Hindi News >>Home >>Top 10 News

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Advertisement
Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Stop
Prabhudatta Moharana|Updated: Jul 25, 2024, 09:37 AM IST

H1. ଆଜି ରାଜ୍ୟ ବଜେଟ
ଆଜି ବିଧାନସଭାରେ ରାଜ୍ୟ ବଜେଟ୍‍ ଉପସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାଧାରଣ ବଜେଟ୍‍ ଓ କୃଷି ବଜେଟ୍‍କୁ ବିଧାନସଭାରେ ରଖିବା କାର୍ଯ୍ୟକ୍ରମ ରହିଛି। ପରମ୍ପରା ଅନୁସାରେ ଏହା ଅପରାହ୍ଣରେ ଉପସ୍ଥାପନ ହୋଇପାରେ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ପକ୍ଷରୁ ବଜେଟ୍‍ ଉପସ୍ଥାପନ ହେବ। ଏହି ବଜେଟ୍‍ରେ ବିଜେପି ଦେଇଥିବା ନିର୍ବାଚନ ପ୍ରତିଶୃତି ପୂରଣ ହେବା ସମ୍ଭାବନା ରହିଛି। ବଜେଟ୍‍ ଘୋଷଣା ପରେ ରାଜ୍ୟର ବିକାଶ ଇଞ୍ଜିନ୍‍ ତଥା ଆସନ୍ତା ୫ ବର୍ଷ ପାଇଁ ରାଜ୍ୟ ପ୍ରଶାସନର ଆଭିମୁଖ୍ୟ  ସ୍ପଷ୍ଟ ହେବ। 

H2. ଓଡ଼ିଶାକୁ ମିଳିଛି ୧୦,୫୮୬ କୋଟି ରେଳବାଇ ବଜେଟ
ରେଳ ବଜେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାକୁ ରେକର୍ଡ ପରିମାଣର ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ୨୦୨୨, ୨୦୨୩ ଓ ୨୦୨୪ର ଅନୁଦାନକୁ ଦେଖିଲେ ଓଡ଼ିଶାକୁ ଚାରି ବର୍ଷରେ ହାରାହାରି ୧୦ ହଜାର କୋଟି ଟଙ୍କା ମିଳିଛି। ୟୁପିଏ ସରକାର ସମୟରେ ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ମିଳୁଥିଲା। ସେହି ତୁଳନାରେ ଚଳିତ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ରେ ପ୍ରାୟ ସାଢ଼େ ୧୨ ଗୁଣ ଅଧିକ ଅର୍ଥ ବରାଦ କରାଯାଇଥିବା ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦାବି କରିଛନ୍ତି। 

H3. ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା
ଟ୍ରେନରେ କଟି ଜୀବନ ହାରିଲେ ୱେବ ସାମ୍ବାଦିକା। ତାଙ୍କ ନା ମଧୁମିତା ପରିଡା ବୋଲି ଜଣାପଡିଛି। ପାରିବାରିକ କଳହରୁ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ସୂଚନା। ବାପୁଜୀନଗର ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ଘଟଣା ସ୍ଥଳରେ GRP ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି। ସେପଟେ ସାମ୍ବାଦିକ ମଧୁସ୍ମିତା ପରିଡ଼ା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଏହା ଉପରୁ ହଟିନାହିଁ ପରଦା। ମଧୁସ୍ମିତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ତାଙ୍କ ପରିବାର ଲୋକେ ଏହା ମାନିବାକୁ ନାରାଜ। ସ୍ୱାମୀ ଓ ଦେଢ଼ଶୁର ମିଶି ମଧୁସ୍ମିତାଙ୍କୁ ହତ୍ୟା କରିଥିବା ତାଙ୍କ ବାପା ଓ ଭଉଣୀ ଅଭିଯୋଗ ଆଣିଛନ୍ତି। 

H4. ଭବାନୀ ଶଙ୍କର ଭୋଇ ହେଲେ ଉପବାଚସ୍ପତି
ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ଭାବେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି। ତଳସରାରୁ ସେ ବିଧାନସଭାକୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ତାଙ୍କର ନାମକୁ ଗୃହରେ ଆଜି ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଶାସକ ଦଳ ସମେତ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସର ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଛନ୍ତି। 

H5. ଟମାଟୋ ପରେ ଆଳୁ ଓ ପିଆଜ ଦର ଆକାଶଛୁଆଁ
କଞ୍ଚା ପରିବା ଦର ବୃଦ୍ଧି ପରେ,ଲୋକେ ଆଳୁ ଓ ପିଆଜ ଉପରେ ନିର୍ଭର କରୁଥିଲେ। କିନ୍ତୁ ଆଳୁ ଓ ପିଆଜ ଦର ବି ବୃଦ୍ଧି ପାଇଛି।  ରାଜ୍ୟର ଅଧିକାଂଶ ବଜାରରେ କଞ୍ଚା ପରିବା ଦର କିଲୋ ପିଛା ୮୦ ଟଙ୍କା ଡେଇଁଛି।  ଆଳୁ କେଜି ୪୦ ଓ ପିଆଜ କେଜି ୪୫ ଡେଇଁଲାଣି। ବାଇଗଣ କିଲୋ ୧୦୦ ଥିବା ବେଳେ ପୋଟଳ ୮୦, କ୍ୟାପସିକମ୍ ୯୦, କଲରା ୧୦୦ , କାଙ୍କଡ଼ ୮୦ ଟଙ୍କା ଟପିଲାଣୀ। ଝୁଡୁଙ୍ଗ ୧୨୦ ଓ ଟମାଟୋ ୧୨୦ ଟଙ୍କା ରହିଛି।

H6. ୪ ଦିନ ଯାଏଁ ପୁଣି ବର୍ଷିବ
ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି । କିଛି ସ୍ଥାନରେ ଅତ୍ୟଧିକ ବର୍ଷା ଯୋଗୁ ସ୍ଥିତି ଖରାପ ହୋଇଯାଇଛି । ଗୁରୁବାର ମଧ୍ୟ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚିଳିକ ପାଣିପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁଯାୟୀ ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, ନୂଆପଡା ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

H7. ୧୭ ରାଜ୍ୟ ଭିତରେ ଓଡ଼ିଶା ଷଷ୍ଠ
୨୦୨୩-୨୪ରେ ଓଡ଼ିଶାର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ। ୨୦୨୨-୨୩ରେ ଏହା ୭.୯ ପ୍ରତିଶତ ଥିଲା। ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁ ଏହା ସମ୍ଭବ ହୋଇଛି। ୨୪ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଗଠିତ ବିଜେପି ସରକାରଙ୍କ ପକ୍ଷରୁ ଆଜି ପ୍ରକାଶିତ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ଅର୍ଥନୀତି ଆଗକୁ ବଢ଼ିବା ଫଳରେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ବଢ଼ି ୨୦୨୩-୨୪ରେ ୧,୬୧,୪୩୭ ଟଙ୍କାରେ ପହଞ୍ଚିଛି। ତେବେ ଦେଶର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ରହିଛି। ତେଣୁ ଜାତୀୟ ସ୍ତର ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ ୧୨.୪ ପ୍ରତିଶତ କମ୍ ରହିଛି। ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ବାର୍ଷିକ ୧୨.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ୧୭ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୨୦୨୨-୨୩ରେ ଏକାଦଶ ସ୍ଥାନ‌ରେ ରହିଛି। ନାଗରିକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ଏବଂ ବିକଶିତ ଭାରତର ଲକ୍ଷ୍ୟ ସାଧନ ପାଇଁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ରାଜ୍ୟ ଏହାର ବିକାଶମୂଳକ ଏବଂ ଅଭିବୃଦ୍ଧି ପ୍ରୟାସକୁ ତ୍ବରାନ୍ବିତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

H8. କିଶୋରୀଙ୍କୁ ଶିକ୍ଷା ଦେବ ଜିଲ୍ଲା ପ୍ରଶାସନ
ଦୈନନ୍ଦିନ ଜୀବନରେ ଆବଶ୍ୟକ ପଡ଼ୁଥିବା ଅତ୍ୟାବଶ୍ୟକ ସାଧାରଣ ସେବା ବାବଦରେ ପରିଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏଣିକି କିଶୋରୀମାନଙ୍କୁ ବୁଝାଇବ। ଏହିଭଳି ଅନୁଷ୍ଠାନଗୁଡ଼ିକୁ ବୁଲାଇ ନେଇ ସେମାନଙ୍କ କାର୍ଯ୍ୟ ଶୈଳୀ ବାବଦରେ ମଧ୍ୟ ଜଣାଇବ। ଏମିତି ଏକ ନିଷ୍ପତ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ନିଆଯାଇଛି। ଏହାକୁ ରୂପାନ୍ତରୀତ କରିବା ଲାଗି ପ୍ରତି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛି ବିଭାଗ।  ଅଦ୍ୱିକା ମିଶନ ସହଯୋଗରେ ଏହି କ୍ଷେତ୍ର ପରିଦର୍ଶନ ପରିଚାଳନା କରାଯିବ। ନିର୍ଦ୍ଧାରଣ ଅନୁସାରେ ଜିଲ୍ଲାରୁ ବଛା ହୋଇଥିବା କିଛି କିଶୋରୀଙ୍କୁ ଏହି ସାଧାରଣ ଜନସେବା ସଂସ୍ଥାନକୁ ବୁଲାଇବାକୁ ନିଆଯିବ। ଏହି ସାଧାରଣ ଜନସେବା ସଂସ୍ଥାନ ଭିତରେ  ନିକଟସ୍ଥ  ହସ୍‍ପିଟାଲ, ପୁଲିସ ଥାନା, ବ୍ୟାଙ୍କ, ପୋଷ୍ଟ ଅଫିସ ପ୍ରଭୃତି ଅନ୍ତର୍ଭୁକ୍ତ। ଏହିସବୁ ପ୍ରତିଷ୍ଠାନରେ ସେବା ପରିଚାଳନା ହୋଇଥାଏ, ଲୋକେ କିପରି ଏଠାରୁ ସେବା ଗ୍ରହଣ କରିଥାଆନ୍ତି ସେ ବିଷୟରେ ତାଙ୍କୁ ସମ୍ପୃକ୍ତ ଅଧିକାରୀମାନେ କହିବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ।

H9. ଭୟଙ୍କର ଭୂତଳ ହାଇଡ୍ରୋ ଥର୍ମାଲ ପ୍ଲାଣ୍ଟ ବିସ୍ଫୋରଣ
ଆମେରିକା ୟେଲୋଷ୍ଟୋନ ନ୍ୟାସନାଲ ପାର୍କରେ ଘଟିଛି ବିରାଟ ବିସ୍ଫୋରଣ । ଏହି ନ୍ୟାସନାଲ ପାର୍କର ବିସ୍କୁଟ ବେସିନ ଅଞ୍ଚଳରେ ଗତକାଲି ଭୂତଳ ହାଇଡ୍ରୋ ଥର୍ମାଲ ବିସ୍ଫୋରଣ ଦେଖିବାକୁ ମିଳିଥିଲା ଏହାର ପ୍ରକୋପ କେତେ ଭୟଙ୍କର ରହିଥିଲା ତାହା ସୋସିଅ।।ଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରୁ ଜଣା ପଡୁଛି । ପ୍ରଚଣ୍ଡ କଳା ଧୂଆଁ ଓ ଧୂଳି ସହ ବିସ୍ଫୋରଣ ହେବା ପରେ ଆଖ ପାଖରେ ବୁଲୁଥିବା ଲୋକ ଚମକି ପଡି ଏପଟ ସେପଟ ଦୌଡିବାକୁ ଲାଗିଥିଲେ।

H10. ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ପୁନଃନିର୍ବାଚିତ ସଦସ୍ୟ ହେଲେ ନିତା ଅମ୍ବାନୀ
ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ଆଇଓସିର ସଦସ୍ୟ ଭାବରେ ନୀତା ଅମ୍ବାନୀ ସର୍ବସମ୍ମତି କ୍ରମେ ପୁନଃ ନିର୍ବାଚିତ ହୋଇଛନ୍ତି। ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଓ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ରହିଥିଲା। ୨୦୧୬ ରେ ରିଓ ଡି ଜେନେରିଓ ଅଲିମ୍ପିକ୍ ଗେମ୍ସରେ ନୀତା ଅମ୍ବାନୀ ପ୍ରଥମ ଥର ପାଇଁ IOC ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ସେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଅଟନ୍ତି।

Read More
{}{}