Hindi News >>Home >>Top 10 News

Top 10 News Today: ଆଜି ଆସିପାରେ ଏସଓପି, କାଲି ଘୋଲିବ ରତ୍ନଭଣ୍ଡାର ଏବଂ ଅନ୍ୟ ମୁଖ୍ୟ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Advertisement
Top 10 News Today: ଆଜି ଆସିପାରେ ଏସଓପି, କାଲି ଘୋଲିବ ରତ୍ନଭଣ୍ଡାର ଏବଂ ଅନ୍ୟ ମୁଖ୍ୟ ଖବର
Stop
Prabhudatta Moharana|Updated: Jul 13, 2024, 04:33 PM IST

H1. ଆଜି ଆସିବ ଏସଓପି
ଆଜି ଆସିବ ଏସ୍‍ଓପି, କାଲି ଖୋଲିବ ରତ୍ନ ଭଣ୍ଡାର।  ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିଙ୍କ ସୁପାରିସ ଅନୁସାରେ ଆସନ୍ତା କାଲି ରତ୍ନ ଭଣ୍ଡାର ଖୋଲିବା ଲାଗି ସରକାର ପଅସ୍ତୁତି ଚଳାଇଛନ୍ତି। ବିଭାଗୀୟ ମନ୍ତ୍ରୀ ମଧ୍ୟ ଏନେଇ ସବୁଜ ସଙ୍କେତ ଦେଇଛନ୍ତି। ତେବେ କେମିତି ଖୋଲାଯିବ ଏବଂ କିଏ ଖୋଲିବ ତଥା ରତ୍ନ ଭଣ୍ଡାର ଖୋଲିବା ସମୟରେ ଆସୁଥିବା ବାଧା ବିଘ୍ନକୁ କେମିତି ମୁକାବିଲା କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ସରକାର ବିଚା ବିମର୍ଷ ଚଳାଇଛନ୍ତି। ଆଇନ ବିଭାଗ ଶ୍ରୀମନ୍ଦିର ରୀତି ନୀତିକୁ ଯାଞ୍ଚ କରୁଛି ଏବଂ ଆଜି ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଇଛି। 

H2. ନୀଳମଣି ରାଉତରାୟଙ୍କ ଅମଳରେ ଖୋଲିଥିଲା ଭଣ୍ଡାରଗୃହ
ଶେଷଥର ପାଇଁ ୧୯୭୮ ମସିହାରେ ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା। ସେତେବେଳେ ରତ୍ନ ଓ ଅଳଙ୍କାର ଗଣତି ମଣତି ଲାଗି ୭୧ ଦିନ ସମୟ ଲାଗିଥିଲା।  ସରକାରଙ୍କୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ସେତେବେଳେ ୩୬୭ ପ୍ରକାରର ସୁନା ଅଳଙ୍କାର ରହିଛି ଯାହାର ଓଜନ ୪୩୬୪ ଭରି ହେବ। 

H3. ବିସ୍ଫୋରକ ବୟାନ ଦେଲେ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ
ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ତାଳଧ୍ୱଜ ରଥରୁ ବଡ଼ଠାକୁର ବଳଭଦ୍ର ହାମୁଡେଇ ପଡ଼ିବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର। ସେ କହିଛନ୍ତି, ନୀତିକାନ୍ତିରେ ଭୁଲ ହୋଇଛି। ବଡ଼ ଠାକୁରଙ୍କ ପାଖରେ ଯେଭଳି ଭୋଗ ହେବା କଥା ହୋଇନାହିଁ। ଗୋଟିଏ ଭୋଗରେ ଦୁଇଟି ଯାତ୍ରା ହୋଇଛି। ଗୁଣ୍ଡିଚା ଯାତ୍ରା ଦିନ ଭୋଗ ହେଲାନାହିଁ। ତେଣୁ ବଡ଼ ଠାକୁର ରଥ ଉପରକୁ ଉପାସରେ ଗଲେ। ଏଥିପାଇଁ ଏହି ଅଘଟଣ ଘଟିଥାଇପାରେ। 

H4. କାଲି ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ଆସନ୍ତାକାଲି ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ବାହୁଡ଼ା ଯାତ୍ରା ପ୍ରସ୍ତୁତି ଲାଗି ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବନ୍ଦ ରହିବ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ଏହି ସୂଚନା ଦେଇଛନ୍ତି। ନବ ଦିନାତ୍ମକ ଯାତ୍ରାରେ ରଥ ଚଢ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ବିଜେ କରିଛନ୍ତି କାଳିଆ ସାଆନ୍ତ। ଆଉ ଦିନକ ପରେ ଅର୍ଥାତ ସୋମବାର ବାହୁଡ଼ା ଯାତ୍ରାରେ ନୀଳକନ୍ଦର ଅଭିମୁଖେ ବାହୁଡ଼ିବେ ଶ୍ରୀଜିଉ। ଆଉ ଏଥିପାଇଁ ଗତକାଲିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି। 

H5. ଆଜି ବି ନୀତି ବିଳମ୍ୱ
ଆଜି ବି ବିଳମ୍ବରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନୀତିକାନ୍ତି। ମଙ୍ଗଳ ଆଳତି ଠାରୁ ଗୋପାଳ ବଲ୍ଲଭ ନୀତି ପର୍ଯ୍ୟନ୍ତ ସମସ୍ତ ନୀତି ବିଳମ୍ବରେ ଅନୁଷ୍ଠିତ ହୋଇଛି। ନୀତି ବିଳମ୍ବ ଯୋଗୁଁ ଦର୍ଶନରେ ବିଳମ୍ବ ଘଟିଛି। ସେଥିପାଇଁ ଭିଡ ମଧ୍ୟ ବଢିଛି। ଏପରିକି ଗୁଣ୍ଡିଚା ମନ୍ଦିର ବାହାରୁ ବଳଗଣ୍ଡି ଛକ ଯାଏଁ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଆଜି ମଧ୍ୟ ବିଳମ୍ବରେ ମହାପ୍ରସାଦ ବାହାରିପାରେ ବୋଲି କୁହାଯାଉଛି।

H6. ରାଜ୍ୟପାଳଙ୍କ ପୁଅ ବିରୋଧରେ ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ
ରାଜଭବନ ଆଗରେ ବିକ୍ଷୋଭ କରୁଛି କଂଗ୍ରେସ । ଯୁବ ଓ ଛାତ୍ର କଂଗ୍ରେସ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ଆରମ୍ଭ କରିଛନ୍ତି। ଏହା ସହିତ ଏଭଳି ଘଟଣା ପାଇଁ ରାଜ୍ୟପାଳ ଇସ୍ତଫା ଦେବା ସହିତ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛି କଂଗ୍ରେସ। ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର, ରଥଯାତ୍ରା ସମୟରେ ରାଜ୍ୟପାଳ ପୁରୀ ରାଜଭବନରେ ଥିବା ସମୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର, ମାଡ଼ ମାରିଥିବା ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ।

H7. ଦକ୍ଷିଣମୋଡ଼ ହେବ ନନ୍ଦିଘୋଷ
ନନ୍ଦିଘୋଷ ହେବ ଦକ୍ଷିଣ ମୋଡ଼। ହେରା ପଞ୍ଚମୀ ଦିନ ପରମ୍ପରା ଅନୁସାରେ ଶ୍ରୀ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଗୁଣ୍ଡିଚା ଘର ଛାଡ଼ି ଶ୍ରୀମନ୍ଦିର ଫେରିବାକୁ ପ୍ରତିଶୃତି ଦେବା ପରେ ଆରମ୍ଭ ହୋଇଛି ଦକ୍ଷିଣ ମୋଡ଼ ନୀତି। ଏହି ନୀତିରେ ଗୁଣ୍ଡିଚା ମନ୍ଦିର ଆଡ଼କୁ ମୁହଁ କରି ରହିଥିବା ତିନି ରଥଙ୍କୁ ଶ୍ରୀମନ୍ଦିର ମୁହାଁ କରାଯାଇ ନାକଚଣା ଦ୍ୱାର ନିକଟକୁ ଅଣାଯାଏ। ଗତକାଲି ଦର୍ପଦଳନ ଏବଂ ତାଳଧ୍ୱଜ ରଥକୁ ଦକ୍ଷିଣ ମୋଡ଼ କରିଦିଆଯାଇଛି। ଆଜି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। 

H8. ଆସୁଛି ଦୁଇଟି ବଡ଼ ଲଘୁଚାପ
ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ। ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ। ସୂଚନା ଅନୁସାରେ, ଜୁଲାଇ ୧୫ ତାରିଖ ସୁଦ୍ଧା ପଶ୍ଚିମ ବଙ୍ଗୋପସାଗରରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ। ପ୍ରଭାବରେ କାଲିଠାରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ୧୫ ଓ ୧୬ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୁତି ବୃଦ୍ଧି ପାଇବ। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

H9. ମମତାଙ୍କ କ୍ଲିନ୍ ସ୍ବିପ୍: ଉପ-ନିର୍ବାଚନରେ ​​ଟିଏମସି ସମସ୍ତ ଆସନ ଜିତିଲା
ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶାସକ ଟିଏମସି ଉପରେ ପଶ୍ଚିମବଙ୍ଗର ଲୋକମାନେ ପୁଣି ଥରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ରାଜ୍ୟର ଚାରିଟି ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନରେ ​​ଦଳ ବିରୋଧୀ ଦଳକୁ ପରାଜିତ କରି କ୍ଲିନ୍ ସ୍ବିପ୍ କରିଛି। ସୂଚନାଯୋଗ୍ୟ, ରାଜ୍ୟର ରାଇଗଞ୍ଜ, ବାଗଡା, ରାଣାଘାଟ ଏବଂ ମାଣିକତଲା ଆଦି ଚାରୋଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଟିଏମସି ପ୍ରାର୍ଥୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି।

H10. ଆଜି ଭାରତ- ଜିମ୍ବାୱେ ଚତୁର୍ଥ ଟି-୨୦
ଆଜି ଖେଳାଯିବ ଭାରତ-ଜିମ୍ବାୱେ ଚତୁର୍ଥ ଟି-୨୦। ୫ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି ଭାରତୀୟ ଟିମ୍। ଆଜିର ମ୍ୟାଚ ଜିତି ଟିମ୍ ଇଣ୍ଡିଆ ସିରିଜ୍ ବିଜୟ ନେଇ ଲକ୍ଷ୍ୟ ରଖିଛି। ସେପଟେ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ସିରିଜ ବରାବର କରିବା ଲକ୍ଷରେ ରହିଛି ଜିମ୍ବାୱେ ଟିମ୍। ପ୍ରଥମ ମ୍ୟାଚରେ ଭାରତ ପରାଜୟ ଭୋଗିଥିବା ବେଳେ ପରବର୍ତ୍ତୀ ୨ଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି। 

Read More
{}{}