Hindi News >>Home >>Top 10 News

Top 10 News Today: ରାଜ୍ୟରେ ମୌସୂମୀ ବର୍ଷା ଜାରି, ଖୋଲିବ ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ୧୦ ବଡ଼ ଖବର

ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Advertisement
Top 10 News Today: ରାଜ୍ୟରେ ମୌସୂମୀ ବର୍ଷା ଜାରି, ଖୋଲିବ ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ୧୦ ବଡ଼ ଖବର
Stop
Prabhudatta Moharana|Updated: Jul 09, 2024, 05:56 PM IST

1. ଖୋଲିବ ରତ୍ନଭଣ୍ଡାର
ରଥଯାତ୍ରା ଶେଷ ପରେ ଆସନ୍ତା ୧୪ ତାରିଖରେ ଖୋଲାଯିବ ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର। ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଜଷ୍ଟିସ ବିଶ୍ୱନାଥ ରଥ  ରତ୍ନ ଭଣ୍ଡାର ତଦାରଖ କମିଟି।  ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ନିକଟରେ ରତ୍ନ ଭଣ୍ଡାରର ଚାବି ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବ। ଯଦି ଚାବିରେ ନଖୋଲେ ତେବେ ତାଲା ଭାଙ୍ଗି ରତ୍ନ ଭଣ୍ଡାର ଭିତରକୁ  ପ୍ରବେଶ କରାଯିବାକୁ ରାଜ୍ୟ ସରକାରଙ୍କ ଅନୁମତି ନିଆଯିବ ବୋଲି କହିଛନ୍ତି ଜଷ୍ଟିସ ରଥ। ପ୍ରଥମେ ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ଓ ଆଭୂଷଣକୁ ଏକ ନିର୍ଦ୍ଧାରିତ ସ୍ଥାନକୁ ନିଆଯିବ। ସାଠାରେ ଗଣତି, ମଣତି ହେବ। ଏଥିପାଇଁ ୧୯୭୮ ମସିହା ଭଳି ବିଶେଷଜ୍ଞଙ୍କୁ ଗ୍ରହଣ କରାଯିବ। 

2. ରତ୍ନଭଣ୍ଡାର ପାଇଁ କମିଟି
ରତ୍ନ ଭଣ୍ଡାର ଖୋଲିବା ଲାଗି ଏକ ସ୍ୱତନ୍ତ୍ର କମିଟି କଠନ କରାଯିବ। ବିଶେଷଜ୍ଞଙ୍କୁ ନେଇ ଏହି କମିଟି ସ୍ଥିର କରାଯିବ। ଯେଉଁମାନେ ଏହି କମିଟିର ସଦସ୍ୟ ରହିବେ ସେମାନେ ଶୁଦ୍ଧ ଚିତ୍ତରେ ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରିବେ। ଏହା ପୂର୍ବରୁ ସେମାନେ ୭ ଦିନ ନିଷ୍ଠା ଉପବାସ ପାଳନ କରିବେ। 

3. ଅର୍ଥପୂର୍ଣ୍ଣ ଶିକ୍ଷା ଓ ଜ୍ଞାନ ହିଁ ମାନବିକତାର ଉନ୍ନତି ଓ ପ୍ରଗତିର ରାସ୍ତା: ରାଷ୍ଟ୍ରପତି
ଅର୍ଥପୂର୍ଣ୍ଣ ଶିକ୍ଷା ଓ ଜ୍ଞାନ ହିଁ ମାନବିକତାର ଉନ୍ନତି ଓ ପ୍ରଗତି ପାଇଁ ବ୍ୟବହୃତ ହୁଏ । ସେମାନେ ଯେଉଁଠି କାମ କରିବେ, ନିଜ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବେ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱରଠାରେ ଜାତୀୟ ବିଜ୍ଞାପ ଓ ଅନୁସନ୍ଧାନ କେନ୍ଦ୍ରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି। ଏହାସହ ଏଠାର ଛାତ୍ରଛାତ୍ରୀମାନେ କର୍ମକ୍ଷେତ୍ରରେ ସଫଳତା ସାଙ୍ଗକୁ ସେମାନେ ନିଜର ସାମାଜିକ କର୍ତ୍ତବ୍ୟକୁ ମଧ୍ୟ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱ ସହ ନିର୍ବାହ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।  ସେ କହିଛନ୍ତି, ମହାତ୍ମା ଗାନ୍ଧି ସାତଟି ସାମାଜିକ ପାପର ସଂଜ୍ଞା ଦେଇଛନ୍ତି, ସେଥିମଧ୍ୟରୁ ଗୋଟିଏ ହେଉଛି ନିଷ୍ଠୁର ବିଜ୍ଞାନ। ଅର୍ଥାତ୍ ମାନବିକତା ପ୍ରତି ସମ୍ବେଦନଶୀଳତା ବିନା ବିଜ୍ଞାନକୁ ପ୍ରୋତ୍ସାହନ ଦେବା ଏକ ପାପ କରିବା ସହ ତୁଳନୀୟ । ଗାନ୍ଧିଜୀଙ୍କ ଏହି ବାର୍ତ୍ତାକୁ ସର୍ବଦା ମନେ ରଖିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

4. ଋଷୀୟ ସେନାରୁ ମୁକ୍ତି ପାଇବେ ଭାରତୀୟ ସେନା
ଭାରତୀୟ କୂଟନୀତିକୁ ମିଳିଛି ଆଉ ଏକ  ସଫଳତା।  ଋଷସେନାର ଥିବା  ଭାରତୀୟଂକୁ  ମୁକ୍ତି ମିଳିବ।  ଦୀର୍ଘ ଦିନ  ହେଲା ଏଇ ବିଷୟରେ ରାଜନୀତିକ  ଚର୍ଚ୍ଚା ଜୋର ଧରିଥିଲା। ବିଶେଷ କରି ୟୁକ୍ରେନ ଯୁଦ୍ଧରେ ଦୁଇ ଭାରତୀୟଙ୍କ ମୃତ୍ୟୁ ଏବଂ ଶତାଧିକ ଭାରତୀୟଙ୍କ ରୁଷ ସେନାର ଭର୍ତ୍ତି ଅଭିଯୋଗ ଏହି ଚର୍ଚ୍ଚାକୁ  ଖୋରାକି ଯୋଗାଇଥିଲା। ଏବେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ରୁଷ ଗସ୍ତରେ  ଅଛନ୍ତି। ଗତକାଲି ତାଙ୍କୁ ଋଷ  ପକ୍ଷରୁ ବେଶ ଉତ୍ସହାହର ସେ ସ୍ୱାଗତ କରାଯାଇଥିଲା। ଋଷ  ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ପାଇଁ ନୈଶ୍ୟ  ଭୋଜି ଆୟୋଜନ କରିଥିଲେ। 

5. ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକ
ଆସନ୍ତା କାଲି ରାଜ୍ୟ ସରକାରଙ୍କ  ଦ୍ୱିତୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ୨୨ ତାରିଖରୁ ଵିଧାନସଭାର  ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ସରକାର କିଛି ପ୍ରମୁଖ ନୀତିକୁ କ୍ୟାବେନେଟରେ ପରିତ କରିପାରନ୍ତି।  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ୧୧.୩୦ରେ ଅନୁଷ୍ଠିତ ହେବ କ୍ୟାବିନେଟ ବୈଠକ।

6. ପୁରୀରେ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟ
ମହାପ୍ରଭୁଙ୍କ ପହଣ୍ଡି ଓ ଚାରମାଳ ଖୋଲିବାକୁ ନେଇ ହତାହାତି ହେଲେ ଦୁଇ ସେବାୟତ ଗୋଷ୍ଠୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ । ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁକିନ୍ଦା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହା ଆଡମ୍ବରରେ ଶ୍ରୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ରଥ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚି ଥିଲେ ବି ଠାକୁରଙ୍କୁ ରଥରୁ ଓହ୍ଲାଇ ଦେବାକୁ ନେଇ ମନ୍ଦିରର ଦୁଇ ବ୍ରାହ୍ମଣ ଗୋଷ୍ଠୀ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ପରେ ଏହା ଉଗ୍ର ରୂପ ନେବା ସହ ଦୁଇ ଗୋଷ୍ଠୀ ହତାହାତି ହୋଇଥିବା ସୂଚନା ମିଳିଛି । ଏନେଇ ଗୋଟିଏ ଗୋଷ୍ଠୀ ପକ୍ଷରୁ ସୁକିନ୍ଦା ଥାନାରେ ଅଭିଯୋଗ ମଧ୍ୟ ହୋଇଛି । 

7. ରାଜ୍ୟରେ ମୌସୂମୀ ବର୍ଷା ଜାରି
ରାଜ୍ୟରେ ଜାରି ରହିଛି ମୌମୁମୀ ଜନିତ ବର୍ଷା । ଆସନ୍ତା ୧୪ ତାରିଖ ଯାଏଁ  ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ପରିମାଣର ବର୍ଷା  ହୋଇପାରେ। ଆଜି ଓ ଆସନ୍ତାକାଲି  କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। କିନ୍ତୁ ୧୧ ରୁ ୧୪ ତାରିଖ ଯାଏଁ ବହୁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଇଏମଡି଼ର ଆକଳନ ଅନୁସାରେ, ଆଜି  ଉତ୍ତର ଓ ଦକ୍ଷିଣ ଓଡି଼ଶାର ବିଭିନ୍ନ ସ୍ଥାନରେ ସ୍ବଳରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବାନ ଅଛି।  କିନ୍ତୁ କୌଣସି  ସ୍ଥାନରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ଆଜି ବିଶେଷକରି,  ଗଜପତି, ରାୟଗଡ଼ା, ଆଭ୍ୟନ୍ତରୀଣ ଗଞ୍ଜାମ, କନ୍ଧମାଳ, ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ବର୍ଷା ହେବାର ସମ୍ଭାବନା ରହିଛି।

8. ଆସାମରେ ବନ୍ୟା ସ୍ଥିତି ସଂଗୀନ
ସାଙ୍ଘାତିକ ହେବାରେ ଲାଗିଛି ଆସାମରେ ବନ୍ୟା ପରିସ୍ଥିତି। ରାଜ୍ୟ‌ରେ ବନ୍ୟା ଯୋଗୁ ମଣିଷଙ୍କ ସହ ବନ୍ୟଜନ୍ତୁମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଆସାମର ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଭୟଙ୍କର ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ସମୁଦାୟ ୧୩୧ ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଛି।ସେଠାକାର  ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ମୃତ ପଶୁମାନଙ୍କ ମଧ୍ୟରେ ୬ ଟି ଗଣ୍ଡା, ୧୦୦ ହଗ୍ ହରିଣ , ଦୁଇଟି ସମ୍ବର ଏବଂ ଗୋଟିଏ ଉଦବିଳାବ ଅନ୍ତର୍ଭୁକ୍ତ ବୋଲି ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଏହି ପଶୁମାନେ ମୁଖ୍ୟତ ପାଣିରେ ବୁଡ଼ିଯିବା କାରଣରୁ ମୃତ୍ୟୁ ବରଣ କରିଥିବାବେଳେ ବନ୍ୟା ହେତୁ ଉଚ୍ଚ ସ୍ଥାନକୁ ଯାଉଥିବାବେଳେ ଦୁଇଟି ପ୍ରାଣୀ ଗାଡି ଦ୍ୱାରା ଧକ୍କା ହୋଇଥିଲେ।

9. ମୋଦୀ-ପୁତିନ ଦ୍ୱିପାକ୍ଷିକ ବୈଠକ
ସୋମବାର ଠୁ ତିନି ଦିନିଆ ଋଷ ଓ ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମସ୍କୋସ୍ଥିତ ତାଙ୍କ ବାସଭବନରେ ସ୍ୱାଗତ କରିଛନ୍ତି। ପରସ୍ପରକୁ ଆଲିଙ୍ଗନ କରି ଦୁଇ ନେତା ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ପୁଟିନ୍ ତାଙ୍କ ପ୍ରଥମ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଐତିହାସିକ ତୃତୀୟ ପାଳି ଜିତିବା ପାଇଁ ଅଭିନନ୍ଦନ ଜଣାଇବା ସହ ଭାରତବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଜୀବନ ଉତ୍ସର୍ଗ କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି।

10.ଡେଙ୍ଗୁ ଚିନ୍ତା: ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟବିଭାଗର ଚିଠି
ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ଗତ ୫ ବର୍ଷ ଭିତରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍‌ସ୍ପଟ୍ ରହିଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

Read More
{}{}