Hindi News >>Home >>Zee Odisha

ବିଧାନସଭାର ପ୍ରଥମ ଅଧିବେଶନ ପାଇଁ ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ୍ ପୁଲିସ

Assembly: ବିଧାନସଭା ଚାଲୁଥୁବା ସମୟରେ ଯାନବାହାନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ଟ୍ରାଫିକ୍ କଟକଣା ଲାଗୁ କରିଛନ୍ତି।

Advertisement
ବିଧାନସଭାର ପ୍ରଥମ ଅଧିବେଶନ ପାଇଁ ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ୍ ପୁଲିସ
Stop
Zee Odisha Desk|Updated: Jul 20, 2024, 12:01 PM IST

ଭୁବନେଶ୍ଵର: ସପ୍ତଦଶ ବିଧାନସଭା ପ୍ରଥମ ଅଧିବେଶନ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ଆସନ୍ତା ଜୁଲାଇ ୨୨ତାରିଖ ଠାରୁ ଆରମ୍ଭ ହୋଇ ୩୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ପର୍ଯ୍ୟାୟ ଅଗଷ୍ଟ ୨୦ ତାରିଖରୁ ଠାରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ହେବ। 

ଏହି ଅବସରରେ ବିଧାନସଭା ଚାଲୁଥୁବା ସମୟରେ ଯାନବାହାନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ଟ୍ରାଫିକ୍ କଟକଣା ଲାଗୁ କରିଛନ୍ତି। ଜାଣନ୍ତୁ କେଉଁ ରାସ୍ତାରେ ଗଲେ ଆପଣଙ୍କୁ କେହି ଅଟକାଇବେ ନାହିଁ...

*ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। 

*ଏଜି ଛକ ପଟୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ଵରେ ଥ‌ିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। 

*ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଲୋୟର ପି.ଏମ୍.ଜି. ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ। 

*୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡ଼ିକ ପାୱାର ହାଉସ୍ ଛକ ଦେଇ ଯିବେ। 

*ରାଜଭବନ ଛକ ପଟୁ ଏମ୍.ଏଲ୍.ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡ଼ିକ ଶାସ୍ତ୍ରୀ ନଗର ଛକ ଆଡ଼କୁ ଯିବେ। 

*ଯେଉଁ ମାନଙ୍କ ପାଖରେ ଓଡ଼ିଶା ରାଜ୍ୟ ଅତିଥ୍ ଭବନ ଯିବା ନିମନ୍ତେ ପାସ୍‌ ଥିବ ସେମାନେ ୧୨୦ବାଟାଲିୟନ ଛକ ପଟୁ ଓଡ଼ିଶା ରାଜ୍ୟ ଅତିଥ୍ ଭବନ ସାମ୍ନା ଗେଟ୍ ପର୍ଯ୍ୟନ୍ତ ଆସିପାରିବେ ବୋଲି କୁହାଯାଇଛି। ତେବେ ଏହି ସବୁ କଟକଣା ଗୁଡ଼ିକ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ଥିବା ଯାନବାହାନ ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ସହ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଯାନବାହାନମାନଙ୍କ ପାଇଁ ଏହା ଲାଗୁ କରାଯିବ ନା

ହିଁ।

 

Read More
{}{}