Hindi News >>Home >>Odisha Trending

Weather Update: ଶନିବାର ବଜ୍ରପାତରେ ୧୨ଜଣଙ୍କ ମୃତ୍ୟୁ, ୧୪ ଆହତ

ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶନିବାର ଦିନ ଅପରାହ୍ଣ ସମୟରେ ବର୍ଷା ସହିତ ବଜ୍ରପାତ (Heavy Rain and thunderstorm) ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତରେ ୧୪ ଜଣ ଲୋକ ଆହତ ହୋଇଛି। ବଜ୍ରପାତରେ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନ (Special Relief Co

Advertisement
Weather Update: ଶନିବାର ବଜ୍ରପାତରେ ୧୨ଜଣଙ୍କ ମୃତ୍ୟୁ, ୧୪ ଆହତ
Stop
Soubhagya Ranjan Mishra|Updated: Sep 03, 2023, 04:39 PM IST

Weather Update: ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶନିବାର ଦିନ ଅପରାହ୍ଣ ସମୟରେ ବର୍ଷା ସହିତ ବଜ୍ରପାତ (Heavy Rain and thunderstorm) ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତରେ ୧୪ ଜଣ ଲୋକ ଆହତ ହୋଇଛି। ବଜ୍ରପାତରେ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନ (Special Relief Commission) (ଏସ୍‌ଆରସି)ଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Report- 

ସୂଚନା ଅନୁଯାୟୀ, ଏହି ମୃତକଙ୍କ ମଧ୍ଯରେ ଅନେକ ଚାଷୀ ଥିବା ଜଣାପଡ଼ିଛି । ଚାଷ କାମ କରୁଥିବା ବେଳେ ଏହି ଭୟଙ୍କର ବଜ୍ରାଘାତ ହୋଇଥିଲା ଫଳରେ ଚାଷୀ ମାନେ ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ । ଶନିବାର ଦିନ ରାଜ୍ୟର ଅନେକ ସ୍ଥାନରେ ପାଖାପାଖି ୨ରୁ ୩ ଘଣ୍ଟା ଯାଏଁ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସହ ହୋଇଥିଲା । ସାରା ରାଜ୍ୟରେ ସଂଧ୍ୟା ସାଢେ ୫ଟା ମଧ୍ୟରେ ୨୫ ହଜାର ୭୫୩ଟି ବିଜୁଳି ମାରିଥିବା ଜଣାପଡ଼ିଛି । ଗୋଟିଏ ପଟେ ବର୍ଷା ଅଭାବ ଓ ତାପମାତ୍ରା ବୃଦ୍ଧି (Increase in temperature) ସହରବାସୀଙ୍କୁ କଷ୍ଟ ଦେଉଥିବାବେଳେ ଶନିବାର ସନ୍ଧ୍ୟାରେ ପ୍ରାକ୍‍ ଲଘୁଚାପ ବର୍ଷା ଓ ବଜ୍ରପାତରେ ଆତଙ୍କିତ ହୋଇଛନ୍ତି ରାଜଧାନୀବାସୀ। ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା ଅନୁଯାୟୀ, କେବଳ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ଗତ ସନ୍ଧ୍ୟାରେ ମାତ୍ର ୩ ଘଣ୍ଟା ମଧ୍ୟରେ ୨୫୬୭୩ଟି ବଜ୍ରପାତ ଅର୍ଥାତ୍‍ ବିଜୁଳି ଓ ଘଡ଼ଘଡ଼ି ମାରିଛି। ଏହାସହ ୧୨୬ ମିଲିମିଟର ବର୍ଷା ମଧ୍ୟ ରେକର୍ଡ କରାଯାଇଛି। ଏହି ଅସ୍ୱାଭାବିକ ବଜ୍ରପାତ ହେତୁ ଅନେକ ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହେବା ସହ ବେହାଲ ହୋଇଛି ରାଜଧାନୀର ବିଭିନ୍ନ ଅଞ୍ଚଳ। ଏତିକି ଅନେକ ସ୍ଥାନ ଜଳବନ୍ଦୀ ଅବସ୍ଥାରେ ରହିଛି ।

ପ୍ରକାଶ ଥାଉ କି, ଆଜି ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଫଳରେ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରବିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ୨୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସୋନପୁର, ବରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ଏହି ଅସ୍ୱଭାବିକ ବଜ୍ରପାତ ହେତୁ ଅନେକଙ୍କ ଲକ୍ଷ ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହୋଇଛି। ଅପରପକ୍ଷେ ବର୍ଷା ହେତୁ ବେହାଲ ହୋଇଛି ରାଜଧାନୀର ବିଭିନ୍ନ ଅଞ୍ଚଳ। ଅଚାନକ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଥିଲା।  ଏହାକୁ କେହି କେହି ବାଦଲ ଫଟା ବର୍ଷା ବୋଲି ବି କହୁଛନ୍ତି। ତେବେ ଏପରି ହେବାର କାରଣ କ’ଣ? ଏହି କାରଣ ସମ୍ପର୍କରେ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ବାଦଲ ଯେତେ ଉପରେ ରହିବ  ବଜ୍ରପାତ ସେତେ ଶକ୍ତ ହେବ। ଗତକାଲି ଏହି ସମୟରେ ବାତଲ ୧୮ ହଜାର କିଲୋମିଟରଠାରୁ ଅଧିକ ରହିଥିଲା। ଫଳରେ ବିଜୁଳି ଅତ୍ୟନ୍ତ ବିପଜ୍ଜନକ ଥିଲା। ଅପରପକ୍ଷେ କିଛିଦିନ ହେଲା ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିଲା, ଫଳରେ ତାପମାତ୍ରା ଯଥେଷ୍ଟ ରହହୁଥିଲା। କିଛି ସ୍ଥାନରେ ତ ତାହା ଇତିହାସ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ହେଲା ଏବେ ପୁଣିଥରେ ସକ୍ରିୟ ହେବାକୁ ଯାଉଛି। ଏଣୁ ମୌସୁମୀ ବାୟୁକୁ ପ୍ରଚୁର ଜଳୀୟବାଷ୍ପ ମିଳୁଛି। ଆଉ ଏହାର ପ୍ରଭାବରେ ବିଜୁଳି  ତଥା ବଜ୍ରପାତ ଅଧିକ ହୋଇଥିବା ସେ କହିଛନ୍ତି। ସେହିପରି ଗତକାଲି କଟକରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ବଦଲଫଟା ବର୍ଷାରେ ବେହାଲ ହୋଇପଡିଛନ୍ତି ସିଲଭର ସିଟିବାସୀ। ଫଳରେ ଜଳବନ୍ଧୀ ସମସ୍ୟା ସୃଷ୍ଟି ହୋଇଛି। କଟକର ରାଉଷାପାଟଣା, ମେରିଆବଜାର, ସୂତାହାଟ, ଝୋଲାସାହି ଓ ଖଟବିନ୍ ସାହି ଆଦି ବହୁ ଅଞ୍ଚଳରେ ପାଣି ଜମିଛି । ଫଳରେ କଟକିଆଙ୍କ ସମସ୍ୟା ବଢି ଯାଇଛି । ଏପରିକି କେତେକ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । 

Also Read-  Top 10 News Headlines: ଅପରାହ୍ଣର ୧୦ ବଡ଼ ଖବର

{}{}