Hindi News >>Home >>Top 10 News

Top 10 News Today: ୪୬ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର ଏବଂ ଅନ୍ୟ ଅପଡେଟ

ଚୁଟକୀରେ ପଢି ନିଅନ୍ତୁ ଦିନ ତମାମର ବଡ଼ ଖବର

Advertisement
Top 10 News Today: ୪୬ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର ଏବଂ ଅନ୍ୟ ଅପଡେଟ
Stop
Prabhudatta Moharana|Updated: Jul 14, 2024, 10:03 PM IST

H1. ସରିଲା ସନ୍ଧ୍ୟା ଦର୍ଶନ
ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଶେଷ ହୋଇଛି। ବାହୁଡା ଯାତ୍ରା ପ୍ରସ୍ତୁତି ପାଇଁ ସନ୍ଧ୍ୟା ଦର୍ଶନ ବନ୍ଦ ହୋଇଛି। ଦର୍ଶନ ବନ୍ଦ ପରେ ଶ୍ରୀଜିଉଙ୍କ ଅନ୍ୟ ନୀତି ସମ୍ଫନ୍ନ ହେବ। ଆଜି ସକାଳ ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶରଧାବାଲିରେ ଲୋକାରଣ୍ୟ ଦେଖାଯାଇଛି। ରାତି ପାହିଲେ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ଏଥି ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଏଥି ପାଇଁ ପ୍ରସ୍ତୁତ ଅଛନ୍ତି। ଶୃଙ୍ଖଳିତ ବାହୁଡ଼ା ଯାତ୍ରା ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

H2. ବାହୁଡ଼ା ପାଇଁ ନୀତି ନିର୍ଘଣ୍ଟ
ବାହୁଡ଼ା ଯାତ୍ରା ପାଇଁ ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଛି। ଶ୍ରଅୀମନ୍ଦିର ପକ୍ଷରୁ ପ୍ରକାଶିତ ନୀତି ତାଲିକା ଅନୁସାରେ ଆସନ୍ତା କାଲି ପ୍ରାତ!ଃ ୪ଟାରେ ମଙ୍ଗଳ ଆଳତି ହେବ। ଏହାପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷହୋଇ ଗୋପାଳ ବଲ୍ଲଭ ଖେଚୁଡ଼ି ଭୋଗ ହେବ। ସକାଳ ସାତଟା ସୁଦ୍ଧା ଏସବୁ ନୀତି ଶେଷ ହୋଇ ସେନାପଟା ଲାଗି ହେବ। ଦିନ ୧୨ଟାରେ ଆରମ୍ଭ ହେବ ବାହୁଡ଼ା ପହଣ୍ଡି। ଅପରାହ୍ଣ ୪ଟାରେ ରଥଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। 

H3. ଭଙ୍ଗାଗଲା ଭିତର ରତ୍ନଭଣ୍ଡାର ତାଲା
ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍‌ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିଛନ୍ତି। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି। ଏହାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତରିତ କରାଯାଇଛି। ବାହାର ରତ୍ନଭଣ୍ଡାର ଖୋଲିବାର ପ୍ରାୟ ୨ ଘଣ୍ଟା ପରେ ଭିତର ରତ୍ନଭଣ୍ଡାର ତାଲା କଟା ଯାଇ ଖୋଲାଯାଇଥିଲା। ଚାବିରେ ନ ଖୋଲିବାରୁ କଟରରେ କଟା ଯାଇଥିଲା। ଭିତର ରତ୍ନଭଣ୍ଡାରର ଅଳଙ୍କାର କେବଳ ଦେଖାଯାଇଛି। କିନ୍ତୁ କ’ଣ ରହିଛି, ସେନେଇ ଜଣାପଡ଼ି ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

H4. ରତ୍ନ ଭଣ୍ଡାର ଖୋଲିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ମହତ ଉଦ୍ଦେଶ୍ୟ ନେଇ ଠିକ୍ ୧ଟା ୨୮ ମିନିଟରେ ଖୋଲାଗଲା ବହୁ ପ୍ରତୀକ୍ଷିତ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ବାହାର ରତ୍ନଭଣ୍ଡାରକୁ ଖୋଲାଯାଇଛି। ଏବେ ରତ୍ନଭଣ୍ଡାର ମଧ୍ୟରେ ୧୧ଜଣିଆ ସଦସ୍ୟ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।ଜୟ ଜଗନ୍ନାଥ ହେ ମହାପ୍ରଭୁ! ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍‌ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ। ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା। ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା। ଏ ମହାନ୍ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ। ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ, ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ ବୋଲି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।

H5. ମୋଦିଙ୍କ ଫଲୋୟର୍ସଙ୍କ ସଂଖ୍ୟା ୧୦୦ ନିୟୁତ ଛୁଇଁଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରେକର୍ଡ କରିଛନ୍ତି। ଆଜି ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ୧୦୦ ମିଲୟନ ବା ୧୦ କୋଟି ଛୁଇଁଛି। ସାମ୍ବିଧାନିକ ପଦରେ ଥିବା ବିଶ୍ୱରେ କୌଣସି ନେତାଙ୍କୁ ଏକ୍ସରେ ଏତେ ସଂଖ୍ୟକ ଲୋକ ଅନୁସରଣ କରିବା ପ୍ରଥମ ଘଟଣା। ଏହାର ଅର୍ଥ ମୋଦି ଏବେ ଅଧିକ ଫଲୋୟର୍ସ ରହିଥିବା ଗ୍ଲୋବାଲ ଲିଡର ହୋଇଯାଇଛନ୍ତି। ତେବେ ବିଶ୍ୱ ରାଜନେତାଙ୍କ ସର୍ବାଧିକ ଅନୁସରଣକାରୀ ତାଲିକାରେ ମୋଦି ୨ ନଂରେ ରହିଛନ୍ତି। ତାଙ୍କ ଠାରୁ ଅଧିକ ଲୋକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଅନୁସରଣ କରୁଛନ୍ତି।

H6. ବିଏସକେୱାଇରୁ ବାଦ ପଡ଼ିଲା ହସ୍‌ପିଟାଲ ‘ତ୍ରିଶା’
ରାଜ୍ୟ ସରକାର ତ୍ରିଶା ହସ୍ପିଟାଲକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରୁ ବାଦ ଦେଇଛନ୍ତି। ଗତକାଲି ଏହି ମେଡିକାଲରେ ନିଆଁ ଲାଗି ଜଣେ ଶିଶୁର ମୃତ୍ୟୁ ହେବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଗ୍ନି ନିରାପତ୍ତା ନିୟମ ମାନି ନଥିବା ଦର୍ଶାଇ ରାଜ୍ୟ ସରକାର ତ୍ରିଶା ହସ୍ପିଟାଲକୁ ବିଏସକେୱାଇରୁ ବାଦ ଦେଇଛନ୍ତି। ସେପଟେ ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗର ତଦନ୍ତ ସରିନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

H7. ପୂଜାଙ୍କ ଗାଡ଼ି ଜବତ କଲା ପୁନେ ପୁଲିସ
ବିବାଦୀୟ ଆଇଏଏସ୍‍ ଟ୍ରେନି  ଅଧିକାରୀ ପୂଜା ଖେଦକରଙ୍କ ସୌଖିନ ଅଡି କାର୍‍କୁ ପୁନେ ପୁଲିସ ଜବତ କରିଛି। ଏହି ଗାଡ଼ିରେ ସେ ନାଲି ଓ ନୀଳବତୀ ଲଗାଇଥିବା ଅଭିଯୋଗ ହୋଇଥିଲା। ନିଜ ପାଇଁ ସ୍ୱାଚ୍ଛାନ୍ଦ୍ୟୃ, ବ୍ୟକ୍ତିଗତ ସହାୟକ ଓ ସୁବିଧା ମାଗି ସେ ଚର୍ଚ୍ଚାକୁ ଆସିଥିଲେ। ପୁଲିସ ପକ୍ଷରୁ ତାଙ୍କୁ ଦିଆଯାଇଥିବା ବନ୍ଧୁକ ଲାଇସେନ୍ସ ବାବଦରେ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। 

H8. ମଣିପୁରରେ ଉତ୍ତେଜନା
ପୁଣିଥରେ ମଣିପୁରରେ ଉତ୍ତେଜନା ଓ ହିଂସା ସାମ୍ନାକୁ ଆସିଛି। ଉଗ୍ରବାଦୀ ଗୋଷ୍ଠୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ସିଆରପିଏଫ୍‍ ଯବାନଙ୍କ ମୃତ୍ୟୁ ହୋଇଛି। ଜିବରାମ ଜିଲ୍ଲାରେ କୁକି ଉଗ୍ରବାଦୀଙ୍କ ସହ ଗୁଳି ବିନିମୟରେ ତାଙ୍କ ମ୍ୟତ୍ୟୁ ହୋଇଥିବା ଜଣାପଡ଼ିଛି।

H9. ବିରଳ ରେକର୍ଡର ଅଧିକାରୀ ହେଲେ ଯଶସ୍ୱୀ
ଭାରତର ବ୍ୟାଟସମ୍ୟାନ ଯଶସ୍ୱୀ ଜୟସ୍ୱାଲ ଗୋଟିଏ ବଲରେ ୧୩ ରନ ମାରି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ସେପଟେ ଏଭଳି କରିବାରେ ବିଶ୍ୱର ଏକମାତ୍ର ଖେଳାଳି ହୋଇ ପାରିଛନ୍ତି ଜୟସ୍ୱାଲ। ଟିମ ଇଣ୍ଡିଆର ଏହି ଯୁବ ଖେଳାଳି ଯଶସ୍ୱୀ ଜୟସ୍ୱାଲ ନିଜ ନାଁରେ ଏହି ବିରଳ ରେକର୍ଡ କରିଛନ୍ତି। ସେ ଟି୨୦ ମ୍ୟାଚରେ ଏଭଳି କରିବାରେ ଏକମାତ୍ର ବ୍ୟାଟସମ୍ୟାନ ହୋଇପାରିଛନ୍ତି। ଟସ ଜିତି ଜିମ୍ବାୱେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ଜିମ୍ବାୱେ ଅଧିନାୟକ ସିକନ୍ଦର ରଜା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ହିଁ ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିଲେ। ରଜା ପ୍ରଥମ ବଲ ନୋ ବଲ କରିଥିଲେ। ନୋ ବଲରେ ଯଶାସଭି ଗୋଟିଏ ଛକା ମାରିଥିଲେ। ଫଳରେ ବିନା କୌଣସି ବଲରେ ଯଶସ୍ୱୀ ୭ ରନ କରିଥିଲେ। ପରବର୍ତ୍ତୀ ବଲ ଫ୍ରି ହିଟ ରହିଥିବା ବେଳେ ସେ ପୁଣି ଆଉ ଗୋଟିଏ ଛକା ମାରିଥିଲେ। ଏହା ସହ ଯଶସ୍ୱୀ ଗୋଟିଏ ବଲରେ ୧୩ ରନ୍ ସଂଗ୍ରହ କରିଥିଲେ।

H10. ସିରିଜ ଜିତିଲା ଭାରତ
ଶୁବମନ ଗିଲଙ୍କ ନେତୃତ୍ୱରେ ପ୍ରଥମଥର ଟି-୨୦ ସିରିଜ୍‌ କବଜା କରିଛି ଭାରତୀୟ ଟିମ। ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜକୁ ଟିମ ଇଣ୍ଡିଆ ୪-୧ରେ ଜିତି ନେଇଛି। ଆଜି ଶେଷ ମ୍ୟାଚ୍‌କୁ ମଧ୍ୟ ଦଳ ୪୨ରେ ବାଜିମାତ କରିଛି। ଏଥିସହ ଟି-୨୦ କ୍ରିକେଟରେ ବିଶ୍ୱ ବିଜେତା ଭାରତ ନିଜ ଦବଦବା ଅକ୍ଷୁଣ୍ଣ ରଖିବାକୁ ସକ୍ଷମ ହୋଇଛି।
ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୭ ରନ କରିଥିଲା। ଦଳ ପାଇଁ ସଞ୍ଜୁ ସାମସନ ସର୍ବାଧିକ ୫୮ ରନର ଇନିଂସ ଖେଳିଥିଲେ। ୧୬୮ ରନର ପିଛା କରୁଥିବା ଘରୋଇ ଟିମ ଜିମ୍ବାୱେ ମୁକେଶ କୁମାରଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ୧୨୫ ରନରେ ଅଲଆଉଟ ହୋଇଯାଇଛି।

Read More
{}{}