Hindi News >>Home >>Top 10 News

Top News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 22nd February 2024: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2024) ର ୧୭ ତମ ସଂସ୍କରଣର କାର୍ଯ୍ୟସୂଚୀକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ବର୍ତ୍ତମାନ କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି। ସଂକ୍ଷେପରେ ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର...

Advertisement
Top 10 News Headlines Odisha
Stop
Zee Odisha Desk|Updated: Feb 22, 2024, 09:58 PM IST

Top 10 News Headlines | 22nd February 2024: 1. Odisha Govt Extends KALIA Yojana For Three More Years: ନିର୍ବାଚନ ପୂର୍ବରୁ ଓଡ଼ିଶା କ୍ୟାବିନେଟ ଗୁରୁବାର ଦିନ କାଳିଆ ଯୋଜନାର ଅବଧିକୁ ଆହୁରି ତିନି ବର୍ଷ ବୃଦ୍ଧି କରିବାକୁ ଅନୁମୋଦନ କରିଛି ଏବଂ ୨୦୨୪-୨୫ ରୁ ୨୦୨୦୫-୨୭ ପର୍ଯ୍ୟନ୍ତ ଆନୁମାନିକ ୬୦୨୯.୭୦ କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଛି।

2. IPL 2024 Schedule Announced: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2024) ର ୧୭ ତମ ସଂସ୍କରଣର କାର୍ଯ୍ୟସୂଚୀକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ବର୍ତ୍ତମାନ କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି ଏବଂ ମାର୍ଚ୍ଚ ୨୨ ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଆଇପିଏଲ୍ ୨୦୨୪ ମ୍ୟାଚ୍ ର ପ୍ରଥମ ୧୭ଦିନର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଚଳିତ ବର୍ଷ ଭାରତରେ ହେବାକୁ ଥିବା ଲୋକସଭା ନିର୍ବାଚନ ହେତୁ କାର୍ଯ୍ୟସୂଚୀ ଘୋଷଣା ବିଳମ୍ବ ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରେ ହିଁ ଅବଶିଷ୍ଟ ମ୍ୟାଚଗୁଡିକର କାର୍ଯ୍ୟସୂଚୀ ସ୍ଥିର ହେବ। 

3. Mallikarjun Kharge Z+ Security: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଗୃହ ମନ୍ତ୍ରଣାଳୟର ସାମରିକ ବାହିନୀ ଦ୍ୱାରା Z+ ସୁରକ୍ଷା ଦିଆଯାଇଛି। ଆଇ.ପି.ର ଥ୍ରେଡ୍ ଧାରଣା ରିପୋର୍ଟ ଆଧାରରେ CRPF ର ଏହି Z Plus ବର୍ଗର ସୁରକ୍ଷା ବ୍ୟବସ୍ଥା କଂଗ୍ରେସ ସଭାପତିଙ୍କୁ ପ୍ରଦାନ କରାଯାଇଛି। CRPF ର ମୋଟ ୫୮ କମାଣ୍ଡୋ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ୨୪ ଘଣ୍ଟା ସୁରକ୍ଷା ଯୋଗାଇବ। କଂଗ୍ରେସ ସଭାପତିଙ୍କୁ ସାରା ଦେଶରେ Z ପ୍ଲସ୍ ବର୍ଗ ସୁରକ୍ଷା ପ୍ରଦାନ କରାଯିବ।

4. VK Pandian Attacked With Tomatoes During His Visit To Belaguntha: ଆଜି ମଧ୍ୟାହ୍ମ ୧୨ଟା ସମୟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୫ଟି ଅଧ୍ୟକ୍ଷ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବେଲକୁଣ୍ଠାରେ ପହଞ୍ଚିଥିଲେ । ହେଲିପ୍ୟାଡରୁ ସଭାସ୍ଥଳକୁ ଯିବା ସମୟରେ ଭିଡ ମଧ୍ୟରୁ ଜଣେ ଯୁବକ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିଥିଲେ । ତେବେ ସେଠାରେ ଥିବା ସୁରକ୍ଷାକର୍ମୀମାନେ ଟମାଟୋ ମାଡ କରିଥିବା ଯୁବକଙ୍କୁ କାବୁ କରିଥିଲେ । ଉପସ୍ଥିତ ବିଜେଡି କର୍ମୀ ରାଗରେ ଉକ୍ତ ଯୁବକଜଣକୁ ନିର୍ଦ୍ଧୁମ ପିଟାପିଟି କରିଥିବା ସୂଚନା ମିଳିଛି । 

5. CM Naveen Felicitates Odisha's International Medalists: ଆନ୍ତର୍ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦୁଇଜଣ ଉଲ୍ଲେଖନୀୟ ମହିଳା ଆଥଲେଟ୍ ପ୍ରଣତୀ ନାୟକ ଏବଂ ମନ୍ନତା ମିଶ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶା ଏମ୍ଏନ୍ଏସ୍ / ଇଣ୍ଡିଆ ଜିମ୍ନାଷ୍ଟିକ୍ ଏଚପିସିରେ ପ୍ରଶିକ୍ଷଣ ନେଉଥିବା ଜଣେ ଦକ୍ଷ ଜିମ୍ନାଷ୍ଟ ପ୍ରଣତି ନାୟକ କାଇରୋରେ ଅନୁଷ୍ଠିତ ସମ୍ମାନଜନକ FIG ବିଶ୍ୱକପ୍ ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି । ତାଙ୍କର ଅତୁଳନୀୟ ସଫଳତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ୫ ଲକ୍ଷ ଟଙ୍କା ଲେଖାଁଏ ପୁରସ୍କାର ରାଶି ପ୍ରଦାନ କରିଛନ୍ତି। 

6. CM Naveen Gives Appointment Letters to 368 Hindi 208 Sanskrit teachers: ଆଜି ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦି ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦି ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନସ୍ଥିତ  କନ୍‌ଭୋନସନ ସେଣ୍ଟରରେ ଏକ ନିଯୁକ୍ତି ପର୍ବର ଆୟୋଜନ ସହିତ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

7. China Spy Ship: ମହମ୍ମଦ ମୁଇଜୁ ମାଲଦ୍ୱୀପର ରାଷ୍ଟ୍ରପତି ହେବା ପରଠାରୁ ମାଲେ ଏବଂ ନୂଆଦିଲ୍ଲୀ ମଧ୍ୟରେ ତିକ୍ତତା ଦେଖାଦେଇଛି। ପ୍ରଥମେ ଭାରତୀୟ ସୈନିକମାନଙ୍କୁ ମାଲଦ୍ୱୀପରୁ ଫେରିବାକୁ କୁହାଯାଇଥିଲା ଏବଂ ପରେ ମୁଇଜୁ ଚୀନ୍ ସହିତ ବନ୍ଧୁତା ଆରମ୍ଭ କରିଥିଲେ। ଚୀନ୍ ନିକଟତର ହେବା ମାତ୍ରେ ଡ୍ରାଗନ୍ ମଧ୍ୟ ଏହାର ଖେଳ ଆରମ୍ଭ କରିଛି। ବାସ୍ତବରେ ଏହାର ଫାଇଦା ଉଠାଇ ଚାଇନା ଏହାର  ଜାସୁସି ଜାହାଜ ମାଲଦ୍ୱୀପକୁ ପଠାଇଛି। ଚୀନ୍ ଜାହାଜ ମାଧ୍ୟମରେ ଜାସୁସି କରିଥିବା ଅଭିଯୋଗ ହୋଇଛି।

8. CBI raids Satya Pal Malik's Delhi house: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ସିବିଆଇ ରେଡ୍। ହାଇଡ୍ରୋ ପ୍ରୋଜେକ୍ଟ ମାମଲାରେ ଦିଲ୍ଲୀର ୩୦ଟି ସ୍ଥାନରେ ଚଢାଉ କରିଛି ସିବିଆଇ। ଏହାପୂର୍ବରୁ ମଧ୍ୟ ଜାମ୍ମୁ କାଶ୍ମୀରରେ ସତ୍ୟପାଲ ମଲିକ ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ଘରେ ବୀମା ଘୋଟାଲା ମାମଲାରେ ସିବିଆଇ ରେଡ୍ କରିବା ସହ ମଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୧୯ ମସିହାରେ କିଶ୍ତୱାଡର କିରୁ ହାଇଡ୍ରୋ ପାୱାର ପ୍ରକଳ୍ପ ପାଇଁ ୨୨, ୦୦୦ କୋଟି ଟଙ୍କାର ସିଭିଲ ୱାର୍କ ଚୁକ୍ତିନାମା ପ୍ରଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଏହି ଚଢାଉ ହୋଇଛି।

9. ED issues 7th summons to Delhi CM Arvind Kejriwal: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏହା ସପ୍ତମଥର ପାଇଁ ନୋଟିସ ଜାରି କରାଯାଇଛି । ପୂର୍ବରୁ ୬ଥର ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସଂସଦ ସଞ୍ଜୟ ସିଂ ଏବେ ଏହି ମାମଲାରେ ଫସିଥିବାବେଳେ ଇଡି ହେପାଜତରେ ରହିଛନ୍ତି । 

10. Mohammed Shami Ruled Out: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ ତମ ସଂସ୍କରଣ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଜଣେ ବିସିସିଆଇ ଅଧିକାରୀଙ୍କ ସୂଚନାକୁ ଉଦ୍ଧୃତ କରି କହିଛି ଯେ ମହମ୍ମଦ ଶାମି ସମଗ୍ର ଆଇପିଏଲ ସିଜିନରୁ ବାଦ ପଡିଛନ୍ତି। ତାଙ୍କ ଗୋଡରେ ଆଘାତ ଲାଗିଛି, ଯେଉଁଥିପାଇଁ ସେ ଲଣ୍ଡନରେ ଅସ୍ତ୍ରୋପଚାର କରିବେ। ଏହା ପରେ ତାଙ୍କର ୨ ଜୁନରୁ ଟି-୨୦ ବିଶ୍ୱକପ୍ ୨୦୨୪ ରେ ଖେଳିବା ଉପରେ ସନ୍ଦେହ ଘେରରେ ରହିଛି। 

Read More
{}{}