ତୁ ନାହିଁ

ଚା’ ଓ କଫି ସହିତ କୁକିଜ୍,ରସ୍କ କିମ୍ବା ବିସ୍କେଟ୍ ଖାଆନ୍ତୁ ନାହିଁ

ଶୀଘ୍ର ରାତ୍ରି ଖାଦ୍ୟ ଖାଇବା ଅଭ୍ଯାସ (ଶୋଇବାର ତିନି ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ)

ଯଦି ସମ୍ଭବ ହୁଏ ତେବେ ଖାଦ୍ୟ ନେବାର ସମୟ ମଧ୍ଯରେ ୮ ଘଣ୍ଟାର ଅନ୍ତରାଳ ରଖନ୍ତୁ(ସପ୍ତାହକୁ ଅତିକମରେ ଦିନେ କିମ୍ବା ଦୁଇଦିନ ଉପବାସ ରଖନ୍ତୁ)

ଖାଦ୍ୟରେ କାର୍ବୋହାଇଡ୍ରେଟ୍ ମାତ୍ରାକୁ କମ ରଖନ୍ତୁ,ଯେମିତି ରୁଟି,ଭାତ,ବ୍ରେଡ୍,ଅନ୍ୟ ଶସ୍ୟ,ଆଳୁ ଓ ମିଠାଠାରୁ ଦୁରେଇ ରୁହନ୍ତୁ ।

ଫଳ ରସ ପରିବର୍ତ୍ତେ ଫଳ ଖାଆନ୍ତୁ । ପ୍ୟାକେଟ୍ ଜୁସ୍ ପିଅନ୍ତୁ ନାହିଁ ।

ପ୍ରତି ଭୋଜନରେ କିଛି ପ୍ରୋଟିନ ରହିବା ଆବଶ୍ୟକ-ଏହାକୁ ଅଧିକ ପେଟ ପୁରାଇବାକୁ ନିଆଯାଏ ତେଣୁ କାର୍ବୋହାଇଡ୍ରେଟର ଇଛା କମିଯାଏ ।

ବାହାର ଖାଦ୍ୟ ବା ଜଙ୍କ୍ ଫୁଡ୍ ଖାଆନ୍ତୁ ନାହିଁ । ରେସ୍ତୋଁରାରେ ଖାଉଛନ୍ତି ଯଦି ତେବେ ଆଲା କାର୍ଟ୍ ମେନୁ ଚୟନ କରନ୍ତୁ । ବଫେ,ଲଂଚରୁ ବଂଚନ୍ତୁ କାରଣ ବଫେରେ ଅଧିକ ଖାଇ ହୋଇଯାଏ ।

ଅଲଟ୍ରାପ୍ରୋସେସଡ୍ ପ୍ୟାକେଜ୍ଡ ଖାଦ୍ୟ ଉତ୍ପାଦ ଖାଆନ୍ତୁ ନାହିଁ,ବିଶେଷକରି ସେହି ଖାଦ୍ୟ ପଦାର୍ଥ ଯାହା ଅଧିକ ଦିନ ଧରି ତାଜା ରହିବା ଭଳି ଲାଗେ ।

ଜୀବନଶୈଳୀ ସମ୍ବନ୍ଧିତ ଟିପ୍ସ

ଦୈନିକ ୭ରୁ ୯ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।  ଶୀଘ୍ର ଶୁଅନ୍ତୁ ଶୀଘ୍ର ଉଠନ୍ତୁ ।

ସକାଳୁ ସକାଳୁ ୩୦ରୁ ୪୦ ମିନିଟ ବ୍ୟୟାମ କରନ୍ତୁ । ଯେମିତି ଚାଲିବା,ଦୌଡ଼ିବା,ସାଇକେଲିଂ,ସୁଇମିଂ କରନ୍ତୁ । ସପ୍ତାହକୁ ୫ ଦିନ ବ୍ୟୟାମ କରନ୍ତୁ ।

ସପ୍ତାହରେ ଦୁଇରୁ ତିନି ଦିନ ୩୦ ମିନିଟ୍ ପର୍ଯ୍ଯନ୍ତ ଷ୍ଟ୍ରେଂଥ୍ ଟ୍ରେନିଂ କରନ୍ତୁ ।

ଲଗାତର ବସନ୍ତୁ ନାହିଁ । ୩୦ ମିନିଟ ପରେ ବସିବାସ୍ଥାନରୁ ଉଠି ୧ରୁ ୨ ମିନଟ ପର୍ଯ୍ୟନ୍ତ ଚାଲନ୍ତୁ ।

ବସିବା ତୁଳନାରେ ଛିଡ଼ା ହେବା ଅଧିକ ଭଲ । ଯଦି ସୁବିଧା ଅଛି ଛିଡା ହୋଇ ଡେସ୍କରେ କାମ କରନ୍ତୁ । ସେହିଭଳି କଫି ବ୍ରେକ୍ ସମୟରେ ଛିଡା଼ ହେବା ସୁସ୍ଥ ବିକଳ୍ପ ହୋଇଥାଏ ।

ପ୍ରତି ଭୋଜନ ପରେ ୫ରୁ ୧୦ ମିନିଟ୍ ଚାଲିବା ଅଭ୍ଯାଶ ରଖନ୍ତୁ ।

ଲିଫ୍ଟ୍ ଓ ଏକ୍ସଲେଟେର ସ୍ଥାନରେ ସୀଢିର ବ୍ୟବହାର କରନ୍ତୁ ।

ଅଳ୍ପ ଦୂରତା ପାଇଁ ପାଦରେ ଚାଲିଚାଲି ଯିବାର ଅଭ୍ଯାସ କରନ୍ତୁ । ଯେଉଁଠିକି ଯିବାର ଅଛି ସେହି ସ୍ଥାନଠାରୁ ୨ଶହରୁ ୩ଶହ ମିଟର ଦୂରତାରେ ଗାଡ଼ି ପାର୍କ୍ କରନ୍ତୁ ।

ଏହି ୨୦ ସାମାନ୍ୟ ଟ୍ରିକ୍ ଯଦି ଆପଣ ନିଜ ଜୀବନରେ ଉପଯୋଗ କରୁଛନ୍ତି ତେବେ ଚମତ୍କାରିକ ଫଳାଫଳ ପାଇବେ ।

Read More
{}{}