Hindi News >>Home >>Top 10 News

Top 10 News Today: ସବୁ ସ୍କୁଲ୍‍ରୁ ଉଠିବ ୫-ଟି ରୂପାନ୍ତରଣ ବୋର୍ଡ ସହ ରାଜ୍ୟର ୧୦ ପ୍ରମୁଖ ଖବର

Top 10 News Today: ନୂଆ ସରକାର ଗଠନ ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଲା, ଖୁସି ପ୍ରକଟ କଲେ ଶ୍ରଦ୍ଧାଳୁ... ଚୁଟକୀରେ ପଢିନିଅନ୍ତୁ ୧୦ଟି ଖବର

Advertisement
Top 10 News Today: ସବୁ ସ୍କୁଲ୍‍ରୁ ଉଠିବ ୫-ଟି ରୂପାନ୍ତରଣ ବୋର୍ଡ ସହ ରାଜ୍ୟର ୧୦ ପ୍ରମୁଖ ଖବର
Stop
Soubhagya Ranjan Mishra|Updated: Jun 13, 2024, 10:06 PM IST

Top 10 News Today: 

1. Removal of 5T Boards Ordered: ରାଜ୍ୟର ବିଭିନ୍ନ ସ୍କୁଲ୍‍ରୁ  ହଟିବ ଫାଇବ୍‍-ଟି ବୋର୍ଡ। ନବୀନ ସରକାରଙ୍କ ସମୟରେ ସ୍କୁଲ୍‍ ରୂପାନ୍ତରଣର ମୁଖ୍ୟ ସୂତ୍ରଧର ଭାବେ ୫-ଟି ଉପକ୍ରମକୁ ପ୍ରଶଂସା କରାଯାଇଥିଲା। ଏହିକ୍ରମରେ ସବୁ ସ୍କୁଲରେ ଫାଇଭ୍‍-ଟି ବୋର୍ଡ ଲଗାଯାଇଛି। ଏହାକୁ ତୁରନ୍ତ ହଟାଇବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର କମିଶନରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଆଦେଶନାମା ଜାରି କରାଯାଇଛି। ଆଜି ବିଜେପି ଶାସନ କ୍ଷମତା ହାତକୁ ନେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। 

2. Now Visitors can enter Srimandir through any door: ଏବେ ଶ୍ରୀମନ୍ଦିରର ସମସ୍ତ ୪ ଦ୍ୱାର ଭକ୍ତଙ୍କ ନିରନ୍ତର ଚଳ ପ୍ରଚଳ ଲାଗି ଖୋଲା ରହିବ। ଯେତେବେଳେ ଯେଉଁ ଭକ୍ତ ଯେଉଁ ଦ୍ୱାର ଚାହିଁଲା ସେ ସେହି ଦ୍ୱାର ଦେଇ ଯାତ୍ରା କରିପାରିବ। ଏ ନେଇ ରାଜ୍ୟ ସରକାର ଗତକାଲି କ୍ୟାବିନେଟଳରେ ନେଇଥିବା ପ୍ରଥମ ନିଷ୍ପତ୍ତିକୁ ଆଜି ସକାଳୁ କାର୍ଯ୍ୟକ୍ଷମ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ଉପସ୍ଥିତିରେ ସରକାରୀ କଳ ଏହାକୁ ରୂପାୟନ କରିଛନ୍ତି। 

3. Security Protocol from Naveen withdrawn: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ପ୍ରୋଟୋକଲ ଅନୁସାରେ ତାଙ୍କୁ ଆବଶ୍ୟକ ସୁରକ୍ଷା ଦିଆଯାଇଛି। ତାଙ୍କ ଘର ଆଗରେ ଥିବା ସୁରକ୍ଷା କ୍ୟାମ୍ପକୁ ମଧ୍ୟ ହଟାଇ ଦିଆଯାଇଛି। 

4. CBI Raids 67 locations in State: ରାଜ୍ୟରେ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ପ୍ରାର୍ଥୀମାନେ ଦେଇଥିବା ଜାଲି ପ୍ରମାଣପତ୍ରକୁ ନେଇ ସିବିଆଇ ଆଜି ରାଜ୍ୟର ୬୭ଟି ସ୍ଥାନରେ ଚଢ଼ଉ କରିଛି। ସମୁଦାୟ ୨୦୪ ଅଧିକାରୀ ଆଜି ୯ଟି ଜିଲ୍ଲାର ଏହି ସ୍ଥାନଗୁଡ଼ିକୁ ଏକକାଳୀନ ଚଢ଼ଧଉ କରିଛନ୍ତି। ୨୦୨୩ ମସିହାରେ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇଥିବା ପ୍ରାର୍ଥୀଙ୍କ ଭିତରୁ ୬୭ ଜଣଙ୍କ ପ୍ରମାଣ ପତ୍ର ଜାଲି ହୋଇଥିବା ଆଶଙ୍କା କରି ରାଜ୍ୟ ଡାକସେବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଥିଲା।  

5. Fake ‘x’ account in the name of CM: ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନାଁରେ ସେଶାଲ୍‍ ମିଡିଆାରେ ଜାଲି ହ୍ୟାଣ୍ଡଲ ତିଆରି କରାଯାଇଛି।  ଏ ବିଷୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ପଷ୍ଟ କରିଛି। ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଉଚ୍ଛେଦ ଓ ମୋ ସରକାର ବୋର୍ଡ ହଟାଇବା ଲାଗି ମୋହନ ସରକାର ନିର୍ଦ୍ଦେଶ ଦେଇଥିବା ପ୍ରଥମେ ଏକ ଆକାଉଣ୍ଟରେ ପ୍ରକାଶ କରାଯାଇଥିଲା। ଏହାକୁ ତଥ୍ୟ ଉପରେ ଆଧାରିତ ନାହିଁ ବୋଲି କହିବା ସହ ଏହି ଆକାଉଣ୍ଟକୁ ଜାଲି ଆକାଉଣ୍ଟ ଭାବେ ଅଭିହିତ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ। 

6. Mohan Pays Homage to Utkalmani: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀରୁ ଫେରିବା ବାଟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ସୁଆଣ୍ଡୋକୁ ପରିଦର୍ଶନ କରିଛନ୍ତି। ଏଠାରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। 

7. State Guest house turned Cm’s Res cum Office: ଏବେ ରାଜ୍ୟ ସରକାରଙ୍କ ସର୍ବାଚ୍ଚ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରୁ ପରିଚାଳନା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଲାଗି କୌଣସି ସରକାରୀ ବାସଭବନ ନଥିବାରୁ ସେ ଅତିଥିଭବନରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଠାରେ ବିଭିନ୍ନ ନେତା, ମନ୍ତ୍ରୀଙ୍କୁ ଭେଟିବା ସହ ଅଫିସରଙ୍କ କାମ ଅନୁଧ୍ୟାନ କରୁଛନ୍ତି। 

8. Students passed with grace marks to be re-examined: NEET ପରୀକ୍ଷା ନେଇ ସୁପ୍ରିମ୍‍ କୋର୍ଟଙ୍କ ରାୟ ଆସିଛି। ଯେଉଁଥିରେ, ୧୫୬୩ ଛାତ୍ରଙ୍କ ସ୍କୋର କାର୍ଡ ରଦ୍ଦ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଛାତ୍ରଙ୍କୁ ଗ୍ରେସ ମାର୍କ ଦିଆଯାଇଥିଲା। ଏହି ପରୀକ୍ଷାର୍ଥୀମାନେ ପୁଣିଥରେ ୨୩ ତାରିଖ ଦିନ ପରୀକ୍ଷା ଦେବେ। ୩୦ ସୁଦ୍ଧା ସେମାନଙ୍କ ଫଳାଫଳ ପ୍ରକାଶ ପାଇବ। ୮ ଜୁଲାଇରେ ପୁଣିଥରେ ଶୁଣାଣି ହେବ। 

9. Ajit Doval and PK Mishra’s new appointment : କେନ୍ଦ୍ର କ୍ୟାବିନେଟ୍‍ ନିଯୁକ୍ତି କମିଟି ଆଜି ଅଜିତ ଆଇପିଏସ୍‍ ଅଧିକାରୀ ଅଜିତ ଡୋଭାଲଙ୍କୁ ପୁଣିଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ତାଙ୍କର ନିଯୁକ୍ତି ବଳବତ୍ତର ରହିବ। ସେ କ୍ୟାବିନେଟ୍‍ ମନ୍ତ୍ରୀ ପାହ୍ୟା ସୁବିଧା ହାସଲ କରିବେ। ଠିକ୍‍ ସେହିପରି ଓଡ଼ିଆ ପୁଅ ତଥା ଅବସରପ୍ରାପ୍ତ ଆଇଏଏସ୍‍ ଅଧିକାରୀ ପ୍ରମୋଦ କୁମାର ମିଶ୍ରଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଭାବେ କ୍ୟାବିନେଟ କମିଟି ନିଯୁକ୍ତି ପ୍ରଦାନ କରିଛି। 

10.No rain in Raja: ଏଥର ରଜରେ ବର୍ଷା ହେବ ନାହିଁ । ଯଦିଓ ମୌସୁମୀ ବାୟୁ ରାଜ୍ୟରେ ରହିଛି କିନ୍ତୁ ସକ୍ରଅିୟତା ଅଭାବରୁ ରାଜ୍ୟରେ ଗରମ ପବନ ପ୍ରବାହିତ ହେଉଛି। ଏଣୁ ଏଥର ରଜରେ ବର୍ଷା ହୋଇ ନପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Also Read- Budh Gochar 2024: ଆଦ୍ରା ନକ୍ଷତ୍ରରେ ବୁଧଙ୍କ ଚଳନ, ୫ ଦିନ ପରେ ଏହି ରାଶିର ଭାଗ୍ୟ ଉଜ୍ୱଳ

{}{}