Hindi News >>Home >>Odisha Trending

Explosion: ଭୟଙ୍କର ବିସ୍ଫୋରଣରେ ଜୀଅନ୍ତା ଜଳିଗଲେ ୧୮,୦୦୦ ଗାଈ

Explosion: ଆମେରିକା ଟେକ୍ସାସରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏକ ବିସ୍ଫୋରଣରେ ପ୍ରାୟ ୧୮,୦୦୦ ଗାଈଙ୍କର ମୃତ୍ୟୁ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 14, 2023, 03:11 PM IST

Explosion: ଆମେରିକାର ପଶ୍ଚିମ ଟେକ୍ସାସରୁ (Texas) ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏକ ବିସ୍ଫୋରଣରେ (Explosion) ପ୍ରାୟ ୧୮,୦୦୦ ଗାଈଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆମେରିକାରେ ଏହା ହେଉଛି ପ୍ରଥମ ଘଟଣା ଯେଉଁଥିରେ ଏତେ ସଂଖ୍ୟକ ଗୋରୁଙ୍କର ଏକା ସାଙ୍ଗରେ ମୃତ୍ୟୁ ହୋଇଛି । ସୋମବାର ଟେକ୍ସାସର ଡିମିଟ୍ ସାଉଥ ଫର୍କ ନାମକ ଡେରୀ ଫାର୍ମରେ (Dairy Farm) ଏହି ବଡ଼ ଧରଣର ବିସ୍ଫୋରଣ ଘଟିଥିଲ । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଦୁର୍ଘଟଣା ପରେ ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା ।

ସୂଚନା ଅନୁଯାୟୀ, ବିସ୍ଫୋରଣ ଘଟିଥିବା ଏହି ଫାର୍ମଟି ଟେକ୍ସାସର (Texas) ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ ପରିବାରର ଅଟେ । ଏହି ଦୁର୍ଘଟଣା ପରେ ନିଆଁ ଲିଭାଇବା ଅଗ୍ନିଶମ ବାହିନୀକୁ ଘଣ୍ଟା ଘଣ୍ଟା ଧରି ନାକେଦମ ହେବାକୁ ପଡ଼ିଥିଲା । ତେବେ ନିଆଁ ଆୟତ୍ତ ହେବା ପରେ ଏହି ଦୁର୍ଘଟଣାରେ ପ୍ରାୟ ୧୮,୦୦୦ ଗାଈଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଅଗ୍ନିଶମ ବିଭାଗ (Fire brigade) ପକ୍ଷରୁ ଫାର୍ମରେ ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । କାଉଣ୍ଟି ଜଜ୍ ମାଣ୍ଡି ଗେଫଲର କହିଛନ୍ତି ଯେ, ଏକ ଉପକରଣର ତ୍ରୁଟି ଯୋଗୁଁ ବିସ୍ଫୋରଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ତେବେ ଏହି ଦୁର୍ଘଟଣା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳ ନିକଟବର୍ତ୍ତୀ ଚାଷ ଜମିକୁ ଯାଉଥିବା ସମସ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା। ସୂଚନା ଅନୁଯାୟୀ, କ୍ଷୀର ସଂଗ୍ରହ କରିବା ଲାଗି ଗୋଟିଏ ସ୍ଥାନରେ ପ୍ରାୟ ୧୮,୦୦୦ ଗାଈଙ୍କୁ ଏକାଠି ବନ୍ଧା ଯାଇଥିଲା ।  ତେବେ ଏହି ସମୟରେ ଏହି ବଡ଼ଧରଣର ବିସ୍ଫୋରଣ (Explosion) ଘଟିଥିଲା। ଏହି ଦୁର୍ଘଟଣା ଫଳରେ ଗାଈ ମାଲିକ ବହୁତ କ୍ଷତି ସହିଛନ୍ତି। ସେଠାରେ ଥିବା ସ୍ଥାନୀୟ ଲୋକେ କହିଛନ୍ତି ଯେ, ବିସ୍ଫୋରଣର ଶବ୍ଦ ବହୁ ଦୂରରୁ ଶୁଣିବାକୁ ମିଳିଥିଲା  । ଘଟଣାସ୍ଥଳଠାରୁ କିଛି କିଲୋମିଟର ଯାଏଁ ଆକାଶରେ କଳା ଧୂଆଁ ଦେଖିବାକୁ ମିଳିଥିଲା।

ଏହା ବି ପଢନ୍ତୁ-Odisha News: ଶ୍ରମ ମନ୍ତ୍ରୀଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବିଜେଡ଼ି ମହିଳା ନେତ୍ରୀ

୨୦୧୩ ମସିହାରୁ, ପଶୁ କଲ୍ୟାଣ ପ୍ରତିଷ୍ଠାନ (AWI) ଏଭଳି ଘଟଣା ଉପରେ ନଜର ରଖିବା ଆରମ୍ଭ କଲା । ଯାହା ଦର୍ଶାଏ ଯେ ଗତ ଦଶନ୍ଧି ମଧ୍ୟରେ ଏଭଳି ଅଗ୍ନିକାଣ୍ଡରେ ପ୍ରାୟ ୬୫ ଲକ୍ଷ ପ୍ରାଣୀ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ କୁକୁଡ଼ା ଥିବା ଜଣାପଡ଼ିଛି। ଅବଶ୍ୟ, ଏହି ଟେକ୍ସାସ୍ (Texas) ଫାର୍ମରେ ଘଟିଥିବା ଦୁର୍ଘଟଣା ବେଶ ଭୟଙ୍କର ଥିଲା ।  ପଶୁ କଲ୍ୟାଣ ପ୍ରତିଷ୍ଠାନ (AWI) ର ଏକ ବିବୃତ୍ତି ଅନୁଯାୟୀ, ପଶୁମାନଙ୍କୁ ଅଗ୍ନିରୁ ରକ୍ଷା କରିବା ପାଇଁ କୌଣସି ଫେଡେରାଲ୍ ନିୟମ ନାହିଁ  । କେତେକ ରାଜ୍ୟ କେବଳ ଅଗ୍ନି ନିରାପତ୍ତା ସଂକେତ ଗ୍ରହଣ କରିଛନ୍ତି। ତେବେ ଟେକ୍ସାସ୍ ଏଥିରେ ଅନ୍ତର୍ଭୂକ୍ତ ନଥିଲା ।

ଏହା ବି ପଢନ୍ତୁ-Weird News: ଏଠାରେ ଗୋରା ଶିଶୁଙ୍କୁ କରାଯାଇଥାଏ ହତ୍ୟା! ପରମ୍ପରା ପଛରେ ରହିଛି ଏହି କାରଣ

ଏହା ବି ପଢନ୍ତୁ-Odisha News: ସହରକୁ ଗ୍ରାସିଲାଣି ଦୂଷିତ ଖାଦ୍ୟ, ନିଘୋଡ଼ ନିଦ୍ରାରେ ଖାଦ୍ୟ ସୁରକ୍ଷା ବିଭାଗ

ଏହା ବି ପଢନ୍ତୁ-Kendujhar News: ରତ୍ନଗର୍ଭାରେ ଦାରିଦ୍ର୍ୟ ରାଜୁତି, ଗରିବୀର ସୀମାରେଖା ଲଂଘିବେ ୬୦ ହଜାର ପରିବାର

 

 

 

Read More
{}{}