Hindi News >>Home >>Top 10 News

Top 10 News Headlines: ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ ମୁଖ୍ୟମନ୍ତ୍ରୀ; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines 25 July 2024: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନା କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

Advertisement
Top 10 News Headlines 25 July 2024
Stop
Jagdish Barik|Updated: Jul 25, 2024, 09:59 PM IST

Top 10 News Headlines 25 July 2024: H1. Odisha Budget 2024-25: ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନା କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ଯାହା ୨୦୨୩-୨୪ ବଜେଟ ପରିମାଣ ତୁଳନାରେ ୧୫% ଅଧିକ ଅଟେ। ବଜେଟ୍ ଉପସ୍ଥାପନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, "ଆମ ପ୍ରଧାନମନ୍ତ୍ରୀ ୪ଟି ବର୍ଗକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଗରିବ, ମହିଳା, ଯୁବବର୍ଗ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡ଼ିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି।"

H2. New scheme announced in place of BSKY: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭ ହେବ। ଏହାର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସରକାର ରଖିଛନ୍ତି। ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ। ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍‌ଲେସ୍‌ ସେବା ଆରମ୍ଭ ହେବ। ଏହା ସମେତ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ।

H3. Odisha social security allowance: ବଜେଟରେ ମୋହନ ସରକାର ସବୁଦିଗ ପ୍ରତି ଧ୍ୟାନ ଦେଇଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ଭତ୍ତା ଟଙ୍କାକୁ ବଢ଼ାଇଛନ୍ତି । ସରକାର ସାମାଜିକ ସୁରକ୍ଷା ଭତ୍ତା ଟଙ୍କା ରାଶି ବଢାଇଛନ୍ତି । ବର୍ତ୍ତମାନ ସାମାଜିକ ସୁରକ୍ଷା ଭତ୍ତା ଆକାରରେ ୩ ହଜାର ୫ଶହ ଟଙ୍କା ମିଳିବ । ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ବର୍ଦ୍ଧିତ ଭତ୍ତା ଟଙ୍କା ମିଳିବ ବୋଲି ମୋହନ ସରକାର ଘୋଷଣା କରିଛନ୍ତି। 

H4. Panchasakha setu abhiyan: ପୂର୍ବ ସରକାର ଅମଳରେ ଆରମ୍ଭ ହୋଇଥିବା 'ମୋ ସ୍କୁଲ' ନାଁ ବଦଳିଛି । ବର୍ତ୍ତମାନ 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ' ଆରମ୍ଭ କରିଛନ୍ତି ବିଜେପି ସରକାର । ଏଥିପାଇଁ ଆଜି ବଜେଟରେ ୩୩୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି । 

H5. Odisha CM Kishana Yojana: ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି। ବଜେଟର ପ୍ରଥମ ପର୍ଯ୍ୟାୟରେ ସେ କୃଷି ବଜେଟ ସଂପର୍କରେ ଘୋଷଣା କରିଛନ୍ତି। ମୋଟ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟରେ ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ କିଷାନ ଅଣାଯାଇଛି। ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି। 

H6. Odisha Madho Singh Hata Kharcha Scheme: ରାଜ୍ୟରେ ସ୍କୁଲରେ ଡ୍ରପ୍‌ ଆଉଟ୍ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ନୂଆ ଯୋଜନା ଆରମ୍ଭ କରାଯାଇଛି।  ଏହି ଯୋଜନା ଅନ୍ତର୍ଗତ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ST ପିଲାଙ୍କୁ ଟଙ୍କା ମିଳିବ। ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଁଏ ମିଳିବାର ବ୍ୟବସ୍ଥା କରାଯାଇଛି।

H7. Supreme Court On mineral tax: ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଐତିହାସିକ ରାୟରେ ଏହାର ପୂର୍ବ ଆଦେଶକୁ ରଦ୍ଦ କରିବା ସହ ଖଣି ଓ ଖଣିଜ ବ୍ୟବହାର କାର୍ଯ୍ୟକଳାପ ଉପରେ ସେସ୍ ଲଗାଇବା ପାଇଁ ରାଜ୍ୟଗୁଡ଼ିକର ଅଧିକାରକୁ ବଜାୟ ରଖିଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୮:୧ରେ ଏକ ରାୟ ଶୁଣାଇ କହିଛନ୍ତି ଯେ ରୟାଲ୍‌ଟି ଟିକସ ସହ ସମାନ ନୁହେଁ ଏବଂ ସେସ୍ ଲାଗୁ କରିବାର କ୍ଷମତା ରାଜ୍ୟମାନଙ୍କର ରହିଛି ।

H8. NEET UG 2024 Revised Result: NEET-UG 2024 ର ସଂଶୋଧିତ ଫଳାଫଳ ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଗୁରୁବାର ଦିନ NEET UG ର ସଂଶୋଧିତ ଫଳାଫଳ ସ୍କୋରକାର୍ଡ ଘୋଷଣା କରିଛି। ଛାତ୍ରମାନେ NTA ର ଅଫିସିଆଲ୍ ୱେବସାଇଟ୍ exam.nta.ac.in ଭିଜିଟ୍ କରି ନିଜ ନିଜର ଫାଇନାଲ୍ ରେଜଲ୍ଟ ଚେକ୍ କରିପାରିବେ।

H9. Rashtrapati Bhavan News: ରାଷ୍ଟ୍ରପତି ଭବନର ଦରବାର ହଲ୍ ଓ ଅଶୋକା ହଲ୍ ର ନାମ ଏବେ ବଦଳି ଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ହଲର ନାମ ‘ଦରବାର ହଲ୍’ ଓ ‘ଅଶୋକା ହଲ୍’କୁ ‘ଗଣତନ୍ତ୍ର ମଣ୍ଡପ’ ଏବଂ‘ଅଶୋକ ମଣ୍ଡପ’ରେ ପରିବର୍ତ୍ତନ କରିଛନ୍ତି। ରାଷ୍ଟ୍ରପତି ଭବନ ସହିତ ସାଧାରଣ ଲୋକଙ୍କ ସଂଯୋଗ ବୃଦ୍ଧି ପାଇଁ ଆହୁରି ଅନେକ ନିଷ୍ପତ୍ତି ନିଆଯାଉଛି। 

H10. Paris Olympics 2024: ପ୍ୟାରିସ୍ ଅଲିମ୍ପିକ୍ସରେ ଟିମ୍ ଇଣ୍ଡିଆ ନିଜର ଅଭିଜାନ ଆରମ୍ଭ କରିଛି। ଭାରତୀୟ ମହିଳା ଦଳ ପରେ ପୁରୁଷ ଦଳ ମଧ୍ୟ ତୀରନ୍ଦାଜରେ ନିଜର ପ୍ରତିଭା ପ୍ରଦର୍ଶନ କରିଛି। ଭାରତର ପୁରୁଷ ତୀରନ୍ଦାଜୀ ଦଳ କ୍ୱାର୍ଟର ଫାଇନାଲ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଛି। ଦଳ ଚମତ୍କାର ପ୍ରଦର୍ଶନ କରି ସାମଗ୍ରିକ ପୁରୁଷ ଦଳ ମାନ୍ୟତାରେ ତୃତୀୟ ସ୍ଥାନ ସୁରକ୍ଷିତ କରିଛି। ଯେଉଁଥିପାଇଁ ଭାରତ କ୍ୱାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ କରିଛି।

Read More
{}{}