Hindi News >>Home >>Top 10 News

Top 10 News Today: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ, ପଢନ୍ତୁ ଅନ୍ୟାନ୍ୟ ଖବର

Top 10 News Today: ଚୁଟକୀରେ ପଢିନିଅନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର

Advertisement
Top 10 News Today: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ, ପଢନ୍ତୁ ଅନ୍ୟାନ୍ୟ ଖବର
Stop
Soubhagya Ranjan Mishra|Updated: Jun 05, 2024, 03:56 PM IST

Top 10 News Today

01- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ରାଷ୍ଟ୍ରପତିଙ୍କୁ ଭେଟି ମନ୍ତ୍ରୀ ପରିଷଦ ସହିତ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ରାଷ୍ଟ୍ରପତି ଏହି ଇସ୍ତଫା ଗ୍ରହଣ କରିଛନ୍ତି ଓ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରୀ ପରିଷଦକୁ ନୂତନ ସରକାର ଦାୟିତ୍ୱ ଗ୍ରହଣ ନକରିବା ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ବିଜେପିର ନେତୃତ୍ୱରେ ଏନଡିଏ କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ ପାଇଁ ପ୍ରସ୍ତୁତି ଚଳାଇଛି। 

02- ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନବୀନ। ଦଳର ପରାଜୟ ପରେ ଇସ୍ତଫା ଦେଇଛନ୍ତି । ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୦୦୦ ମସିହା ମାର୍ଚ୍ଚ ୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ। ଏହା ପର ଠାରୁ ଲଗାତାର ୫ଥର ତାଙ୍କ ଦଳ ଜିତିବା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଆସୁଥିଲେ।

03- ନରେନ୍ଦ୍ର ମୋଦୀ ଜୁନ୍ ୮ ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି। ଏଥିପାଇଁ ବୁଧବାର ଦିନ ଦିଲ୍ଲୀରେ ଏନଡିଏ ମିଳିତ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଏହି ସଭାରେ ବିହାରର ନୀତୀଶ କୁମାର, ଆନ୍ଧ୍ରପ୍ରଦେଶର ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ସହଯୋଗୀ ଦଳର ଅନ୍ୟ ନେତାମାନେ ଯୋଗଦେବେ। ଏଥର ବିଜେପି ସଂଖ୍ୟାଗରିଷ୍ଠତା ନ ପାଇ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ କିଙ୍ଗମେକର ଭୂମିକାରେ ଆସିଛନ୍ତି। ସୂଚନାନୁସାରେ, ଜେଡିୟୁ ଏବଂ ଟିଡିପି ଆଗାମୀ ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାବି କରିପାରନ୍ତି।

04- ବିଜେପିର ବିପୁଳ ବିଜୟ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆମେ ଭ୍ରଷ୍ଟ ଶାସନ ବିରୋଧରେ ଓଡ଼ିଶାର ଅସ୍ମିତା ପାଇଁ ଲଢ଼ିଥିଲୁ । ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ଇଚ୍ଛା ଥିଲା । କିଏ ମୁଖ୍ୟମନ୍ତ୍ରୀ ହେବ ପାର୍ଲାମେଣ୍ଟ ପାର୍ଟି ନିଷ୍ପତ୍ତି ନେବ ଏବଂ ସରକାର ଆସିବା ମାତ୍ରେ ଯାହା କହିଥିଲୁ ତାହା କରିବୁ ବୋଲି ମନମୋହନ କହିଛନ୍ତି ।

05- ମାଲକାନଗିରି କାଲିମେଳାରୁ ନିଖୋଜ ହୋଇଥିବା ଡାକ୍ତର ଅମ୍ଳାନ ଭୋଇଙ୍କ ସନ୍ଧାନ ମିଳିଛି । କର୍ଣ୍ଣାଟକରୁ ତାଙ୍କୁ ଠାବ କରିବାରେ ସଫଳ ହୋଇଛି କାଲିମେଳା ପୋଲିସ । ଡାକ୍ତର ନିଖୋଜ ହେବା ପରେ ଏସପିଙ୍କ ଦ୍ୱାରସ୍ତ ହୋଇଥିଲେ ଡାକ୍ତରଙ୍କ ବାପା । ଏଥିସହିତ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଥିଲା । 

06- ବିଜେପିର ବିଜୟ ପରେ ଧର୍ମାନୁଷ୍ଠାନ ଏବଂ ମନ୍ଦିର ପରିଦର୍ଶନ କରି ଇଶ୍ୱରଙ୍କ ଆଶୀର୍ବାଦ ନେଇଛନ୍ତି ବିଜୟୀ ପ୍ରାର୍ଥୀ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଏକାମ୍ର ଭୁବନେଶ୍ବର ବିଜେପି ବିଜୟୀ ପ୍ରାର୍ଥୀ ବାବୁ ସିଂ ପହଞ୍ଚି ଆଶୀର୍ବାଦ ନେଇଛନ୍ତି । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ରସୁଲଗଡ ନିକଟ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସେହିପରି ପୁରୀ ଅଭିମୁଖେ ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ।

07- ଖରାପ ପାଗ କାରଣରୁ ଅସହ୍ୟ ଥଣ୍ଡାରେ ୪ପର୍ବତାରୋହୀଙ୍କର ମୃତ୍ୟୁ ଘଟିଛି । ଉତ୍ତରାଖଣ୍ଡର ଉତ୍ତରକାଶୀ-ଟିହରି ଜନପଦ ସୀମା ନିକଟସ୍ଥ ସହସ୍ତ୍ରାତାଲ ଟ୍ରାକ୍‌ରେ ଏଭଳି ଅଭାବାନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ଏବେ ମଧ୍ୟ ୧୮ଜଣ ଫସି ରହିଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତି ଚାଲିଛି । ଖବର ମୁତାବକ, ମେ’ ୨୯ରେ ୨୨ଜଣିଆ ପର୍ବତାରୋହୀଙ୍କ ଏକ ଟିମ୍‌ ମଲ୍ଲା-ସିଲ୍ଲାରୁ କୁଶ କଲ୍ୟାଣ ବୁଗିଆଲ୍ ଦେଇ ସହସ୍ତ୍ରାତାଲ ଟ୍ରେକିଂ ଆରମ୍ଭ କରିଥିଲେ । ଜୁନ୍‌ ୭ତାରିଖରେ ସେମାନଙ୍କର ଫେରିବାର କାର୍ଯ୍ଯକ୍ରମ ଥିଲା।

08- ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।  ଏ-ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରକୁ ଜିଲ୍ଲାପାଳ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ଏବେବି ଅନେକ ଆହତ ଜୀବନ ସହ ମେଡିକାଲ ସଂଘର୍ଷ କରୁଛନ୍ତି। 

09- ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।  ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ବିଶେଷ ନୀତି ପାଇଁ ଭକ୍ତମାନେ ସନ୍ଧ୍ୟା ୭ଟାରୁ  ରାତି ୧୦ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ।  ଠାକୁରଙ୍କ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ହେବ।

10- ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଓଡି଼ଶା ଛୁଇଁବ ମୌମୁମୀ ବାୟୁ। ସାଧାରଣତଃ ମୌମୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡି଼ଶା ଛୁଇଁଥାଏ। ତେବେ, ଆଇଏମଡି ତାଜା ସୂଚନା ମୁତାବକ ଆସନ୍ତା ୮ ତାରିଖ ସୁଧା ମୌମୁମୀ ବାୟୁ ଓଡି଼ଶାରେ ପ୍ରବେଶ କରିବ। ଏବଂ ୬ ତାରିଖରେ  ଦକ୍ଷିଣ ଓଡିଶା  ଓ ସଂଲଗ୍ନ ଜିଲ୍ଲା ଗୁଡିକରେ  କାଳବୌଶାଖି ସହ ଘଣ୍ଟାପ୍ରତି ୪୦ କିମି ପବନ ବହିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Also Read- Budh Nakshatra Parivartan 2024: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଦେବ ୫ଟି ରାଶିରେ ବଡ଼ ପ୍ରଭାବ

Read More
{}{}