Hindi News >>Home >>Top 10 News

Top 10 News Today: ରାଜ୍ୟ ତଥା ଦେଶର ୧୦ଟି ପ୍ରମୁଖ ଖବର

Top 10 News Today: ଚୁଟକୀରେ ପଢିନିଅନ୍ତୁ ୧୦ଟି ପ୍ରମୁଖ ଖବର

Advertisement
Top 10 News Today: ରାଜ୍ୟ ତଥା ଦେଶର ୧୦ଟି ପ୍ରମୁଖ ଖବର
Stop
Soubhagya Ranjan Mishra|Updated: Jun 14, 2024, 09:55 PM IST

Top 10 News Today

01-  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି । ଉକ୍ତ ବୈଠକରେ ରାଜ୍ୟର ସାମଗ୍ରୀକ ବିକାଶ, ସ୍ଥିତି ଓ ଆହ୍ୱାନ ସମ୍ପର୍କରେ ଆଲୋଚନା ହୋଇଛି । ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ନୂଆ ସରକାରଙ୍କ ସାମ୍ନାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ, କୃଷୀ ସଚିବ ଅରବନ୍ଦି ପାଢ଼ୀ, ଅର୍ଥ ସଚିବ ବିଶାଳ ଦେବ, ମତ୍ସ୍ୟ ଓ ପଶୁପାଳ ବିଭାଗ ସଚିବ ସୁରେଶ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ ।

02- ଭାରତର ପ୍ରତିରକ୍ଷା ବିଭାଗ ଆତ୍ମନିର୍ଭର ଦିଗରେ ଆଉ ପାଦେ ଆଗକୁ ଆଗେଇଛି। ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍‌‌ ‘ନାଗାସ୍ତ୍ର-୧’। ପ୍ରଥମ ପର୍ଯ୍ୟାୟରେ ସେନାକୁ ୧୨୦ଟି ଡ୍ରୋନ୍‌‌ ମିଳିଛି। ଏହି ଡ୍ରୋନ୍‌‌ ଜରିଆରେ ଶତ୍ରୁ ପକ୍ଷ ଉପରେ ଏୟାରଷ୍ଟ୍ରାଇକ୍‌‌ କରିବାକୁ ବେଶ ସହାୟକ ହେବ। ଏବେ ଏୟାର ଷ୍ଟ୍ରାଇକ୍‌‌ ପାଇଁ ଫାଇଟର୍ ଜେଟର ଆବଶ୍ୟକତା ଆଉ ପଡ଼ିବ ନାହିଁ।  ଏହି ଡ୍ରୋନ ସେନାର ବଳ ବଢାଇବାରେ ସହାୟକ ହେବ।

03- ଶେଷ ହୋଇଛି ଛତିଶା ନିଯୋଗ ବୈଠକ । ବୈଠକରେ ରାଜେନ୍ଦ୍ରଭିଷେକ ନୀତି ଠାରୁ ଦେବସ୍ନାନ ପୂର୍ଣ୍ଣିମା ନୀତି ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ କରାଯାଇଛି ସବିଶେଷ ଆଲୋଚନା । ସେହିପରି ଦେବସ୍ନାନ ପୂର୍ଣ୍ଣିମା ଦିନ ବ୍ୟବସ୍ତା ଭଳି ସମ୍ପର୍କରେ ଆଲୋଚନା ହୋଇଥିବାବେଳେ ମହାପ୍ରଭୁଙ୍କ ପହଣ୍ଡି ବିଜେ, ଜଳ ବିଜେ, ସ୍ନାନ ନୀତି, ବେଶ ଆଦି ଉପରେ ନୀତିକୁ ଅନୁମୋଦିତ କରାଯାଇଛି ।

04- ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବିଭିନ୍ନ ସମୟରେ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସାମ୍ନାକୁ ଆସୁଛି ଯାହାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଉଛି । ଆଜି ଶାହାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି । ସ୍ଥିତି ସମ୍ପର୍କରେ ଆଲୋଚନା ହେବା ନେଇ ଜୁନ ୧୬ରେ ଏକ ବୈଠକ ଡକାଯାଇଛି । ଉକ୍ତ ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଏବଂ ସେନାବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

05- କୋଲକାତାର ରାଜଡଙ୍ଗା ମେନ୍‌ ରୋଡରେ ଥିବା ଆକ୍ରୋପଲିସ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମଲରେ ଜନସାଧାରଣ ସପିଂ କରୁଥିବା ସମୟରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଥିବା ଖବର ଅଗ୍ନିଶମ କେନ୍ଦ୍ରରେ ପହଞ୍ଚିବା ପରେ ତୁରନ୍ତ ୧୦ଟି ଗାଡି ନିୟୋଜିତ କରାଯାଇ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଇଛି । ମଲର ପଞ୍ଚମ ମହଲାରେ ଥିବା ଫୁଡ କୋର୍ଟରେ ପ୍ରଥମେ ନିଆଁ ଲାଗିଥିଲା ଓ ପରେ ନିଆଁ ଅନ୍ୟତ୍ର ବ୍ୟାପିଯାଇଥିଲା ।

06- କଟକ ସଦର ଥାନା ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଏକ ପରିତ୍ୟକ୍ତ ଘରୁ ଜବତ ହୋଇଥିବା ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ ଘଟି ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଛି। ମୃତ ହାବିଲଦାର ହେଲେ କଟକ ସଦର ଥାନାର ପ୍ରଦୀପ ମଲ୍ଲିକ। ସେ ରିଜର୍ଭ ପୁଲିସରେ ଥିବା ବେଳେ ବୋମା ନିଷ୍କ୍ରିୟକାରୀ ଟିମ୍‌ରେ ସାମିଲ ହୋଇଥିଲେ। କାଠଯୋଡ଼ି ନଦୀ ପଠାରେ ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି। 

07- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ୫୦ ତମ ଜି୭ ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ତାଙ୍କର ଇଟାଲୀ ଗସ୍ତ ଆରମ୍ଭ କରିଥିଲେ। ତୃତୀୟ କାର୍ଯ୍ୟକାଳ ପାଇଁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଯାତ୍ରା ଅଟେ। ସେ ଅଧିବେଶନରେ ଯୋଗଦେବା ପାଇଁ ଇଟାଲୀର ଆପୁଲିଆରେ ପହଞ୍ଚି ଶୁକ୍ରବାର (ଆଜି) ଏହି କାର୍ଯ୍ୟକ୍ରମରେ ଅନେକ ନେତାଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। ରେକର୍ଡ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଦେଶିକ ଯାତ୍ରା।

08- ନୂଆ ପୋଲିସ ଆଇନ ଲାଗୁ ନେଇ ସବୁ ଡିଜିପିଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି । ଭିସି ଜରିଆରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଡିଜିପିଙ୍କ ସହ ହୋଇଥିଲା ଆଲୋଚନା । ଜୁଲାଇ ପହିଲାରୁ ସାରା ଦେଶରେ ନୂଆ ଆଇନ ଲାଗୁ ହେବ ବୋଲି ସୂଚନା ମିଳିଛି । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ ହେବ । ଭାରତୀୟ ସାକ୍ଷ୍ୟ ଆଇନ ମଧ୍ୟ ଜୁଲାଇ ପହିଲାରୁ ଲାଗୁ ହେବ ବୋଲି ଜଣାପଡିଛି ।

09- କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଅଛନ୍ତି। ଶେଷ ଖବର ସୁଦ୍ଧା ଏହି ସୂଚନା ହସ୍ତଗତ ହୋଇଛି। ଓଡ଼ିଶାର ଦୁଇ ମୃତକ ହେଲେ ସନ୍ତୋଷ କୁମାର ଗୌଡ଼ ଓ ମହମ୍ମଦ ଜାହୁର। ମିଳିଥିବା ସୂଚନା ଅନୁଯାୟୀ, ମହମ୍ମଦ ଜାହୁର କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ତାରାଡାପାଲିର ବାସିନ୍ଦା। କୁଏତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ମୃତକଙ୍କ ତାଲିକାରେ ଏହି ଦୁଇ ଜଣଙ୍କ ନାମ ଥିବା ଜଣାପଡିଛି।

10- ଜୁନ ୧୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ସୋମବାର ଦିନ କନ୍ଧମାଳ, ରାୟଗଡ଼ା, ନୟାଗଡ଼, କଳାହାଣ୍ଡି, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କୁହାଯାଇଛି । ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବୋହିପାରେ ବୋଲି ଆକଳନ କରାଯାଇଛି ।

Also Read- ଛତିଶା ନିଯୋଗ ବୈଠକରେ ପ୍ରଭୁଙ୍କ ବିଶେଷ ନୀତିକୁ ଅନୁମୋଦନ

Also Read- ପାଳଙ୍ଗରେ ଭରି ରହିଛି ଏହିସବୁ ଭିଟାମିନ, ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ, ଦୂର ଏହି ସବୁ ରୋଗ...

{}{}