Hindi News >>Home >>Top 10 News

Top 10 News Today: ଶ୍ରୀମନ୍ଦିରରେ ପୁଣି ପଶିଲେ ଅଣ ହିନ୍ଦୁ, ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha 23rd March 2024: ଶ୍ରୀମନ୍ଦିର ପରିସରରେ ପୁଣି ପସିଲେ ଅଣ-ହିନ୍ଦୁ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।    

Advertisement
Top 10 News Headlines Odisha 23rd March 2024
Stop
Zee Odisha Desk|Updated: Mar 23, 2024, 09:55 PM IST

Top 10 News Today | 23 March | H1. Polish woman enters Puri Srimandir premises: ବାଂଲାଦେଶର କିଛି ଅଣ-ହିନ୍ଦୁ ପୁରୀ ଶ୍ରୀମନ୍ଦିର ପରିସରରେ ପ୍ରବେଶ କରିବାରେ କିଛି ଦିନ ପରେ ଆଜି (୨୩ ମାର୍ଚ୍ଚ) ଅନ୍ୟ ଏକ ସମାନ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ବର୍ତ୍ତମାନ ମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଶନିବାର ଜଣେ ବିଦେଶୀ ପର୍ଯ୍ୟଟକ ମନ୍ଦିର ପରିସରରେ ପ୍ରବେଶ କରିଥିଲେ। ୨୨ ପାହାଚ ଚଢୁଥିବାବେଳେ ତାଙ୍କୁ କିଛି ସେବାୟତ ଦେଖିଥିଲେ। ପରେ ଜାଣିବାକୁ ମିଳିଥିଲା ଯେ ମହିଳା ଜଣକ ଜଣେ ପୋଲାଣ୍ଡର ନାଗରିକ। 

H2. S Jaishankar on China claim: ସିଙ୍ଗାପୁର ମାଟିରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସମାନ ସ୍ୱରରେ ଚୀନ୍ ଓ ପାକିସ୍ତାନ ଉପରେ ବର୍ଷିଛନ୍ତି। ଅରୁଣାଚଳ ପ୍ରଦେଶ ଉପରେ ନିଜର ଦାବି ରଖିଥିବାରୁ ଚୀନ୍‌କୁ ନିନ୍ଦା କରିଛନ୍ତି ବୈଦେଶିକ ମନ୍ତ୍ରୀ। ଏହା ବ୍ୟତୀତ ଏସ ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି ଯେ ପାକିସ୍ତାନ ସହ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ ଆତଙ୍କବାଦକୁ କେବେ ହେଲେ ଅଣଦେଖା କରିପାରିବ ନାହିଁ। 

H3. Odisha Weather Update: ଶନିବାର ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଥିଲା। କିନ୍ତୁ ୨୫ ଓ ୨୬ ରାଜ୍ୟର ଅଳ୍ପ କିଛି ଜିଲ୍ଲା ତଥା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

H4. Himachal Pradesh political crisis: ହିମାଚଳ ପ୍ରଦେଶରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ବିଦ୍ରୋହୀ ପୂର୍ବତନ ବିଧାୟକମାନେ ବିଜେପିରେ ଯୋଗ ଦେଇଛନ୍ତି। ଏହି ବିଦ୍ରୋହୀ ପୂର୍ବତନ ବିଧାୟକଙ୍କ ମଧ୍ୟରେ ରାଜେନ୍ଦ୍ର ରାଣା, ସୁଧୀର ଶର୍ମା, ଚୈତନ୍ୟ ଶର୍ମା, ରବି ଠାକୁର, ଇନ୍ଦର ଦତ୍ତ ଲଖନପାଲ ଓ ଦେବେନ୍ଦ୍ର କୁମାର ଅଛନ୍ତି। କହିରଖୁଛୁ ଯେ ଶୁକ୍ରବାର ଦିନ ରାଜ୍ୟସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବା ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। 

H5. Germany Remarks On Arvind Kejriwal: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ଜର୍ମାନୀ ଦେଇଥିବା ବୟାନ ଉପରେ ଭାରତ ତୀବ୍ର ବିରୋଧ କରିଛି। ଭାରତ ଆଜି ଜର୍ମାନ ଦୂତାବାସର ଡେପୁଟି ହେଡ ଜର୍ଜ ଏନଜୱିଲରଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଡକାଇଥିଲା। ସେ ମଧ୍ୟ ସକାଳେ ଜାତୀୟ ରାଜଧାନୀର ଦକ୍ଷିଣ ବ୍ଲକରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଫିସରୁ ବାହାରୁଥିବା ଦେଖିବାକୁ ମିଳିଥିଲା।

H6. Arvind Kejriwal Arrest: ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ଓ ହେପାଜତକୁ ନେଇ କରିଥିବା ଆବେଦନର ତୁରନ୍ତ ଶୁଣିବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି।  ୨୭ ମାର୍ଚ୍ଚରେ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ। ଅରବିନ୍ଦ କେଜ୍ରିୱାଲଙ୍କ ଓକିଲଙ୍କ ତରଫରୁ ତୁରନ୍ତ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା। ଏହି ମାମଲାକୁ ବର୍ତ୍ତମାନ ବୁଧବାର (୨୭ ମାର୍ଚ୍ଚ) ଦିନ ତାଲିକାଭୁକ୍ତ କରାଯାଇଛି।

H7. Russia Moscow Terror Attack: ଗୋଟିଏ ପଟରେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବାକୁ ନାମ ନେଉନାହିଁ। ଅନ୍ୟପଟରେ ଋଷର ମସ୍କୋରୁ ଆତଙ୍କବାଦୀ ଆକ୍ରମଣ ହେବାର ଖବର ଆସିଛି। ଏହି ଆକ୍ରମଣରେ ୧୫୦ ଋଷୀୟ ନାଗରିକ ପ୍ରାଣ ହରାଇଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ। 

H8. Excise Policy Scam: ଦିଲ୍ଲୀର ଲିକୋର ପଲିସି ସ୍କାମ ମାମଲାକୁ ନେଇ ଆଉ ଏକ ବଡ଼ ଖବର ଆସଛି। ନିକଟରେ ଏହି ମାମଲାରେ ଗିରଫ ହୋଇଥିବା ତେଲେଙ୍ଗାନା ବିଆରଏସ ନେତା କେ କବିତାଙ୍କ ଇଡି ରିମାଣ୍ଡକୁ କୋର୍ଟ ୩ ଦିନ ବୃଦ୍ଧି କରିଛନ୍ତି। ଆଜି ତାଙ୍କ ହେପାଜତ ସମାପ୍ତ ହେବା ପରେ ତାଙ୍କୁ PMLA କୋର୍ଟରେ ହାଜର କରାଯାଇଥିଲା ଓ ଇଡି କୋର୍ଟକୁ ତାଙ୍କ ରିମାଣ୍ଡ ବଢ଼ାଇବାକୁ କହିଥିଲେ। ତାଙ୍କ ହେପାଜତକୁ ତିନି ଦିନ ଅର୍ଥାତ୍ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

H9. PM Modi Bhutan Visit: ରବିବାର ଦିନ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦୀଙ୍କୁ ହିମାଳୟ ଦେଶ ପରିଦର୍ଶନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ଓ କହିଛନ୍ତି, "ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ତଥାପି ସେ ରାଜ୍ୟ ଗସ୍ତର ଆସି ପ୍ରତିଶ୍ରୁତି ପୂରଣ କରିବା ହେଉଛି 'ମୋଦୀଙ୍କ ଗ୍ୟାରେଣ୍ଟି'।''

H10. PBKS vs DC IPL 2024: ଚଣ୍ଡିଗଡ଼ର ମହାରାଜା ୟାଦବିନ୍ଦର ସିଂ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍ ୨୦୨୪ ର ଦ୍ୱିତୀୟ ମ୍ୟାଚ୍ ରେ ପଞ୍ଜାବ କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପଞ୍ଜାବ କିଙ୍ଗ୍ସ ୪ଟି ବଲ ପୂର୍ବରୁ ସାମ କରାନଙ୍କ ଅର୍ଦ୍ଧଶତକ ବଳରେ ମ୍ୟାଚ ଜିତି ନେଇଥିଲା।

Read More
{}{}