Hindi News >>Home >>Odisha Trending

ଗୋଟିଏ ଗୋଡରେ ଯାତ୍ରା କଲେ ୮୫ କିମି, ବାବା ଗରିବ ନାଥରେ ପହଞ୍ଚିଲା ୧୦ ବର୍ଷର ଭିନ୍ନକ୍ଷମ ଝିଅ

Baba Garib Nath: ଏଥର ରାକ୍ଷୀରେ ନିଜ ଭାଈ ପାଇ ସୁରକ୍ଷା ଓ ଭଲ ଭବିଷ୍ୟତ କାମନା କରି ଜଣେ ଭଉଣୀ ଗୋଟିଏ ଗୋଡ଼ରେ ଚାଲି ଚାଲି ବାବା ଗରିବନାଥଙ୍କ ନିକଟରେ ପହଞ୍ଚିଛନ୍ତି ।

Advertisement
ଗୋଟିଏ ଗୋଡରେ ଯାତ୍ରା କଲେ ୮୫ କିମି, ବାବା ଗରିବ ନାଥରେ ପହଞ୍ଚିଲା ୧୦ ବର୍ଷର ଭିନ୍ନକ୍ଷମ ଝିଅ
Stop
Soubhagya Ranjan Mishra|Updated: Aug 21, 2023, 09:58 PM IST

Baba Garib Nath: ବିହାରର ମୁଜାଫରପୁରରେ ଜଣେ ଭିନ୍ନକ୍ଷମ ଭଉଣୀର ଭାଇ ପ୍ରତି ଅଦମ୍ୟ ପ୍ରେମ (Love) ଦେଖିବାକୁ ମିଳିଥିଲା। ଏଠାରେ ରହୁଥିବା ୧୦ ବର୍ଷୀୟ ରାଜ ନନ୍ଦାନୀ ତାଙ୍କ ଭାଇଙ୍କ ସୁରକ୍ଷା ଏବଂ ଉଜ୍ଜ୍ୱଳ ଭବିଷ୍ୟତ (Bright future) ପାଇଁ ପ୍ରାର୍ଥନା କରିଛନ୍ତି। ଯେଉଁଥିପାଇଁ ସେ ବାବା ଗରିବନାଥଙ୍କ ନିକଟକୁ ଯାତ୍ରା କରିଥିଲେ । ତେବେ ଆପଣଙ୍କୁ ଜଣାଇବୁ ଯେ ନନ୍ଦନୀର କେବଳ ଗୋଟିଏ ଗୋଡ ଅଛି । କିନ୍ତୁ ସେ କେବଳ ଗୋଟିଏ ଗୋଡରେ ଡେଇଁ ଡେଇଁ ୮୫ କିଲୋମିଟର ଦୂରତା ଅତିକ୍ରମ କରିଥିଲେ।

ଏହି ଭଉଣୀଙ୍କର ଉତ୍ସାହ, ସାହସ ଏବଂ ତାଙ୍କ ଭାଇ ପ୍ରତି ଅଦମ୍ୟ ପ୍ରେମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଲୋକମାନେ ଏହି ଝିଅକୁ ବହୁତ ପ୍ରଶଂସା କରୁଛନ୍ତି । ନନ୍ଦନୀ ହାଜିପୁର ଅଞ୍ଚଳର ବାସିନ୍ଦା । ଏହି ଯାତ୍ରାରେ ତାଙ୍କ ପିତା ସୁଭାଷ ସିଂ ମଧ୍ୟ ତାଙ୍କ ସହ ଯାଇଥିଲେ। ପିତା ସୁଭାଷ ସିଂ କହିଛନ୍ତି ଯେ ନନ୍ଦନୀ ତାଙ୍କ ଭାଇଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କ ଭାଇଙ୍କ ସ୍ୱପ୍ନ ହେଉଛି ଆଇଏଏସ ଅଧିକାରୀ (IAS Officer) ହେବା । ସୁଭାଷ ସିଂ କହିଛନ୍ତି ଯେ ଏହି ରାକ୍ଷୀ ପର୍ବରେ ନିଜ ଭାଇଙ୍କ ପାଇଁ କିଛି ଅଲଗା କରିବେ ବୋଲି ନନ୍ଦନୀ ନିଷ୍ପତ୍ତି ନେଇଥିଲେ । ସେମାନେ ରବିବାର ବିଳମ୍ବିତ ରାତିରେ ସୋନପୁରର ବାବା ଗରିବନାଥରେ ପହଞ୍ଚିଥିଲେ। ସେମାନେ ଏଠାରେ ପହଞ୍ଚିବା ମାତ୍ରେ ବହୁ ସଂଖ୍ୟାରେ ଲୋକ ସେମାନଙ୍କୁ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ।  ସୋମବାର ସକାଳେ ରାଜ ନନ୍ଦାନୀ ପହଲେଜା ଘାଟରୁ ଗଙ୍ଗା ଜଳ ନେଇ ଗରୀବନାଥରେ ଜଳାଭିଷେକ କରିଥିଲେ। ତା’ପରେ ତାଙ୍କ ଭାଇଙ୍କ ପାଇଁ ପ୍ରାର୍ଥନା କଲେ।

ବାପା ଝିଅକୁ ପ୍ରଶଂସା କରିଛନ୍ତି 

ରାଜ ନନ୍ଦାନୀଙ୍କ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ (Viral) ହେବାରେ ଲାଗିଛି। ପିତା ସୁଭାଷ ସିଂ କହିଛନ୍ତି ଯେ, ପ୍ରବଳ ଉତ୍ତାପରେ ମଧ୍ୟ ରାଜ ନନ୍ଦାନୀ ଗୋଟିଏ ଗୋଡରେ ଡେଇଁ ଚାଲିବା ଜାରି ରଖିଥିଲେ। ସେ ମଧ୍ୟ ଥକି ଯାଇଥିଲେ। କିନ୍ତୁ, ତଥାପି ସେ ସାହସ ହରାଇ ନଥିଲେ । ସେ ସେହିପରି ଚାଲିବାକୁ ଲାଗିଲେ । ସେ ମନ୍ଦିରରେ ପହଞ୍ଚିବା ମାତ୍ରେ ତାଙ୍କ ମୁହଁରେ ଏକ ଅଦ୍ଭୁତ ଖୁସି ଦେଖିବାକୁ ମିଳିଥିଲା, ଯେପରି ତାଙ୍କ ସ୍ୱପ୍ନ ସାକାର ହେଲା । ଏପରି ଝିଅ ପାଇ ଆମେ ଆଶୀର୍ବାଦପ୍ରାପ୍ତ  ବୋଲି କହିଛନ୍ତି ନନ୍ଦିନୀଙ୍କ ବାପା।

ଆପଣଙ୍କୁ କହିରଖୁଛୁ ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ଶ୍ରବଣ କୁମାର ସାଜି ନିଜ ବାପା ମାଆଙ୍କୁ କାନ୍ଧରେ କାନ୍ଧେଇ ତୀର୍ଥ ସ୍ଥାନ ଦର୍ଶନ ପାଇଁ ନେଇଥିବାର ଖବର ଆମେ ଆପଣଙ୍କୁ ଦେଖାଇଥିଲୁ । କୁହାଯାଏ ବିଶ୍ୱାସେ ମିଳଇ ହରି । ତେଣୁ ବିଶ୍ୱାସର ସହିତ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ଭିନ୍ନ କାମ କରିଥାନ୍ତି । ଚଳିତ ଶ୍ରାବଣ ମାସରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି । ଆପଣଙ୍କୁ କହି ରଖିବାକୁ ଚାହିଁବୁ ଦେଶର ପ୍ରତିଟି ପ୍ରସିଦ୍ଧ ଶୈବକ୍ଷେତ୍ରରେ ଚଳିତଥର ଲକ୍ଷ ଲକ୍ଷ କାଉଡିଆଙ୍କର ଭିଡ ପରିଲକ୍ଷିତ ହୋଇଛି । ଦୂର ଦୂରାନ୍ତରୁ ବିଭିନ୍ୱ ସ୍ଥାନରୁ ଲମ୍ୱା ରାସ୍ତା ଅତିକ୍ରମ କରି ପାଦରେ ଚାଲି ଚାଲି ବିଭିନ୍ନ ଶୈବପୀଠରେ ଜଳାଭିଷେକ କରିଛନ୍ତି କାଉଡିଆମାନେ । ଓଡ଼ିଶାର ଲିଙ୍ଗରାଜ ମନ୍ଦିର, ଆଖଣ୍ଡଳମଣୀ ପୀଠ, ଲୋକନାଥ ମନ୍ଦିର, ବରୁଣେଶ୍ୱର ମନ୍ଦିର, ଲଡୁ ବାବା ମନ୍ଦିର, କପିଳାଶ ମନ୍ଦିର, ହରିଶଙ୍କର, ବେଦବ୍ୟାସ ସମେତ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି । 

Also Read- Ollywood News: ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର "ପ୍ରଥା" ର ଟ୍ରେଲର ରିଲିଜ୍, ଗଣେଶ ପୂଜା ଉପଲକ୍ଷେ ଶୁଭମୁକ୍ତି

{}{}