Hindi News >>Home >>Top 10 News

Morning Top 10 News headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

JD-U to meet at patna.

Advertisement
Morning Top 10 News headlines: ସଂକ୍ଷେପରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର
Stop
Zee Odisha Desk|Updated: Jan 27, 2024, 08:35 AM IST

JD-U to meet at patna. Nitish to close Bihar Alliance: 
ବିହାରରେ ପୁଣିଥରେ ରାଜନୀତିକ ଝଡ଼ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ନିତୀଶ କୁମାର ମହାମେଣ୍ଟରୁ ବାହାରି ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ଏହି ନୂଆ ସମୀକରଣ ସୋମବାରସୁଦ୍ଧା ବାସ୍ତବରେ ପରିଣତ ହେବ ଏବଂ ଆର୍‍ଜେଡିକୁ ସରକାରରୁ ବାହାର କରି ପୁଣିଥରେ ବିହାର ସରକାର ଗଠନ ଲାଗି ରାଜ୍ୟପାଳଙ୍କୁ ଅନୁରୋଧ କରାଯିବା କାର୍ଯ୍ୟକ୍ରମ ରହିଛି। ଆସନ୍ତା କାଲି ଜେଡି(ୟୁ)ର ବିଧାୟକମାନଙ୍କୁ ରାଜଧାନୀ ପାଟଣା ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୨ରେ ନିତୀଶ ବିଜେପି ଛାଡ଼ି ଆରଜେଡିକୁ ନିଜର ସହଯୋଗୀ ଭାବେ ଗ୍ରହଣ କରିଥିଲେ। 

Chandrayaan 2 camera helps Japan to confirm Landing on the moon:  
ଭାରତ ପ୍ରେରିତ ଚନ୍ଦ୍ରଯାନ-୨ର ଅରବିଟର ଆଜିବି ଚନ୍ଦ୍ର ପୃଷ୍ଠରେ ସକ୍ରିୟ ରହି ସହଯୋଗ କରୁଛି। ଏହାର ଫଟୋ ଜାପାନର ସଦ୍ୟ ଚନ୍ଦ୍ର ଅଭିଯାନରେ ବିଶେଷ ସହାୟକ ହୋଇଛି। ୨୦୧୯ରେ ପଠାଯାଇଥିବା ଚନ୍ଦ୍ରଯାନ-୨ ମିଶନ ବିଫଳ ହୋଇଥିଲା। କିନ୍ତୁ ଏହାର ଅର୍ବିଟର ଆସନ୍ତା ୫ ବର୍ଷ ଯାଏ ବିଭିନ୍ନ ଗବେଷଣାରେ ସହାୟକ ହେବ ବୋଲି ଇସ୍ରୋ କହିଛି। 

Macron unveil road map for defence tie between India and France: 
ଭାରତ ଗସ୍ତରେ ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ୍‍ ମାକ୍ରନ୍‍ ଭାରତ-ଫ୍ରାନ୍ସ ଭିତରେ ବିଭିନ୍ନ ପପ୍ରତିରକ୍ଷା ଚୁକ୍ତିକୁ ନୂଆ ଦିଗ ଦେଇଛନ୍ତି। ବହୁଦିନ ହେଲା ପଡ଼ି ରହିଥିବା ବିଭିନ୍ନ ପ୍ରସଙ୍ଗକୁ ତାଙ୍କ ଉପସ୍ଥିତିରେ ସମାଧାନ କରାଯାଇଛି। ଦୁଇ ଦେଶ ଭିତରେ ଉଚ୍ଚ ଟେକ୍ନୋଲୋଜି ସମ୍ପନ୍ନ ପ୍ରତିରକ୍ଷା ଉପକରଣ ନିର୍ମାଣ ଓ ଅନ୍ୟାନ୍ୟ ଦିଗ ଉପରେ ଚୁକ୍ତି ହୋଇଛି। ଏପରିକି ବେସାମରିକ ହେଲିକପ୍ଟର ନିର୍ମାଣ ପାଇଁ ଟାଟା ଓ ଏୟାରବସ୍‍ ଭିତରେ ଚୁକ୍ତି ହୋଇଛି। 

Uttarakhand House may approve UCC Next month: 
ବହୁ ଚର୍ଚ୍ଚିତ ସମାନ ଦେଓ୍ୱାନୀ ସଂହିତାକୁ ଉତ୍ତରାଖଣ୍ଡରେ ପ୍ରଥମେ ଲାଗୁ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏହିକ୍ରମରେ ଆସନ୍ତା ବିଧାନସଭା ଅଧିବେଶନରେ ଏକ ବିଲ୍‍ ଆଗତ କରାଯାଇପାରେ। ଫେବୃୟାରୀ ୫ ତାରିଖରେ ବିଧଳାପନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏ ବାବଦରେ ମୁଖ୍ୟମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଧାମି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏକ ୫ ଜଚଣିଆ ଉଚ୍ଚସ୍ତରୀୟ କମିଟି ଏ ବାବଦରେ ତର୍ଜମା କରିଛନ୍ତି। ତାଙ୍କ ରିପୋର୍ଟ ଆସିବା ପରେ ଏହାକୁ ବିଲରେ ରୂପାନ୍ତରଣ ପାଇଁ କାର୍ଯ୍ୟ ଆରମ୍ଭ ହେବ। 

SC to hear row between two benches of Calcutta HC: 
କୋଲକତା ହାଇକୋର୍ଟଙ୍କ ଦୁଇ ବେଞ୍ଚ ମଧ୍ୟରେ ବିବାଦକୁ ଆଜି ସୁପ୍ରିମ୍‍ କୋର୍ଟ ଶୁଣାଣି କରିବେ। ଏ ନେଇ ସକାଳ ସାଢ଼େ ୧୦ଟାବେଳେ ସମୟ ନିର୍ଦ୍ଧାରଣ କରାଯାଇଛି। ପ୍ରଧାନ ବିଚାରପତିଙ୍କ ସମେତ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ବିଚାର କରିବେ। ଚଳିତ ସପ୍ତାହରେ ମେଡିକାଲ୍‍ କଲେଚରେ ଆଡ୍‍ମିଶନ ଦୁର୍ନୀତିକୁ ନେଇ ଦୁଇ ଜଜ୍ ପରସ୍ପର ବିରୋଧି ରାୟ ଦେଇଥିଲେ। 

SAMALEI transformation project to be inaugurated today, All school college to remain closed: 
ଆଜି ସମଲେଶ୍ୱରୀଙ୍କ ମନ୍ଦିର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‍ଘାଟନ କରିବେ। ଲୋକଙ୍କ ଦର୍ଶନ ଓ ବନ୍ଦିର ପରିଚାଳନାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏଥିନେଇ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଛୁଟି ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଶେଷ ଶନିବାର ହେତୁ ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। 

ICJ directs Israel to end Genocides in Gaja: 
ଆନ୍ତର୍ଜାତିକ ନ୍ୟାୟ କୋର୍ଟ ( ଆଇସିଜେ) ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତି। ଗାଜାରେ ତୁରନ୍ତ ନରସଂହାର ଏବଂ ମାନବାଧିକାର ହନନ ପ୍ରକ୍ରିୟାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ମାନବିକ ସହାୟତା ପାଇଁ ବାଟ ଖୋଲିବା ସହ ସାମରିକ ଆକ୍ରମଣ ଦ୍ୱାରେ ହେଉଥିବା କ୍ଷୟକ୍ଷତିକୁ କମାଇବା ଲାଗି କହିଛନ୍ତି। କିନ୍ତୁ ଯୁଦ୍ଧ ବନ୍ଦ କରିବା ନେଇ କୌଣସି ଆଦେଶ ଜାରି କରିନାହାନ୍ତି। 

Gajapati Maharaja’ annual ritual Pushyabhishek in Puri
ପୁଷ୍ୟା ନକ୍ଷତ୍ର ଅବସରରେ ଶୁକ୍ରବାରଦିନ ପୁରୀରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଶେକ ହୋଇଥିବଲା ଇଷ୍ଟ ଦେବୀ କନକ ଦୁର୍ଗାଙ୍କ ପାଖରେ ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ବ୍ରାହ୍ମଣ ପଣ୍ଡିତମାନେ ଗଜପତି ମହାରାଜାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।  

75th Republic Day observed all over: 
ଦେଶବ୍ୟାପୀ ପଚସ୍ତରୀତମ ଗଣତନ୍ତ୍ର ଦିବସ ବେଶ୍‍ ଉତ୍ସାହ ଉଦ୍ଦୀପନାରେ ପାଳନ କରାଯାଇଛି। ରାଷ୍ଟ୍ରୀୟ ସ୍ତରରେ ନୂଆଦିଲ୍ଲୀଠାରେ ଆୟୋଜିତ ପରେଡ୍‍ ସମାବେଶରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ୍‍ ମାକ୍ରନ୍‍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କର୍ତ୍ତବ୍ୟପଥକୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରବେଶ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ରାଜ୍ୟସ୍ତରରେ ରାଜ୍ୟପାଳ ରଘୁବର ଦାସ ପରେଡ୍‍ ଅଭିବାଦନ ଗ୍ରହଣ କରିଥିବାବେଳେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। 

Paytm restricted to issue Fastag: 
ଭାରତର ସମସ୍ତ ଜାତୀୟ ରାଜପଥ ଉପରେ ଥିବା ଟୋଲ୍‍ ପ୍ଲାଜାଗୁଡ଼ିକରେ ପେଟିଏମ୍‍’ ସଂସ୍ଥାକୁ ଫାଶ୍‍ଟ୍ୟାଗ୍‍ ପ୍ରଦାନଠୁ ବାରଣ କରାଯାଇଛି। ବିଗତ ଦିନଗୁଡ଼ିକରେ ଆବଶ୍ୟକ ନିୟକୁ ଲାଗୁ କରିବାରେ ବିଫଳ ହୋଇଥିବାରୁ ପେଟିଏମ୍‍କୁ ଏହି ଶାସ୍ତି ମିଳିଛି। ଏହାପରେ ଏବେ ଅନ୍ୟ ଫାଶ୍‍ଟ୍ୟାଗ୍‍ ପ୍ରଦାନକାରୀମାନେ ନିଜକୁ ଅନୁଶୀଳନ କରିବା ଆରମ୍ଭ କରିଛନ୍ତି।

Read More
{}{}