Hindi News >>Home >>Top 10 News

Top 10 News: ଶ୍ରୀମନ୍ଦିର ୪ଘଣ୍ଟା ପାଇଁ ବନ୍ଦ, ମୁଖ୍ୟମନ୍ତ୍ରୀ ଶୁଣିବେ ଅଭିଯୋଗ ଏବଂ ଅନ୍ୟ ପ୍ରମୁଖ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର  

Advertisement
Top 10 News: ଶ୍ରୀମନ୍ଦିର ୪ଘଣ୍ଟା ପାଇଁ ବନ୍ଦ, ମୁଖ୍ୟମନ୍ତ୍ରୀ ଶୁଣିବେ ଅଭିଯୋଗ ଏବଂ ଅନ୍ୟ ପ୍ରମୁଖ ଖବର
Stop
Zee Odisha Desk|Updated: Aug 04, 2024, 08:29 AM IST

1.War Situation in Middle East: ହମାସ ମୁଖ୍ୟ ଇସ୍‍ମାଇଲ୍‍ ହନିୟା ଏବଂ ବିରୁଟରେ ଲେବାନନ୍‍ ଆତଙ୍କବାଦୀ ଗୋଷ୍ଠୀ ହେଜବୋଲ୍ଲା ମୁଖ୍ୟଙ୍କ ହତ୍ୟା ପରେ ଏବେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଲାଗି ଇସ୍ରାଏଲ୍‍କୁ ଦାୟୀ କରାଯାଇଛି। ଇରାନ୍‍ ସମର୍ଥିତ ଏହି ଗୋଷ୍ଠୀ ପକ୍ଷରୁ ଗତକାଲି ଇସ୍ରାଏଲ୍‍କୁ କାତ୍ୟୁଷା ରକେଟ୍‍ ମାଡ଼ ହୋଇଛି।  

2.Air India Cancels flights to Tel aviv: ଇସ୍ରାଏଲ-ହମାସ୍‌ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ପକ୍ଷରୁ ଇସ୍ରାଏଲକୁ ଏହାର ସମସ୍ତ ବିମାନ ସେବାକୁ ବନ୍ଦ ରଖାଯାଇଛି। ଏୟାର ଇଣ୍ଡିଆର ’ଏକ୍ସ’ ଆକାଉଣ୍ଟରେ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି ଯେ, ମଧ୍ୟପ୍ରାଚ୍ୟର ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଶୁକ୍ରବାର ଠାରୁ ଆଗାମୀ ୮ ତାରିଖ ପର୍ଯ୍ୟନ୍ତ ତେଲ୍‌ ଆଭିଭ୍‌କୁ ଏୟାର ଇଣ୍ଡିଆ ତାହାର ସମସ୍ତ ବିମାନ ସେବା ସ୍ଥଗିତ ରଖିଛି।

3.Darshan will remain closed 4 hours in the evening today: ଶ୍ରୀମନ୍ଦିରରେ ଆଜି ଚିତାଲାଗି ଅମାବାସ୍ୟା ଅନୁଷ୍ଠିତ ହେବ।  ଅପରାହ୍ଣ ୨ଟାରୁ ଏହି ନୀତି ଆରମ୍ଭ ହୋଇ ପ୍ରାୟ ୪ ଘଣ୍ଟା ଚାଲିବ। ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ଚାରି ଘଣ୍ଟା ଭକ୍ତଙ୍କ ଦର୍ଶନ ବାରଣ କରାଯାଇଛି। 

4.Barricade opened in Sri Mandir Jagamohan: ଶ୍ରୀମନ୍ଦିର ଜଗମୋହନରେ ଲାଗୁ ହୋଇଥିବା ଭିଆଇପି ଦର୍ଶନ ବ୍ୟବସ୍ଥା ହଟାଯାଇଛି। ଭିଆଇପିଙ୍କ ଦର୍ଶନ ଲାଗି ଜଗମୋହନକୁ ସାଧାରଣ ଭକ୍ତଙ୍କ ପ୍ରବେଶ ବନ୍ଦ ସହ ସେଠାରେ ଅସ୍ଥାୟୀ ପିଣ୍ଡି ତିଆରି କରାଯାଇଥିଲା। ଏଣିକି ସେଗୁଡ଼ିକ ଆଉ ଦେଖିବାକୁ ମିଳିବ ନାହିଁ। 

5.Who will be next DGP: କିଏ ହେବେ ରାାଜ୍ୟର ପରବର୍ତ୍ତୀ ଡିଜି? ପୁଲିସ ବିଭାଗର ଶୀର୍ଷ ଅଧିକାରୀ ଓଡ଼ିଆ ହେବେ ନା ଅଣ ଓଡ଼ିଆ । ଏ ବିଷୟକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଛି। ନିର୍ବାଚନ ସମୟରେ ଦାୟିତ୍ୱ ତୁଲାଇଥିବା ଅରୁଣ ଷଡ଼ଙ୍ଗୀଙ୍କୁ ହଟାଯିବ ବୋଲି ଚର୍ଚ୍ଚା ପରେ ଏବେ ଏପରି ଏକ  ଆଲୋଚନା ଗଣମାଧ୍ୟମରେ ଦେଖିବାକୁ ମିଳୁଛି। କେହି କେହି କେନ୍ଦ୍ରୀୟ ଗସ୍ତରେ ଥିବା ଓ୍ୱାଇ ବି ଖୁରାନିଆଙ୍କୁ ଫେରାଇ ଏଠାରେ ଡିଜି ଭାବେ ନିଯୁକ୍ତ କରାଯାଇପାରେ ବୋଲି କହିଛନ୍ତି। 

6.CM’s Grievance on 5th August: ଆସନ୍ତା ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲା ରହିବ। ଏହିଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଯାଏ ପଞ୍ଜିକରଣ ଚାଲିବ। ଦିନ ୧୧ଟାରେ ଖୋଦ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହ ଆଲୋଚନା କରିବେ। ସେମାନଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ଲାଗି ଅଧ଼ିକାରୀଙ୍କୁ ନିର୍ଦ୍ଦେଶ ଦେବେ। ଗତ ଦୁଇଥର ଏହି ଅଭିଯୋଗ ଶୁଣାଣିକୁ ବାତିଲ କରାଯାଇଥିଲା। 

7.Mega Steel Plant in Mayurbhanj: ଲୌହ ଖଣିଜ ପୂର୍ଣ୍ଣ ମୟୁରଭଞ୍ଜରେ ଏକ ମେଗା ଷ୍ଟିଲ ପ୍ଳାଣ୍ଟ ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ଏଥିନେଇ ଶିଳ୍ପ ବିଭାଗରେ ସମୀକ୍ଷା କରିଛନ୍ତି। ପରେ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରି ଏହାକୁ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ରାଜ୍ୟରେ କର୍ମ ନିଯୁକ୍ତି ସୃଷ୍ଟି ଲାଗି ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ କରୁଛନ୍ତି ତାହା ସଫଳ ହୋଇପାରିବ ବୋଲି ସେ କହିଛନ୍ତି। 

8.Govt to Curb Waqf Board! ସାରା ଦେଶରେ ଓ୍ୱାକଫ୍‍ ବୋର୍ଡ ଗୁଡ଼ିକାର ସମ୍ପତ୍ତି ଆହରଣ ଏବଂ ହେପାଜତ ଉପରେ କେନ୍ଦ୍ର ସରକାର ରୋକ ଲଗାଇବାକୁ ଯାଉଛନ୍ତି। ଏହିକ୍ରମରେ ଏକ ସ୍ୱଥନ୍ତ୍ର ବିଲ୍‍ କେନ୍ଦ୍ର ସରକାର ଆଗତ କରିବା ସମ୍ଭାବନା ରହିଛି। ଏହି ବିଲ୍ ରେ ଓ୍ୱାକଫ୍‍ ବୋର୍ଡ ଅନିୟନ୍ତ୍ରିତ ଭାବେ ଜମିକୁ ଦଖଲ କରିବା  ପ୍ରକ୍ରିୟା ଉପରେ ରୋକ ଲାଗିବ। 

9.Odisha Weather: ମଙ୍ଗଳବାର ଦିନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ଭିତରେ ପୁରୀରେ ସର୍ବାଧିକ ବର୍ଷା ହୋଇଛି। ପିପିଲିରେ ୧୦୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା କୁହାଯାଇଛି। 

10. Olympic Updates: ଆଜି ପ୍ୟାରିସ ଅଲମ୍ପିକ୍‍ସ-୨୦୨୪ର ନବମ ଦିନ। ଆଜି ହକି, ବ୍ୟାଡମିଣ୍ଟନ ଏବଂ ବକ୍ସିଂରେ ଭାରତ ମେଡାଲ୍‍ ଆଶାକୁ ଉଜ୍ଜୀବୀତ କରିପାରେ। ଦିନ ସାଢ଼େ ଗୋଟାଏରେ ହକି ମ୍ୟାଚ୍‍ ଖେଳାଯିବାକୁ ସ୍ଥିର କରାଯାଇଥିବାବେଳେ, ୩ଟାରେ ବକ୍ସିଂ, ୩ଟା୩୦ରେ ବ୍ୟାଡମିଣ୍ଟନ ମ୍ୟାଚ୍‍ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି।

Read More
{}{}