Hindi News >>Home >>Top 10 News

Top 10 News Today: ରଥଯାତ୍ରା ସମୟରେ ବଡ଼ ଅଘଟଣ, ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ ଏବଂ ଅନ୍ୟ ଖବର

Top 10 News Headlines from 7th July 2024: ରଥ ଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି। ଏହି ଅଘଟଣ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଆସିବା ସମୟରେ ହିନ୍ଦୀ ସ୍କୁଲ ସାମ୍ନାରେ ଘଟିଛି । ଏଠାରେ ଠେଲାପେଲା ଯୋଗୁଁ ଜଣେ ମୃତ ଓ ଶତାଧିକ ଆହତ ହୋଇଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଆଜିର ୧୦ ବଡ଼ ଖବର।  

Advertisement
Top 10 News Headlines from 7th July 2024
Stop
Jagdish Barik|Updated: Jul 07, 2024, 10:01 PM IST

Top 10 News Today: H1. ରଥଯାତ୍ରା ସମୟରେ ବଡ଼ ଅଘଟଣ: ରଥ ଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି। ଏହି ଅଘଟଣ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଆସିବା ସମୟରେ ହିନ୍ଦୀ ସ୍କୁଲ ସାମ୍ନାରେ ଘଟିଛି । ଏଠାରେ ଠେଲାପେଲା ଯୋଗୁଁ ଜଣେ ମୃତ ଓ ଶତାଧିକ ଆହତ ହୋଇଛନ୍ତି। ହଠାତ୍ ତାଳଧ୍ଵଜ ରଥ ନିକଟରେ ଏଭଳି ଠେଲାପେଲା ହୋଇଥିଲା ଯେ ଅନେକ ଲୋକ ଆହତ ହେବା ସହ ଜଣେ ଅଣଓଡ଼ିଆ ଭକ୍ତଙ୍କର ମୃତ୍ୟୁ ଘଟିଛି।

H2. ପୁରୀ ରଥଯାତ୍ରା ୨୦୨୪: ରବିବାର ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ
ପୁରୀ ରଥଯାତ୍ରା ଏଥର ଦୁଇଦିନ ରଥଟଣା ହେବ। ସେଥିପାଇଁ ରବିବାର ଅଳ୍ପ ବାଟ ଯାଇ ଅଟକି ଯାଇଥିଲେ ଶ୍ରୀଜିଉ। ସିଂହଦ୍ବାର ଠାରୁ ମାତ୍ର ସ୍ବଳ୍ପ ଦୂର ଯାଇ ଅଟକି ରହିଛି କାଳିଆର ନନ୍ଦିଘୋଷ। ଶ୍ରୀକୃଷ୍ଣ ସିନେମା ହଲ୍‌ ପାଖରେ ଅଟକିଛି ସୁଭଦ୍ରାଙ୍କ ଦର୍ପଦଳ। ସେହିପରି ମରିଚିକୋଟ ଛକରେ ଅଟକି ରହିଛି ବଳଭଦ୍ରଙ୍କ ତାଳଧ୍ବଜ ରଥ।

H3. ରଥଯାତ୍ରାକୁ ନେଇ ପୁରୀରେ ଅତିଥିଙ୍କ ଭିଡ଼
ରଥଯାତ୍ରା ଦେଖିବାକୁ ପୁରୀରେ ଅତିଥିମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ରଥଯାତ୍ରା ଦେଖିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସହିତ ଅନ୍ୟ ପ୍ରମୁଖ ଅତିଥି ବୃନ୍ଦ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୁରୀ ପହଞ୍ଚି ବଡ଼ ଠାକୁର ରଥଯାତ୍ରାରେ ସାମିଲ ହୋଇଥିଲେ । 

H4. ମୌସୁମୀ ପାଇଁ ରାଜ୍ୟରେ ପ୍ରବଳ ବର୍ଷା
ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସକ୍ରିୟ ଥିବାରୁ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ଆଗାମୀ ୩ ଘଣ୍ଟା ମଧ୍ୟରେ ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ପୁରୀରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି, ବିଜୁଳି ହେବା ନେଇ ସତର୍କ ଜାରି କରାଯାଇଛି।

H5. ଆସନ୍ତାକାଲି ମସ୍କୋ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ପୁଟିନଙ୍କୁ ଭେଟିବେ
୨୨ ତମ ଭାରତ-ଋଷିଆ ବାର୍ଷିକ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଦିନ ମସ୍କୋ ଗସ୍ତ କରିବେ। ଏହି ସମ୍ମିଳନୀ ଶେଷ ଥର ପାଇଁ ୨୦୨୧ ରେ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା ଓ ଦୁଇ ଦେଶ ମଧ୍ୟରେ ପ୍ରତିନିଧୀ ସ୍ତରୀୟ ଆଲୋଚନା ମଙ୍ଗଳବା ଦିନର ଅନୁଷ୍ଠିତ ହେବ। ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ଗସ୍ତ।

H6. ଗୁଜୁରାଟରେ ବଡ ଦୁର୍ଘଟଣା, ଘାଇକୁ ଖସିପଡିଥିଲା ବସ୍
ଗୁଜୁରାଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିଳାସପୂର୍ଣ୍ଣ ବସ୍ ସାପୁତାରା ଘାଇରେ ଖସିପଡିଛି। ଏଥିରେ ଖସି ୬୩ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଘାଇ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଛି। ଜେସିବି ଏବଂ କ୍ରେନ୍ ସାହାଯ୍ୟରେ ବସ୍ ଘାଇରୁ ବାହାରକୁ କଢ଼ାଯାଉଛି।

H7. କୁଲଗାମରେ ଏନକାଉଣ୍ଟର, ୬ ଜଣ ଆତଙ୍କବାଦୀ ନିହତ
କୁଲଗାମ ଜିଲ୍ଲାର ଫ୍ରିସାଲ ଚିନ୍ନିଗାମ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଏକ ସଂଘର୍ଷ ହୋଇଥିଲା, ଯେଉଁଥିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ୨ ସେନା ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି। ଆହୁରି ଅନେକ ଆଙ୍କବାଦୀ ଲୁଚି ରହିଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

H8. ମହୁଆ ମୈତ୍ରାଙ୍କ ନାମରେ ଏନସିଡବ୍ଲୁ ମୁଖ୍ୟ ଦାଖଲ କଲେ ଏଫଆଇଆର
ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମହୁଆ ମୈତ୍ରାଙ୍କ ବିରୋଧରେ ମାମଲା ରୁଜୁ କରିଛି।  ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମାଙ୍କ ବିରୋଧରେ ମହୁଆ ମୈତ୍ରା ଅଭଦ୍ର ଭାଷା ବ୍ୟବହାର କରିଥିଲେ। NCW ର ଅଭିଯୋଗ ଉପରେ ସ୍ପେଶାଲ୍ ସେଲ୍ BNS ୭୯ ରେ ମହୋୟା ମୈତ୍ରାଙ୍କ ବିରୋଧରେ FIR ପଞ୍ଜିକୃତ କରିଛି।

H9. ଟିମ୍ ଇଣ୍ଡିଆକୁ ନେଇ ଜୟ ଶାହା କଲେ ବଡ଼ ଘୋଷଣା
ଜୁନ୍ ୨୯ ରେ ବାରବାଡୋସରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ୨୦୨୪ ଟାଇଟଲ୍ ଜିତିଥିଲା, ଏହି ବିଜୟର କିଛି ମାସ ପୂର୍ବରୁ ରାଜକୋଟରେ ଭାରତ କ୍ରିକେଟ୍ ବୋର୍ଡ ଅଫ୍ ସେକ୍ରେଟାରୀ ଜୟ ଶାହା ପୂର୍ବାନୁମାନ କରିଥିଲେ। ଏହି କ୍ରମରେ ଜୟ ଶାହା ଆଉ ଦୁଇଟି ଭବିଷ୍ୟବାଣୀ କରିଛନ୍ତି। ବିସିସିଆଇ ସଚିବ କହିଛନ୍ତି ଯେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଆଗାମୀ ଦୁଇଟି ଆଇସିସି ଟ୍ରଫି (ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଏବଂ ଚାମ୍ପିଅନ୍ସ ଟ୍ରଫି) ଜିତିବ। 

H10. ଟିମ୍ ଇଣ୍ଡିଆର ଚମତ୍କାର ବିଜୟ
ରବିବାର ଦିନ ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ବିଶାଳ ରନ୍ ସ୍କୋର କରିଥିଲା। ୨୦ ଓଭରରେ ୨ ୱିକେଟ୍ ହରାଇ ଭାରତୀୟ ଦଳ ପ୍ରଥମେ ୨୩୪ ରନ୍ ସ୍କୋର କରିଥିଲା। ଏହାକୁ ପିଛାକରି ଜିମ୍ବାୱେ ଦଳ ୧୮.୪ ଓଭରରେ ମାତ୍ର ୧୩୪ ରନ୍ ସ୍କୋର କରିବାରେ  ସକ୍ଷମ ହୋଇଥିଲା। ଏହିପରି ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୧୦୦ ରନ୍ ବ୍ୟବଧାନରେ ମ୍ୟାଚକୁ ଜିତି ନେଇଥିଲା।

Read More
{}{}