Hindi News >>Home >>Top 10 News

ମୋଦୀଙ୍କୁ ଋଷର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ, ଗୌତମ ଗମ୍ଭୀର ହେଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଏବଂ ଅନ୍ୟ ମୁଖ୍ୟ ଖବର

ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Advertisement
ମୋଦୀଙ୍କୁ ଋଷର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ, ଗୌତମ ଗମ୍ଭୀର ହେଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଏବଂ ଅନ୍ୟ ମୁଖ୍ୟ ଖବର
Stop
Prabhudatta Moharana|Updated: Jul 09, 2024, 10:50 PM IST

1. Jagannatha entered Sri Gundicha temple:  ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା। ନବ ଦିନାଙ୍କ ଯାତ୍ରାର ଆଜି ତୃତୀୟ ସନ୍ଧ୍ୟାରେ ତିନି ଠାକୁରଙ୍କୁ ପରମ୍ପରା ଅନୁସାରେ ପହଣ୍ଡି କରାଯାଇଥିଲା। ଆସନ୍ତା କାଲି ସନ୍ଧ୍ୟାରୁ ନିୟମିତ ନୀତି ପାଳନ କରାଯିବ। ଆଡ଼ପ ଅବଢ଼ା ମଧ୍ୟ ଭୋଗ ଆରମ୍ଭ ହେବ। 

2. Servitors slipped during Pahandi of Balabhadra:  ଆଡ଼ପମଣ୍ଡପରେ ପହଣ୍ଡିବେଳେ ବଳଭଦ୍ରଙ୍କ ବେଳେ ଦୂରାବସ୍ଥା ଦେଖିବାକୁ ମିଳିଛି। ବଡ଼ ଠାକୁରଙ୍କ ପହଣ୍ତିବେଳେ ସେବାୟତଙ୍କ ହାତ ଖସିଯିବାରୁ ବଡ଼ ଠାକୁର ହାମୁଡେ଼ଇ ଚାରମାଳ ଉପରେ ପଡ଼ିଯାଇଥିଲେ। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପୁରଳୀ ଯାଇ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ଆହତ ସେବାୟତଙ୍କୁ ଚିକିତ୍ସା ଲାଗି ବ୍ୟବସ୍ଥା କରାଯାଇଛି। 

3. Govt aletrs civic bodies and Districts to remain alert for Dengue situation: ବର୍ଷାଦିନେ ଜଳବାହିତ ରୋଗ ତଥା ଡେଙ୍ଗୁ ପ୍ରତି ସଚେତନ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାପାଳଙ୍କୁ ସଚେତନ ରହିବାକୁ ନିର୍ଗଦ୍ଦେଶ ଦିଆଯାଇଛି। ଖାଲି ସେତିକି ନୁହେଁ, ଜିଲ୍ଲା ଏବଂ ମ୍ୟୁନିସିପାଲିଟି ସ୍ତରରେ ସମସ୍ତ ସ୍ତରରେ ଯୁଗ୍ମ ଭାବେ ସେଚତନତା ପ୍ରସାାରଣ, ଡାକ୍ତରଖନାଗୁଡ଼ିକରେ ପର୍ଯ୍ୟାପ୍ତ ଔଷଧ ଓ ଚିକିତ୍ସା ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ଚିଠି ଲେଖି ଜଣାଇଛନ୍ତି ବିଭାଗୀୟ ସଚିବ। 

4. New Coach for Indian Cricket Team: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳର ନୂଆ କୋଚ୍‍ ଭାବେ ନିଯୁକ୍ତ ହୋଇଛନ୍ତି। ବିସିସିଆଇ ଅଧ୍ୟଧକ୍ଷ ଜୟ ଶାହ ଏହି ଘୋଷଣା କରିଛନ୍ତି। ରାହୁଲ ଦ୍ରାବିଡ଼ଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। 

5. Highest Civilian Award: ଋଷର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ‘ଦ’ ଅର୍ଡର ଅଫ୍‍ ସେଣ୍ଟ ଆଣ୍ଡ୍ରିୟୁ ଦ ଆପୋଷ୍ଟୋଲ’ ରେ ସମ୍ମାନୀତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପୁରସ୍କାର ପାଇବାରେ ଶ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ନେତା। ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ମାରତ-ଋଷ ଭିତରେ ବୈଦେଶିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ତାଙ୍କ ଅବଦାନକୁ ସ୍ୱୀକାର କରି ଏହି ପୁରସ୍କାର ପ୍ରଦାନ କରାଯାଇଛି। 

6. Nilakantha Mishrabecomes Member of Finance Commission: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଷୋଡ଼ଶ ଅର୍ଥ କମିଶନଙ୍କ ପରାମର୍ଶଦାତା କମିଟିକୁ ଗଠନ କରିଛନ୍ତି। ଏଥିରେ ବିଶିଷ୍ତଟ ଓଡ଼ିଆ ଅର୍ଥଶାସ୍ତ୍ରବିଦ୍‍ ନୀଳକଣ୍ଠ ମିଶ୍ର ସାମିଲ ରହିଛନ୍ତି। ତାଙ୍କ ସହ ଡ. ଏସ୍‍କେ ଶ୍ରୀବାସ୍ତବ, ଡ. ପୁନମ ଗୁପ୍ତା, ପ୍ରାଞ୍ଜୁଲ ଭଣ୍ଡାରୀ ଏବଂ ରାହୁଲ ବଜୋରିଆ ସଦସ୍ୟ ରହିଛନ୍ତି। ଡ. ପୁନମ ଗୁପ୍ତା ଏହି କମିଟିର ଆବାହକ ରହିବେ। 

7. PM Shree Scheme implemented in Odisha: ଓଡ଼ିଶାରେ ଲାଗୁ ହୋଇଛି ପିଏମ୍‍ଶ୍ରୀ ଯୋଜନା। ଏହି ଯୋଜନା ଅଧୀନରା ପ୍ରତି ବ୍ଲକ୍‍ରେ ସ୍କୁଲ୍‍ଗୁଡ଼ିକର ବିକାଶ କରାଯିବ। ଭିତ୍ତିଭୂମି ଓ ଶିକ୍ଷାର ମାନ ବୃଦ୍ଧି ଦିଗରେ ଧ୍ୟାନ ଦେଇଛି ଏହି ଯୋଜନା। ପୂର୍ବ ସରକାର ସମୟରୁ ଆରମ୍ଭ ହୋଇଥିଲେ ମଧ୍ୟ ଆମ ରାଜ୍ୟରେ ବିଜେଡି ସରକାର ଏହି ଯୋଜନାକୁ ଲାଗୁ କରିବା ଲାଗି ଚୁକ୍ତି କରୁ ନଥିଲେ। ଏବେ ବିଜେପି ସରକାର ଗଠନ ହେବା ପରେ ପିଏମ୍‍ ଶ୍ରୀ ସ୍କୁଲ୍‍ ଲାଗୁ କରାଯାଇଛି। ନବସୃଜନ, ସ୍ମାର୍ଟ କ୍ଲାସ୍‍,ଳ ପ୍ରଯୁକ୍ତି ବିଦ୍ୟ ଓ କ୍ରୀଡ଼ାକୁ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ପ୍ରାୟ ୮୦୦ ସ୍କୁଲ୍‍  ଏହି ଯୋଜନାରେ ଉପକୃତ ହେବେ। 

8. Ratna Bhandar to be opened on 14th: ରଥଯାତ୍ରା ଶେଷ ପରେ ଆସନ୍ତା ୧୪ ତାରିଖରେ ଖୋଲାଯିବ ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର। ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଜଷ୍ଟିସ ବିଶ୍ୱନାଥ ରଥ  ରତ୍ନ ଭଣ୍ଡାର ତଦାରଖ କମିଟି।  ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ନିକଟରେ ରତ୍ନ ଭଣ୍ଡାରର ଚାବି ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବ। ଯଦି ଚାବିରେ ନଖୋଲେ ତେବେ ତାଲା ଭାଙ୍ଗି ରତ୍ନ ଭଣ୍ଡାର ଭିତରକୁ  ପ୍ରବେଶ କରାଯିବାକୁ ରାଜ୍ୟ ସରକାରଙ୍କ ଅନୁମତି ନିଆଯିବ ବୋଲି କହିଛନ୍ତି ଜଷ୍ଟିସ ରଥ। ପ୍ରଥମେ ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ଓ ଆଭୂଷଣକୁ ଏକ ନିର୍ଦ୍ଧାରିତ ସ୍ଥାନକୁ ନିଆଯିବ। ସାଠାରେ ଗଣତି, ମଣତି ହେବ। ଏଥିପାଇଁ ୧୯୭୮ ମସିହା ଭଳି ବିଶେଷଜ୍ଞଙ୍କୁ ଗ୍ରହଣ କରାଯିବ। 

9. Experts to remain in Ratna Bhandar Opening Committee: ରତ୍ନ ଭଣ୍ଡାର ଖୋଲିବା ଲାଗି ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ। ବିଷୟ  ବିଶେଷଜ୍ଞଙ୍କୁ ନେଇ ଏହି କମିଟି ସ୍ଥିର କରାଯିବ। ଯେଉଁମାନେ ଏହି କମିଟିର ସଦସ୍ୟ ରହିବେ ସେମାନେ ଶୁଦ୍ଧ ଚିତ୍ତରେ ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରିବେ। ଏହା ପୂର୍ବରୁ ସେମାନେ ୭ ଦିନ ନିଷ୍ଠା ଉପବାସ ପାଳନ କରିବେ।

10. Cabinet to meet Tomorrow: ଆସନ୍ତା କାଲି ରାଜ୍ୟ ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ୨୨ ତାରିଖରୁ ଵିଧାନସଭାର  ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ସରକାର କିଛି ପ୍ରମୁଖ ନୀତିକୁ କ୍ୟାବେନେଟରେ ପରିତ କରିପାରନ୍ତି।  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ୧୧.୩୦ରେ ଅନୁଷ୍ଠିତ ହେବ କ୍ୟାବିନେଟ ବୈଠକ।

Read More
{}{}