Hindi News >>Home >>Top 10 News

Top 10 News Today: ତାଳଚେର ଆଜି ସବୁଠାରୁ ଉତ୍ତପ୍ତ ସହର, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 1st May 2024: ତାଳଚେର ଆଜି ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଚିତ ହୋଇଛି। ଏଠାରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।    

Advertisement
Top 10 News Today Headlines of Odisha and India 1st May 2024
Stop
Zee Odisha Desk|Updated: May 01, 2024, 09:57 PM IST
Top 10 News Today | 01 May 2024| Evening: H1. ଚନ୍ଦ୍ରପୃଷ୍ଠରେ ପାଣିତ ରହିଛି ବରଫ। ପୁଣି ତାହାକୁ ସହଜରେ ଖନନ କରାଯାଇପାରିବ। ଯାହା ଭବିଷ୍ୟତରେ ମାନବ ବସତି ସୃଷ୍ଟି ଲାଗି ସହାୟକ ହେବ ବୋଲି ଇସ୍ରୋ ଏବଂ ଆନ୍ତର୍ଜାତିକ ବିଜ୍ଞାନୀଙ୍କ ଗବେଷଣାରୁ ସ୍ପଷ୍ଟ ହୋଇଛି। ଚନ୍ଦ୍ର ପୃଷ୍ଠର କିଛି ମିଟର ତଳେ ବରଫ ଓ ପାଣି ରହିଥିବା ଆଇଏସ୍‍ପିଆରଏସ୍‍ ଜର୍ଣ୍ଣାଲରେ ପ୍ରକାଶ ପାଇଛି। 
 
H2. ଆଜିଠାରୁ କଳାହାଣ୍ଡି ଜିଲ୍ଲାର ଯାଦବ ସମ୍ପ୍ରଦାୟଙ୍କ ଭୋଟ୍‍କୁ ଅକ୍ତିଆର କରିବା ଲାଗି ପୂର୍ବତନ ଯାଦବ ମହାସଭାର ସଭାପତି ତଥା ବିଜେପି ନେତା ଦୀନେଶ ଯାଦବ ଓଡ଼ିଶାରେ ଡେରା ପକାଇଛନ୍ତି। କଳେ ବଳେ କୌଶଳେ ଏଠାର ସବୁ ସମ୍ପ୍ରଦାୟଙ୍କ ଭୋଟ୍‍କୁ ଅକ୍ତିଆର କରି ନିଜର ସତ୍ତା ଜାହିର ରଖିବାକୁ ଚଜାହିଁଛି। ଯାହେତୁ ବିଜେଡି ଏଠାରୁ ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରି ଯାଦବ ଭୋଟ୍‍କୁ ନିଜ କବ୍‍ଜାକୁ ନେବ ବୋଲି  ଚିନ୍ତା କରିଥିଲା ତାହାକୁ ନିଜ ଆଡ଼କୁ ମୋଡ଼ିବା ଲାଗି  ବିଜେପି ରାଷ୍ଟ୍ରୀୟସ୍ତରରେ ଏହି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।
 
H3. ଏପ୍ରିଲ୍‍ ମାସରେ ଓଡ଼ିଶା ଦେଶର ସବୁଠାରୁ ଗରମ ରାଜ୍ୟ ଭାବେ ପରିଗଣିତ ହୋଇଛି। ଏହି ମାସରେ ରାଜ୍ୟରେ ୧୮ ଦିନ ହିଟ୍‍ ଓ୍ୱେଭ ପ୍ରବାହିତ ହୋଇଛି। ଓଡ଼ିଶା ତଳକୁ ରହିଛି ପଶ୍ଚିମବଙ୍ଗ। ସମୁଦ୍ରରୁ ବାୟୁ  ଚଳାଚଳ ନହେବା ଏବଂ ସ୍ଥଳ ଭାଗରୁ ଗରମ ପବନ ପ୍ରବାହିତ ହେବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ୨୦୦୯ ମସିହାରୁ ୨୦୨୪ ଯାଏ ପରିସଂଖ୍ୟାନକୁ ଦେଖିଲେ, ୨୦୨୪ ପୂର୍ବରୁ ୨୦୧୯ରେ ସର୍ବାଧିକ ୨୩ଦିନ ହିଟ୍‍ଓ୍ୱେଭ୍‍ ପ୍ରବାହିତ ହୋଇଥିବା ବେଳେ ୨୦୧୬ ମସିହାରେ ୨୧ଥର ହିଟ୍‍ ଓ୍ୱେଭ୍‍ ପ୍ରବାହିତ ହୋଇଥିଲା। ଆସନ୍ତା ମେ ମାସରେ ମଧ୍ୟ ୫ରୁ ୭ ଦିନ ହିଓ୍ୱଟ୍‍ଓ୍ୱେଭ୍‍ ପ୍ରବାହିତ ହୋଇପାରେ ବୋଲି ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
 
H4. ନିର୍ବାଚନ ରାଜନୀତିରେ ଘିଅ ଢାଳିବାକୁ ଯାଇ ଭୁବନେଶ୍ୱର ସାଂସଦ ଆଜି ବିଜୁ ଜନତା ଦଳ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ଦଳ ନିର୍ବାଚନର ଦୁଇ ତିନିଦିନ ପୂର୍ବରୁ ‘ଅନ୍ଧାରୀ ବିଜେ’ ନୀତି ଆପଣାଇଥାଏ ଏବଂ ଏଥିରେ ଲୋକଙ୍କୁ ଭୋଟ ଦେବା ଲାଗି ଟଙ୍କା ବାଣ୍ଟେ ବୋଲି କହିଛନ୍ତି ଅପରାଜିତା। ତାଙ୍କ ପାଖରେ ଏହାର ପ୍ରମାଣ ରହିଛି ବୋଲି ଦାବି କରିଛନ୍ତି ସେ। ଖାଲି ସେତିକି ନୁହେଁ ଏଠାରେ ଜଣେ ସାନବାବୁ ବଡ଼ବାବୁ ହେବା ଲାଗି ମଞ୍ଚ ଉପରେ ଓଡ଼ିଆ ନେତାଙ୍କୁ ସୁଯୋଗ ଦେଉ ନାହାନ୍ତି ବୋଲି କହିଛନ୍ତି ଅପରାଜିତା। 
 
H5. ଅପରାଜିତାଙ୍କୁ ଜବାବ ଦେଇଛନ୍ତି ଭୁବନେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ। ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଟକାଇବାକୁ ଷଡଯନ୍ତ୍ର କରିବା ପଛର ପ୍ରମୁଖ ଅପରାଜିତା ବୋଲି ସେ କହିଛନ୍ତି। ଗତ ୫ ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କଣ କରିଛନ୍ତି ବୋଲି ବି ଜବାବ ମାଗିଛନ୍ତି ମନ୍ମଥ । ଅପରାଜିତାଙ୍କ ଭଳି ବିକାଶ ବିରୋଧୀ ରାଜନେତା କେବଳ ହାଇଭୋଲଟେଜ ଡ୍ରାମା କରି ଫଟୋ ଉଠାଇବା ଛାଡିଦେଲେ ଆଉ କିଛି ବି କରିନାହାନ୍ତି ବୋଲି ସେ କହିଛନ୍ତି ।
 
H6. କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ବିଜେଡିର ଦ୍ୱିତୀୟ ପ୍ରଭାବଶାଳୀ ନେତା ଭିକେ ପାଣ୍ଡିଆନ୍‍ ପ୍ରଚାର କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍‍ ଦେବା ଲାଗି ଅନୁରୋଧ କରିବା ସହ ଶ୍ରୀ ପାଣ୍ଡିଆନ୍‍ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭତ୍ତା ପ୍ରସଙ୍ଗରେ ସେ କହିଛନ୍ତି ନବୀନ ବାବୁ ୧୦୦୦ ଟଙ୍କା ଭତ୍ତା ଦେଉଥିବାବେଳେ କେନ୍ଦ୍ର ସରକାର ୩୦୦ ଟଙ୍କା ଦେଉଛନ୍ତି। ଛତ୍ରପୁରଠାରେ ଶ୍ରୀ ପାଣ୍ଡିଆନ୍‍ କହିଛନ୍ତି ଯେ, ବିେରାଧୀ ଥରେ କ୍ଷମତାକୁ ଆସିଲେ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବେ। 
 
H7. ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରର ଏକ ବିମାନ। ଟେକ୍‍ଅଫ୍‍ କରିବାର କିଛି ସମୟରେ ଏହା ଅବତରଣ କରିଛି। ହଠାତ୍‍ କୁଆପଥର ମାଡ଼ ଯୋଗୁ ଏହାର ଓ୍ୱିଣ୍ଡ୍‍ସିଲ୍‍ଡ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ଏହା ଦିଲ୍ଲୀ ଅଭିମୁଖେ ଯାଉଥିଲା ଏହି ବିମାନ। ଏହି ବିମାନରେ ୧୭୦ ଯାତ୍ରୀ ଥିଲେ। ହେଲେ ସମସ୍ତ ସୁରକ୍ଷିତ ରହିଥିବା ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଅପରାହ୍ଣ ୧ଟା ୪୫ରେ ଉଡ଼ାଣ ଆରମ୍ଭ କରିଥିଲା। ୧୦ ମିନିଟ ପରେ ଏହା ପୁଣି ତଳକୁ ଓହ୍ଲାଇଥିଲା।  ଆଉ ଏକ ବିମାନରେ ଯାତ୍ରୀଙ୍କୁ ଦିଲ୍ଲୀ ନିଆଯିବ ଏବଂ ମରାମତି ପରେ ସମ୍ପୃକ୍ତ ବିମାନ ସ୍ୱଭାବିକ ଚଳାଚଳ କରିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। 
 
H8. ପାଗ ଖରାପ ଥିବାରୁ ଭୁବନେଶ୍ୱର ଆସୁଥିବା ଦୁଇଟି ବିମାନକୁ କୋଲକାତାଆଡ଼କୁ ପଠାଇ ଦିଆଯାଇଛି। ଦିଲ୍ଲୀ ଓ ମୁମ୍ବାଇରୁ ଏହି ଦୁଇ ଯାତ୍ରୀବାହୀ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବା ସ୍ଥିର ହୋଇଥିଲା।  ଦିଲ୍ଲୀରୁ ଏୟାର ଇଣ୍ଡିଆ  ଏବଂ ମୁମ୍ବାଇରୁ ଇଣ୍ଡିଗୋ ବିମାନ ଆସିଥିଲା। 
 
H9. ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବା ତଥା ଲକ୍ଷ୍ୟ ଭେଦକୁ ସହଜ କରିବା ଲାଗି ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଓଡ଼ିଶା ଉପକୂଳ ଅବ୍ଦୁଲ୍‍ କଲାମ୍‍ ଉତକ୍ଷେପଣ କେନ୍ଦ୍ରରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା। ସମୁଦ୍ର ମଧ୍ୟରେ ଯୁଦ୍ଧାସ୍ତ୍ରକୁ ଏହି ବ୍ୟବସ୍ଥା ଦ୍ୱାରା ଅଧିକ ଚତୁରତାର ସହ ନଷ୍ଟ କରିହେବ। ଏହା ଏକ ହାଲୁକା କ୍ଷେପଣାସ୍ତ୍ର ହୋଇଥିବାରୁ ଏହାକୁ ପରିବହନ କରିବା ସହଜସାଧ୍ୟ ବୋଲି ଡିଆରଡିଓ ସୂଚନା ଦେଇଛି।  
 
H10. ତାଳଚେର ଆଜି ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଚିତ ହୋଇଛି। ଏଠାରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ୧୫ ସହର ୪୩, ୨୮ ସହର ୪୦ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି।  ଆଜି ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ କାଳ ବୈଶାଖୀ ବର୍ଷା ହେତୁ ତାପମାତ୍ରା ହ୍ରାସ ପାଇଛି।
Read More
{}{}